Categories: ଫୁରସତ

ପ୍ରେମିକାଙ୍କ ଘରଠାରୁ ୨.୫ କିମି ରାସ୍ତା ପର୍ଯ୍ୟନ୍ତ ‘ଆଇ ଲଭ୍‌ ୟୁ, ଆଇ ମିସ୍‌ ୟୁ’ ଲେଖିଲେ ପ୍ରେମିକ; ଆଉ ତା’ ପରେ..

ଆଜିକାଲିର ଯୁବପିଢ଼ୀ ନିଜର ସାଥୀଙ୍କୁ ପ୍ରେମ ନିବେଦନ କରିବାର ଭଳିକି ଭଳି ଉପାୟ ଅବଲମ୍ବନ କରୁଛନ୍ତି। ସେଥିରୁ କିଛି ସମସ୍ତଙ୍କୁ ଆକର୍ଷିତ କରିଥାଏ। ଏଭଳି ଏକ ଘଟଣା ମହାରାଷ୍ଟ୍ରର କୋହ୍ଲାପୁରରେ ଦେଖିବାକୁ ମିଳିଛି। ଏଠାରେ ଜଣେ ପ୍ରେମିକ ନିଜ ସାଥୀଙ୍କୁ ଭଲପାଇବା ଦେଖାଇବାଲାଗି ୨.୫ କିଲୋମିଟର ରାସ୍ତାରେ ‘ଆଇ ଲଭ୍‌ ୟୁ’ ଏବଂ ‘ଆଇ ମିସ୍‌ ୟୁ’ ଲେଖି ଦେଇଥିଲେ। ପ୍ରେମ ପ୍ରକାଶ କରିବାର ଏହି ଅଦ୍ଭୁତ ଉପାୟର ଅନେକ ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି।

ମଙ୍ଗଳବାର ଘଟଣାଟି ସାମ୍ନାକୁ ଆସିଥିଲା। କୋହ୍ଲାପୁର ଜିଲା ଶିରୋଲ ତହସିଲର ଧରଙ୍ଗୁଟ୍ଟି ଗ୍ରାମର ଲୋକମାନେ ଏଭଳି କାରନାମା ଦେଖି ଚକିତ ହୋଇଯାଇଥିଲେ। ଜୟସିଂହପୁରରୁ ଧରଙ୍ଗୁଟ୍ଟି ରାସ୍ତାରେ ପାଖାପାଖି ୨.୫ କିଲୋମିଟର ପର୍ଯ୍ୟନ୍ତ କେହି ଜଣେ ଧଳା ରଙ୍ଗରେ ବାର୍ତ୍ତା ଲେଖିଥିଲେ। ପରେ ପଞ୍ଚାୟତର କର୍ମଚାରୀମାନେ ପୁନଃ ରଙ୍ଗ ଲଗାଇ ସେଗୁଡ଼ିକୁ ଲିଭାଇଥିଲେ। ପରେ ସ୍ଥାନୀୟ ପ୍ରଶାସକ ଏହାର ଫଟୋ ଶେୟାର କରିଥିଲା।

Share