ସ୍ତ୍ରୀ ସାଜିଲା ସଇତାନ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ମାରିବାକୁ ରଚିଥିଲେ ଷଡଯନ୍ତ୍ର, ଦୁର୍ଗା ପୂଜା ରାତିରେ…

ପାଟଣା,୭।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ସାହାର ପଡ଼ା ବ୍ଲକ ମୁଖ୍ୟାଳୟରୁ ମାଟିଆ ଗୁନିକୁ ସଂଲଗ୍ନ କରୁଥିବା ରାସ୍ତାର ସାହାର ପଡ଼ା କଲେଜ ସମ୍ମୁଖ ରାସ୍ତା କଡ ବିଲରୁ ଜଣେ ବ୍ୟକ୍ତଙ୍କ ମୃତଦେହ ମିଳିଛି। ସେ ହେଲେ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ଜଡ଼ିବିଲ ଗ୍ରାମର ଜଗନ୍ନାଥ ମହାନ୍ତଙ୍କ ପୁଅ ବିରଞ୍ଚି ନାରାୟଣ (୪୦) । ଘଟଣାଟି ଗତ ୨୯ ତାରିଖରେ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣାର ୮ଦିନ ପରେ ମଙ୍ଗଳବାର ଏହି ଘଟଣାର ତଦନ୍ତ ପରେ ପୋଲିସ ମଙ୍ଗଳବାର ଥାନାରେ ଏକ ପ୍ରେସ କନଫରେନ୍ସ କରି ଖୁଲାସା କରିଛି। ଘଟଗାଁ ଏସଡିପିଓ ବିଜୟ କୃଷ୍ଣ ମହାପାତ୍ର ହତ୍ୟାକାଣ୍ଡ ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି। ଗିରଫ ସ୍ତ୍ରୀ ହେଉଛନ୍ତି ବିରଞ୍ଚିଙ୍କ ସ୍ତ୍ରୀ ବର୍ଷା ରାଣୀ ମହାନ୍ତ ଓ ତାଙ୍କ ପ୍ରେମିକ ପାଟଣା ଥାନା କମାର ମରା ଗ୍ରାମର ପୁରେନ୍ଦ୍ର ମହାକୁଡ଼।

ସୂଚନା ଯେ, ମୟୁରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ଜଡ଼ି ବିଲ ଗ୍ରାମର ବିରଞ୍ଚି ମହାନ୍ତ ନିଜ ସ୍ତ୍ରୀ ବର୍ଷା ରାଣୀ ମହାନ୍ତଙ୍କ ସହିତ ଏକ ମାସ ତଳେ ଭୁବନେଶ୍ୱରର ଏକ ହୋଟେଲରେ କାମ କରିବାକୁ ଯାଇଥିଲେ। ବର୍ଷା ହୋଟେଲର ବଗିଚାରେ କାମ କରୁଥିବା ବେଳେ ତାଙ୍କ ସ୍ବାମୀ ବିରଞ୍ଚି ହୋଟେଲର ବାହାର କାମ କରୁଥିଲେ।

ଦୁର୍ଗା ପୂଜାରେ ସେପ୍ଟେମ୍ବର ୨୯ ରାତିରେ ଘରକୁ ଫେରିବା ସମୟରେ କରଞ୍ଜିଆ ବସ ଷ୍ଟାଣ୍ଡରେ ସ୍ବାମୀ, ସ୍ତ୍ରୀ ଓ ପ୍ରେମିକ ମିଶି ଭୁବନେଶ୍ୱରରୁ କରଞ୍ଜିଆରେ ଓହ୍ଲାଇବା ପରେ ବିରଞ୍ଚି ଓ ବର୍ଷାଙ୍କ ମଧ୍ୟରେ ପରକ୍ରିୟା ପ୍ରୀତିକୁ ନେଇ ଝଗଡା ହୋଇଥିଲା । ବର୍ଷା ରାଣୀର କିଛି ବର୍ଷ ପୂର୍ବରୁ ପୂର୍ବରୁ ପୁରେନ୍ଦ୍ର ମହାକୁଡ଼ଙ୍କ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପୁରେନ୍ଦ୍ର ଏକ ପ୍ରାଇଭେଟ ଫାଇନାନ୍ସ କମ୍ପାନୀରେ ଚାକିରି କରୁଥିଲେ। ଗତ ୨୯ତାରିଖ ପୁରେନ୍ଦ୍ର ମଧ୍ୟ ନିଜ ପ୍ରେମିକା ନିକଟକୁ ଭୁବନେଶ୍ୱର ଯାଇଥିଲେ। ୩ଜଣ ମିଶି କରଞ୍ଜିଆ ବସ ଷ୍ଟାଣ୍ଡରେ ଓହ୍ଲାଇ ଥିଲେ। ଚାଲି ଚାଲି ମାଟିଆଗୁନିକୁ ଯାଉଥିବା ବେଳେ ପୂର୍ବ ଯୋଜନା ମୁତାବକ ପୁରେନ୍ଦ୍ର ବିରଞ୍ଚିଙ୍କ ତଣ୍ଟି ଚିପିଥିବା ବେଳେ ପ୍ରେମିକା ବର୍ଷା ବିରଞ୍ଚିଙ୍କ ୨ ହାତ ଭିଡ଼ି ଧରିବା ସହ ପାଟିରେ ଲୁଗା ବିଣ୍ଡା ପୁରାଇ ହତ୍ୟା କରିଥିଲେ। ଖବରଦାତା ସମ୍ମିଳନୀରେ ଏସଡିପିଓ, ତଦନ୍ତକାରୀ ଅଧିକାରୀ ପାତ୍ରୋ ଓରାମ, ପାଟଣା ଥାନା ଅଧିକାରୀ ମାନସ କୁମାର ମହାକୁଡ଼, ଏସ ଆଇ ଲକ୍ଷ୍ମଣ ମାଝି ପ୍ରମୁଖ ଉପସ୍ଥିତ ଥିଲେ।

Dharitri — Odisha’s Most Trusted Odia Newspaper


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ସାଂଘାତିକ ଧମକ ଦେଲେ ଟ୍ରମ୍ପ, ଦେଲେ ୪୮ ଘଣ୍ଟାର ଅଲ୍ଟିମେଟମ୍‌, ସାରା ବିଶ୍ୱରେ ଚହଳ

ଓ୍ବାଶିଂଟନ୍‌,୨୨।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଇରାନ ବିରୁଦ୍ଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସେ ଇରାନକୁ ୪୮ ଘଣ୍ଟାର ଅଲ୍ଟିମେଟମ୍‌ ଦେଇଛନ୍ତି। ସେ ଚେତାବନୀ…

ମା’ ସମଲେଶ୍ବରୀଙ୍କ କୁଷ୍ମାଣ୍ଡା ବେଶ: ସକାଳୁ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ବରଗଡ଼,୨୨।୩( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି । ଚତୁର୍ଥ ଦିବସ ରବିବାରରେ ଦେବୀ କୁଷ୍ମାଣ୍ଡା ବେଶରେ…

ସୁନାଖଳା ପାହାଡ଼ରେ ବାଘ ଆତଙ୍କ, ଲୋକେ ଭୟଭୀତ

ପାତ୍ରପୁର୨୧।୩(ଉମାଚରଣ ନେପାକ): ଗଞ୍ଜାମ ଜିଲା ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଲଙ୍କା-ସୁନାଖଳା ପାହାଡ଼ ନିକଟରେ ଶନିବାର ସନ୍ଧ୍ୟାରେ ଏକ କଲରାପତିରିଆ ବାଘ ବସିଥିବା ସ୍ଥାନୀୟ ଲୋକେ ଦେଖିଥିବା ଚର୍ଚ୍ଚା…

ବିଜେଡି ଛାଡ଼ିଲେ ବସ୍ତା ବ୍ଲକ ସଭାପତି ଅନିଲ ମହାନ୍ତି, କହିଲେ ଏହି ବଡ଼ କାରଣ…

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ): ବିଜେଡି ଛାଡ଼ିଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଭାପତି ଅନିଲ କୁମାର ମହାନ୍ତି l ସେ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ…

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ସ୍ବାମୀ, ଅଦାଲତ ଶୁଣାଇଲେ ଏମିତି ରାୟ

ଥୁଆମୂଳ ରାମପୁର,୨୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅଦାଲତ ଏକ ସମ୍ବେଦନଶୀଳ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।…

କମେଣ୍ଟ୍ରିରୁ ଅବସର ନେଲେ ଶିବରାମ, ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଏବେ…

ନୂଆଦିଲ୍ଲୀ,୨୧ା୩: ଭାରତର ପୂର୍ବତନ କ୍ରିକେଟର ଲକ୍ଷ୍ମଣ ଶିବରାମ କ୍ରିଷ୍ଣନ କମେଣ୍ଟ୍ରିରୁ ଅବସର ଘୋଷଣା କରିଛନ୍ତି। ହେଲେ ସେ ଅବସର ଘୋଷଣା ଲାଗି କରିଥିବା ସୋସିଆଲ ମିଡିଆ ପୋଷ୍ଟକୁ…

ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ଛାତରୁ ଡେଇଁ ପଡ଼ିଲେ ସ୍ତ୍ରୀ, ଆଉ ତା’ପରେ…

କଣ୍ଟାବାଞ୍ଜି,୨୧।୩: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା କପିଳାଭଟା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଛାତରୁ ଡେଇଁ…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ, ବଡ଼ ଅଘଟଣ ଘଟିବା ପୂର୍ବରୁ…

ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri