Posted inଫୁରସତ

କରୋନା ନାଁରେ ୬୫ ଲକ୍ଷ ନେଇଗଲେ ଜଣେ ବ୍ୟକ୍ତି, ଗୋଟିଏ କାର୍ଡ କିଣି ଉଡ଼ାଇଦେଲେ ସବୁ; ଜାଣିଲେ…

କରୋନା ମହାମାରୀ ସମୟରେ ଅନେକ ଦେଶରେ ରିଲିଫ ପାଣ୍ଠି ପ୍ରଦାନ କରାଯାଇଥିଲା। ଲକ୍‌ଡାଉନ୍‌ ଯୋଗୁ ଅନେକ ଲୋକ ଚାକିରି ହରାଇଥିଲେ। ଏହା ସହିତ ଡାକ୍ତରଖାନାର ଖର୍ଚ୍ଚ ମଧ୍ୟ ଲୋକଙ୍କୁ ଅସୁବିଧାରେ ପକାଇଥିଲା। ଏଭଳି ପରିସ୍ଥିତିରେ କରୋନା ରିଲିଫ ପାଣ୍ଠି ଲୋକଙ୍କୁ ଅନେକ ଆରାମ ଦେଇଥିଲା। ଭାରତରେ କରୋନା ମୃତ୍ୟୁକୁ ନେଇ କ୍ଷତିପୂରଣ ଘୋଷଣା କରାଯାଇଥିଲା। କିନ୍ତୁ ଅନେକ ଲୋକ ନକଲି ମୃତ୍ୟୁ ପ୍ରମାଣପତ୍ର ଆଧାରରେ ସରକାରଙ୍କୁ ଠକିଥିଲେ। ତେବେ ବିଦେଶରେ ମଧ୍ୟ ଏଭଳି ମାମଲା ଦେଖିବାକୁ ମିଳିଥିଲା। ନିକଟରେ ଆମେରିକାରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ତିନି ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଏହି ବ୍ୟକ୍ତି କରୋନା ନାଁରେ ପ୍ରାୟ ୬୫ ଲକ୍ଷ ଋଣ ନେଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ସେ କେବଳ ଗୋଟିଏ ପୋକେମନ କାର୍ଡ କିଣିବା ପାଇଁ ଏହି ଟଙ୍କା ମଧ୍ୟରୁ ୪୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି।

ଏହି ବ୍ୟକ୍ତିଙ୍କ ନାମ ବିନଥ ଓଡମସିନ ବୋଲି ଜଣାପଡ଼ିଥିଲା। ସେ ଏକ କୋଭିଡ ବିପର୍ଯ୍ୟୟ ପ୍ରଶମନ ଋଣ ନେଇ ସେଥିରୁ ଏକ ପୋକେମନ କାର୍ଡ କିଣିଥିଲେ। କୋଭିଡ୍‌ ସମୟରେ ୧୦ ଜଣ କର୍ମଚାରୀଙ୍କ ସହ ଏକ ଛୋଟ ବ୍ୟବସାୟ ଆରମ୍ଭ କରିଥିବା ବିନଥ କହିଛନ୍ତି। ସେ ଏହି ବ୍ୟବସାୟ ନାମରେ ଏକ ଲୋନ୍‌ କରିଥିଲେ। ଏହା ସହିତ ସେ ବ୍ୟବସାୟ ଆରମ୍ଭ କରିବେ ଏବଂ କର୍ମଚାରୀମାନଙ୍କୁ ଦରମା ଦେବେ। କିନ୍ତୁ ଏହି ଠକେଇର ଖୁଲାସା ହୋଇଥିଲା। ସେ ପୋକେମନ କାର୍ଡ କିଣିବା ପାଇଁ ସମସ୍ତ ଟଙ୍କା ଖର୍ଚ୍ଚ କରିଥିଲେ।

ବର୍ତ୍ତମାନ ମାମଲା ଜଣାପଡ଼ିବା ପରେ ତାଙ୍କୁ ସମସ୍ତ ଋଣ ଟଙ୍କା ଜରିମାନା ଭରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ତାଙ୍କୁ ୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।

ଏହି ଜାପାନୀ ଗେମିଂ ଫ୍ରାଞ୍ଚାଇଜ ୧୯୯୬ରେ ଆରମ୍ଭ ହୋଇଥିଲା। ସେବେଠାରୁ ଏପର୍ଯ୍ୟନ୍ତ ୩୪ ବିଲିୟନରୁ ଅଧିକ କାର୍ଡ ବିକ୍ରି ହୋଇସାରିଛି। ତଥାପି ଏହି କାର୍ଡଗୁଡ଼ିକ ମଧ୍ୟରୁ କିଛି ବିରଳ ଏବଂ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। ଏହିପରି ଗୋଟିଏ କାର୍ଡ କିଣିବାକ ବିନଥ କରୋନା ରିଲିଫ ପାଣ୍ଠିରୁ ଋଣ ନେଇଥିଲେ। ବିକ୍ରି ହୋଇଥିବା ସବୁଠାରୁ ମହଙ୍ଗା ପୋକେମନ୍‌ କାର୍ଡର ମୂଲ୍ୟ ପ୍ରାୟ ୧୮ କୋଟି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri