ଢେଙ୍କାନାଳ ଅଫିସ, ୫।୧୨: ପେଟପାଟଣା କଥା ବୁଝୁଥିଲା ଠିକା ଚାକିରି। କଷ୍ଟେମଷ୍ଟେ ଚଳିଯାଉଥିଲା ପରିବାର। ଚାକିରିରୁ ଛଟେଇ ପରେ ମାଡ଼ିବସିଲା ଚିନ୍ତା। ଅସହ୍ୟ ହେଲା ଆର୍ଥିକ ଅନଟନ। କରୋନା କାଳରେ ଆର୍ଥିକ ଦୁରାବସ୍ଥା ସାଙ୍ଗକୁ ମାନସିକ ଚାପ ସହି ନ ପାରି ଶେଷରେ ହାରିଦେଲେ ଜୀବନ। ଢେଙ୍କାନାଳ ଜିଲା ଯୋଜନା, ସମନ୍ବୟ ଏବଂ ପର୍ଯ୍ୟବେକ୍ଷଣ ବିଭାଗର ଛଟେଇ କର୍ମଚାରୀ ସୂର୍ଯ୍ୟକାନ୍ତ ସ୍ବାଇଁ (୩୨)ଙ୍କ ଆତ୍ମହତ୍ୟା ପଛରେ ଏପରି କିଛି ଦୁଃଖଦ କାହାଣୀ ଥିବା ଜଣାପଡ଼ିଛି। ଶୁକ୍ରବାର ତାଙ୍କ ମୃତଦେହ ଶାଢ଼ିରେ ଝୁଲୁଥିବା ଅବସ୍ଥାରେ କାର୍ଯ୍ୟାଳୟ ନିକଟ ସରକାରୀ ବାସଭବନରୁ ଜବତ କରାଯାଇଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ସୂର୍ଯ୍ୟକାନ୍ତଙ୍କ ଘର ପରଜଙ୍ଗ ବ୍ଲକର ପଥରଖମ୍ବରେ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ସୂର୍ଯ୍ୟକାନ୍ତ ଆଉଟ୍ ସୋର୍ସିଂ ଭାବେ ୨୦୦୭ରୁ ଜିଲା ଯୋଜନା, ସମନ୍ବୟ ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟରେ ୪ର୍ଥ ଶ୍ରେଣୀ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। କୋଭିଡ୍-୧୯ ସମୟରେ ଫେବୃୟାରୀରେ ତାଙ୍କୁ ଛଟେଇ କରାଯାଇଥିଲା। ଏହାପରେ ସେ ମାନସିକ ଚିନ୍ତାଗ୍ରସ୍ତ ହୋଇ ସପରିବାର ସରକାରୀ ବାସଭବନରେ ରହୁଥିଲେ। ସ୍ତ୍ରୀ ପ୍ରଭାତୀ ୨ ଝିଅପୁଅଙ୍କ ସହ ସଦର ବ୍ଲକ ଚାଉଳିଆ ଖମାରସ୍ଥିତ ବାପ ଘରକୁ ବଡ଼ଓଷା କରିବାକୁ ଯାଇଥିଲେ। ସୂର୍ଯ୍ୟକାନ୍ତ ଏକାକୀ ଘରେ ରହୁଥିଲେ। ୨ଦିନ ହେଲା ସ୍ତ୍ରୀଙ୍କ ଫୋନ୍ ସେ ଉଠାଉ ନ ଥିଲେ। ପ୍ରଭାତୀ ଏ ସଂକ୍ରାନ୍ତରେ ଦିଅର ଶେଷଦେବଙ୍କୁ ଜଣାଇଥିଲେ। ଘର କବାଟ ବାଡ଼େଇବା ପରେ କେହି ନ ଖୋଲିବାରୁ ଶେଷଦେବ ଟାଉନ ଥାନାକୁ ଜଣାଇଥିଲେ। ପୋଲିସ ପହଞ୍ଚତ୍ କବାଟ ଖୋଲିଥିଲା। ଏହି ସମୟରେ ସୂର୍ଯ୍ୟକାନ୍ତଙ୍କ ମୃତଦେହ ଝରକା ରଡ୍ରେ ଲୁଗାରେ ଝୁଲୁଥିଲା। ପୋଲିସ ମୃତଦେହ ଜବତ ପରେ ବ୍ୟବଚ୍ଛେଦ ଲାଗି ପଠାଇଥିଲା। ଏ ସଂକ୍ରାନ୍ତରେ ଟାଉନ ଥାନାରେ ନଂ. ୫୬/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଥାନାଧିକାରୀ ନମିତା ନାୟକ ସୂଚନା ଦେଇଛନ୍ତି।
Posted inଆମ ଜିଲା ଖବର, ଢେଙ୍କାନାଳ, ରାଜ୍ୟ View All
‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’
ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…
ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ
ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…
ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…
ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…
ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…
ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…
ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’
ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…
ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…
ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…
ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ
ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…
ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…
ଭୁବନେଶ୍ୱର,୨।୪: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…
Archives

