ଅଧିକାରୀ ସାହାଯ୍ୟ ନ କରିବାରୁ ସରକାରୀ କାର୍ଯ୍ୟାଳୟରେ ସାପ ଛାଡିଦେଲେ ବ୍ୟକ୍ତି, ଆଉ ତା’ପରେ…

ହାଇଦ୍ରାବାଦ୍‌,୨୭।୭: ସରକାରୀ ଅଧିକାରୀଙ୍କ ଉଦାସୀନ ମନୋଭାବ ଦ୍ୱାରା ଅନେକ ସମୟରେ ସାଧାରଣ ଲୋକ ଅସୁବିଧାରେ ପଡ଼ନ୍ତି। ଅନେକ ଥର ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ମଧ୍ୟ କରାଯାଉଥିଲେ ମଧ୍ୟ ପରିସ୍ଥିତି ସୁଧୁରୁ ନାହିଁ। ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ପୌରପାଳିକାର ଅଧିକାରୀଙ୍କ ଅବହେଳାରେ ବ୍ୟଥିତ ହୋଇ ଜଣେ ବ୍ୟକ୍ତି ସାପକୁ ମ୍ୟୁନିସିପାଲିଟି ଅଫିସରେ ଛାଡିଥିଲେ। ଏହି ଘଟଣାର ଭିଡିଓ ହାଇଦ୍ରାବାଦ ଭାଜପା ଯୁବ ନେତା ବିକ୍ରମ ଗୌଡ ଟୁଇଟର୍‌ରେ ଶେୟାର କରିଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
କୁହାଯାଉଛି ଯେ, ହାଇଦ୍ରାବାଦର ଅଲୱାଲରେ ବର୍ଷା ସମୟରେ ସାପ ଜଣଙ୍କ ଘରେ ପ୍ରବେଶ କରିଥିଲା। ସେ ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେସନ (ଜିଏଚଏମସି) ଅଧିକାରୀଙ୍କୁ ଅନେକ ଥର ଡାକି ସାପକୁ ଧରିବାକୁ ଅନୁରୋଧ କରିଥିଲେ। ଅନେକ ଥର ଅଭିଯୋଗ କରିବା ପରେ ମଧ୍ୟ କେହି ଶୁଣି ନ ଥିଲେ, ସେ ସାପଟିକୁ ଧରି ମ୍ୟୁନିସିପାଲିଟି କର୍ପୋରେସନର ୱାର୍ଡ କାର୍ଯ୍ୟାଳୟକୁ ଆଣି ସେଠାରେ ଛାଡି ଦେଇଥିଲେ।
ଭାଜପା ନେତା ବିକ୍ରମ କହିଛନ୍ତି, କଳ୍ପନା କରନ୍ତୁ ଯେ ବ୍ୟକ୍ତି ଜଣକଙ୍କ ପରିସ୍ଥିତି କ’ଣ ନ ହୋଇ ଥିବ, ଯାହା ଫଲରେ ଏହି ପଦକ୍ଷେପ ନେବାକୁ ପଡ଼ିଛି। ଭିଡିଓରେ ଏହା ମଧ୍ୟ ସ୍ପଷ୍ଟ ଭାବରେ ଦେଖାଯାଇପାରେ ଯେ ଏକ ସାପ ଅଫିସ ଟେବୁଲ ଉପରେ ପଡ଼ିଛି, ଯାହା ଆଗକୁ ବଢିବାକୁ ଚେଷ୍ଟା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପାର୍ବଣ ଋତୁ ପୂର୍ବରୁ ଗ୍ରାହକଙ୍କୁ ଝଟକା: ଆଜିଠାରୁ ମହଙ୍ଗା ହେଲା AC, TV ଓ ଫ୍ରିଜ୍‌! ଜାଣନ୍ତୁ କିଣାକିଣି ଉପରେ କେତେ ପଡ଼ିବ…

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭରୁ ହିଁ ସାଧାରଣ ଗ୍ରାହକଙ୍କ ପକେଟ୍‌ ଉପରେ ଚାପ ପଡ଼ିବାକୁ ଯାଉଛି। ଅକ୍ଟୋବର ୧ ତାରିଖ ଅର୍ଥାତ୍‌ ଆଜିଠାରୁ AC, LED TV,…

ବସ୍‌କୁ ଧକ୍କାଦେଲା ଟ୍ରକ୍‌, ପରେ ସ୍କୁଟି ଉପରେ ଚଢ଼ିଗଲା ବସ୍‌, ଆଉ ତା’ ପରେ…

ଛତ୍ରପୁର,୧ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଭାଗ୍ୟଲକ୍ଷ୍ମୀ ନଗର ନିକଟ ଜାତୀୟ ରାଜପଥ ପାର୍ଶ୍ୱରେ ଗୁରୁବାର ଏକ ଅଭାବନୀୟ ସିରିଜ ଦୁର୍ଘଟଣା ଘଟି…

ବକେୟା ଚାଲାଣ ଥିଲେ ସାବଧାନ! ସୁପ୍ରିମକୋର୍ଟ ଦେଲେ ବଡ଼ ନିର୍ଦ୍ଦେଶ, ଜାଣନ୍ତୁ କେଉଁ କେଉଁ ସେବା ହେବ ବନ୍ଦ

ନୂଆଦିଲ୍ଲୀ, ୧।୧୦: ଆପଣଙ୍କ ଗାଡ଼ିରେ ଦୀର୍ଘଦିନ ଧରି ଇ-ଚାଲାଣ ବକେୟା ରହିଛି କି? ତେବେ ଏହାକୁ ଅଣଦେଖା କରିବା ମହଙ୍ଗା ପଡ଼ିପାରେ। ଟ୍ରାଫିକ ଜରିମାନା ଆଦାୟକୁ ନେଇ…

ଶେଷ ମିନିଟ୍‌ରେ ଗୋଲ୍, ପାକିସ୍ତାନକୁ ହରାଇ ଫାଇନାଲରେ ଭାରତ

ନୂଆଦିଲ୍ଲୀ,୧।୧୦: ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ ହକି ସେମିଫାଇନାଲରେ ପାକିସ୍ତାନକୁ ରୋମାଞ୍ଚକର ଢଙ୍ଗରେ ପରାସ୍ତ କରିଛି ଭାରତ । ଗୁରୁବାର (୧ ଅକ୍ଟୋବର) ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ…

୪ ବଡ଼ ଗ୍ରହ ପରିବର୍ତ୍ତନ: ଆଜିଠୁ କର୍କଟ ସମେତ ୪ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ହେବେ ମାଲାମାଲ, ଘରକୁ ଆସିବ ଖୁସିଖବର

ଭୁବନେଶ୍ୱର: ଅକ୍ଟୋବର ମାସରେ ଅନେକ ଗ୍ରହଙ୍କ ଚଳନ ଓ ରାଶି ପରିବର୍ତ୍ତନ ହେବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଗ୍ରହ ପରିବର୍ତ୍ତନର ପ୍ରଭାବ କିଛି ରାଶିର ଲୋକଙ୍କ…

ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ଚାନ୍ଦବାଲି ବିଡିଓଙ୍କୁ ସସ୍‌ପେଣ୍ଡ କରି…

ଚାନ୍ଦବାଲି,୧ା୧୦(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବିଡିଓ ସଞ୍ଜୀବ ମହାପାତ୍ରଙ୍କ ବିରୋଧରେ ରାଜ୍ୟ ସରକାର ନେଇଛନ୍ତି କଠୋର କାର୍ଯ୍ୟାନୁଷ୍ଠାନ। କାର୍ଯ୍ୟରେ ଅବହେଳା ଓ ଶୃଙ୍ଖଳାଗତ ନିୟମ ଭଙ୍ଗ…

ବିରାଟ-ରୋହିତଙ୍କୁ ପଛରେ ପକାଇଲେ ବୁମ୍‌ରା, ନିଜ ନାଁରେ କଲେ ଏହି ବଡ଼ ରେକର୍ଡ

ନୂଆଦିଲ୍ଲୀ, ୧।୧୦: ଏସିଆନ ଗେମ୍ସ ୨୦୨୬ର ମେନ୍ସ କ୍ରିକେଟରେ ଭାରତ ଦମଦାର ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଛି। ସେମିଫାଇନାଲରେ ଶ୍ରୀଲଙ୍କାକୁ ୧୨୪ ରନର ବଡ଼…

ଅଭିଜିତ୍ ଦୀପକେ କରିପାରିବେ କି ଜ୍ଞାନେଶ କୁମାରଙ୍କ ଇସ୍ତଫା? ସୋନମ୍ ୱାଙ୍ଗଚୁକ୍ ଦେଲେ ବଡ଼ ବୟାନ୍

ନୂଆଦିଲ୍ଲୀ,୧।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଶୁକ୍ରବାର (୨ ଅକ୍ଟୋବର) ମୁମ୍ବାଇରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଯାଉଛି କକରୋଚ୍ ଜନତା ପାର୍ଟି (CJP)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?