Categories: ଫୁରସତ

ଫେସ୍‌ବୁକରେ ଫ୍ରେଣ୍ଡ୍‌ ରିକ୍ୱେଷ୍ଟ ଗ୍ରହଣ ନ କରିବାରୁ ଯୁବକ ନେଲେ ଏମିତି ପଦକ୍ଷେପ

ଆମେରିକାରେ ରହୁଥିବା ଜଣେ ଯୁବକ ତାଙ୍କର ପୂର୍ବତନ ମାଲିକଙ୍କୁ ଲଗାତର ମାରିଦେବାର ଧମକ ଦେଉଥିଲେ। ଫଳରେ ପୋଲିସ ତାଙ୍କୁ ଗିରଫ କରିଛି। କାରଣ ୨୯ ବର୍ଷୀୟ ସାଲେବ ବୁର୍ଜାକ୍‌ ଫେସ୍‌ବୁକ୍‌ରେ ତାଙ୍କ ପୂର୍ବତନ ମାଲିକଙ୍କୁ ଫେସ୍‌ବୁକରେ ଫ୍ରେଣ୍ଡ୍‌ ରିକ୍ୱେଷ୍ଟ ପଠାଇଥିଲେ। ମାତ୍ର ସେ ଗ୍ରହଣ କରି ନ ଥିଲେ। ଏଥିରେ ରାଗିଯାଇ ସାଲେବ ଦୁଇଦିନ ପରେ ତାଙ୍କୁ ହତ୍ୟା ଧମକ ଦେଇଥିଲେ।


ଆମେରିକାର ଉତ୍ତର ଡାକୋଟାରେ ରହୁଥିବା ସାଲେବ ତାଙ୍କ ଫେସ୍‌ବୁକ୍‌ ପ୍ରୋଫାଇଲରେ ଲେଖିଛନ୍ତି, ଜିଆର ଏନର୍ଜି ସର୍ଭିିସରେ ଓ୍ବେୟାରଲାଇନ୍‌ ଅପରେଟର ଭାବେ କାର୍ଯ୍ୟ କରନ୍ତି। ସେ ତାଙ୍କ ମାଲିକଙ୍କୁ ଏତେ ଘୃଣା କରନ୍ତି ଯେ, ତାଙ୍କ ଚାକିରି ପ୍ରୋଫାଇଲରେ ପୂର୍ବତନ ବସ୍‌ କେଲି ଡଙ୍କାନଙ୍କୁ ଗାଳି ଦେଇଛନ୍ତି। ଗତ ୨୪ ଡିସେମ୍ବରରେ ସାଲେବ ତାଙ୍କ ମାଲିକଙ୍କ ନିକଟକୁ ଫ୍ରେଣ୍ଡ୍‌ ରିକ୍ୱେଷ୍ଟ ପଠାଇଥିଲେ। ବସ୍‌ ଏହା ଗ୍ରହଣ ନ କରିବାରୁ ଠିକ୍‌ ଏହାର ଦୁଇଦିନ ପରେ ସେ ମାଲିକଙ୍କ ଧମକ ଦେଇଥିଲେ।

ସେ କହିଥିଲେ, ତୁମେ ଯଦି ମୋର ଫ୍ରେଣ୍ଡ୍‌ ରିକ୍ୱେଷ୍ଟକୁ ଗ୍ରହଣ ନ କର ମୁଁ ତୁମକୁ ଜୀବନରୁ ମାରିଦେବି। ତୁମ ପାଇଁ ମୁଁ ଏକ ପିକ୍‌ଅପ୍‌ ଭ୍ୟାନ୍‌ ବ୍ୟବହାର କରିବି। ଏହି ପୋଷ୍ଟରେ ଏକ ପିକ୍‌ଅପ୍‌ର ଫଟୋ ମଧ୍ୟ ଶେୟାର କରିଥିଲେ। ମାଲିକଙ୍କ ସହ ସେ ସ୍ନାପ୍‌ ଚାଟ୍‌ ଯୋଗେ ଅନେକ ବାର୍ତ୍ତାଳାପ କରିଛନ୍ତି। ଏସବୁକୁ ପୋଲିସ ଯାଞ୍ଚ କରି ହତ୍ୟା ଧମକ ଦେବା ଅଭିଯୋଗରେ ସାଲେବଙ୍କୁ ଗିରଫ କରିଛି।

Share