Categories: ଫୁରସତ

ଏପର୍ଯ୍ୟନ୍ତ ୧୬ଥର ବିବାହ କଲେଣି ଏହି ବ୍ୟକ୍ତି: ଗୋଟିଏ ରାତିରେ ଏତିକି ସ୍ତ୍ରୀଙ୍କୁ ଦିଅନ୍ତି ସମୟ

ବିଶ୍ୱରେ ଏମିତି କିଛି ବ୍ୟକ୍ତି ଅଛନ୍ତି, ଯେଉଁମାନେ କି ନିଜର ଅଜବ ସଉକ ପାଇଁ ଚର୍ଚ୍ଚାରେ ଥାନ୍ତି। କିଏ ଦେଶ ପାଇଁ ତ ଆଉ କି ନିଜର ପରିବାର ପାଇଁ ଜୀବନ ଉତ୍ସର୍ଗ କରିଦିଅନ୍ତି। ଏମିତି ଜଣେ ବ୍ୟକ୍ତି ହେଉଛି ୬୬ ବର୍ଷୀୟ ମିଶେକ ନ୍ୟାନଡୋର। ସେ ଜିମ୍ବାଓ୍ବେରେ ରୁହନ୍ତି। ସେ ଏପର୍ଯ୍ୟନ୍ତ ୧୬ଟି ବିବାହ କରିଛନ୍ତି। ଖୁବ୍‌ଶୀଘ୍ର ସେ ୧୭ତମ ବିବାହ କରିବାକୁ ଯାଉଛନ୍ତି। ତାଙ୍କ ମୁଖ୍ୟ ଲକ୍ଷ୍ୟ ହେଉଛି ୧୦୦ ବିବାହ କରି ୧୦୦୦ ସନ୍ତାନ ଜନ୍ମ କରିବା। ଏବେ ତାଙ୍କର ୧୫୧ ସନ୍ତାନ ଅଛି। ଏତିକିରେ ସେ ଖୁସି ନାହାନ୍ତି। ସେ ଚାହାନ୍ତି ମୃତ୍ୟୁ ପୂର୍ବରୁ ୧ ହଜାର ପିଲାଙ୍କ ପିତା ହେବେ। ଏଥିପାଇଁ ସେ କଡା ପରିଶ୍ରମ ମଧ୍ୟ କରୁଛନ୍ତି। ମିଶେକ କୌଣସି ଚାକିରିି କରି ନାହାନ୍ତି, ତାଙ୍କ କାମ କେବଳ ନିଜ ସ୍ତ୍ରୀଙ୍କୁ ସନ୍ତୁଷ୍ଟ କରିବା। ମିଶେକ କହିଛନ୍ତି, ପ୍ରତି ରାତିରେ ସେ ୪ ଜଣ ସ୍ତ୍ରୀଙ୍କୁ ସମୟ ଦେଇଥାନ୍ତି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ତାଙ୍କ ସବୁ ସ୍ତ୍ରୀ ଗୋଟିଏ ଘରେ ରୁହନ୍ତି। ମିଶେକ ଶେଷଥର ପାଇଁ ୨୦୧୭ରେ ବିବାହ କରିଥିଲେ। ଏହାପରେ ସେ ଏଥିରୁ କିଛି ଦିନ ବ୍ରେକ ନେଇଥିଲେ। ଚଳିତବର୍ଷ ସେ ପୁଣି ବିବାହ କରିବାକୁ ଯାଉଛନ୍ତି।

Share