ନିର୍ଦ୍ଦୋଷ ଥାଇ ୨୩ ବର୍ଷ ଜେଲ୍‌ରେ ରହିଲେ ଏହି ବ୍ୟକ୍ତି, ଏବେ ସରକାର ଗଣିବେ…

ଓ୍ବାଶିଂଟନ,୪।୩: ଆମେରିକାର ଜଣେ ବ୍ୟକ୍ତି ନିର୍ଦ୍ଦୋଷ ହୋଇ ବି ୨୩ ବର୍ଷ ପର୍ଯ୍ୟନ୍ତ ଜେଲ୍‌ରେ ସଜା କାଟିଲେ। ଏବେ ତାଙ୍କୁ ନ୍ୟାୟ ମିଳିଛି। କୋର୍ଟଙ୍କ କହିବା ଅନୁଯାୟୀ, କ୍ଷତିପୂରଣ ହିସାବରେ ଏହି ବ୍ୟକ୍ତିଙ୍କୁ ୫ ହଜାର ଡଲାର ଅର୍ଥାତ୍‌ ପ୍ରାୟ ୩.୬ କୋଟି ଟଙ୍କା ପ୍ରଦାନ କରାଯିବ।

୧୯୯୭ ମସିହାରେ କାର୍ଟିସ ଫ୍ଲାଓ୍ବାର୍ସଙ୍କୁ ଗିରଫ କରାଯାଇଥିଲା। ଆମେରିକାର ଭେନା ସହରରେ ୪ ଜଣଙ୍କୁ କାର୍ଟିସ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ଏକ ଫର୍ନିଚର ଷ୍ଟୋରରେ ହୋଇଥିଲା। ଏହା ପରେ କାର୍ଟିସ ଜେଲ୍‌ ଯାଇଥିଲେ। ୨୦୧୯ ଡିସେମ୍ବରରେ ତାଙ୍କୁ ଜେଲ୍‌ରୁ ଖଲାସ କରାଯାଇଥିଲା। ମିସିସିପିର ଜଜ୍‌ ମିଚେଲ ସରକାରଙ୍କୁ ଆଦେଶ ଦେଇଛନ୍ତି କି ଏହି ବ୍ୟକ୍ତି ୧୦ ବର୍ଷ ପର୍ଯ୍ୟନ୍ତ ୫୦-୫୦ ହଜାର ଡଲାର ଦିଆଯିବ। ଏହା ବ୍ୟତୀତ ଜଜ୍‌ ବି ଏକଥା କହିଥିଲେ ଆଟର୍ନିଂ ଫି ପାଇଁ ମଧ୍ୟ ୫୦ ହଜାର ଡଲାର ପ୍ରଦାନ କରାଯିବ।

କାର୍ଟିସ କୁହନ୍ତି, ମୋତେ ବହୁତ ଭଲ ଲାଗୁଛି। ଏହି ଧନରାଶି ଆଉ ଟିକେ ଅଧିକ ହୋଇଥିଲେ ଭଲ ହୋଇଥାନ୍ତା।

Share