Categories: ଫୁରସତ

ଧାରୁଆ ଛୁରୀରେ ମହିଳାଙ୍କ ନାକ କାଟିଦେଲେ ଏହି ବ୍ୟକ୍ତି; କାରଣ ଜାଣିଲେ…

କାନପୁର: ରାମାୟଣରେ ରାବଣଙ୍କ ଭଉଣୀ ଶୃପଣଖାଙ୍କ ନାକ ଲକ୍ଷ୍ମଣ କାଟି ଥିବା କଥା ଆପଣ ଶୁଣିଥିବେ। ହେଲେ ଉତ୍ତରପ୍ରଦେଶର କାନପୁରରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ କଲ୍ୟାଣପୁର ପୋଲିସ ଷ୍ଟେଶନ୍‌ ଅଞ୍ଚଳରେ ଜଣେ ବ୍ୟକ୍ତି କଥିତ ଭାବେ ଏକ ତୀକ୍ଷ୍ଣ ଅସ୍ତ୍ରରେ ଜଣେ ମହିଳାଙ୍କ ନାକ କାଟି ଦେଇଥିବା ଅଭିଯୋଗ ହୋଇଛନ୍ତି। ତାଙ୍କ ନାମ ରେଖା ବୋଲି ଜଣାପଡ଼ିଛି। ତେବେ ତାଙ୍କର ଚିକିତ୍ସା ସ୍ଥାନୀୟ ଡାକ୍ତରଖାନାରେ ଜାରି ରହିଛି।

ପୋଲିସ ନିକଟରେ ରେଖା ଦେଇଥିବା ବୟାନ ଅନୁଯାୟୀ, ଡାକ୍ତରଖାନାର କ୍ୟାଣ୍ଟିନ ଅପରେଟର ବିନୋଦ ତାଙ୍କୁ ପ୍ରଥମେ ନିକଟରେ ଥିବା ଚା’ ଷ୍ଟଲ ହଟାଇବାକୁ କହିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ରେଖାଙ୍କ ଚା’ ଷ୍ଟଲ ଯୋଗୁ ତାଙ୍କ ବ୍ୟବସାୟ ଉପରେ ପ୍ରତିକୂଳ ପ୍ରଭାବ ପଡ଼ୁଥିବା ସେ କହିଥିଲେ। ଏହାକୁ ବିରୋଧ କରିବାରୁ ବିନୋଦ ତାଙ୍କୁ ତଳେ ପକାଇ ଦେଇଥିଲେ। ସେ ପାଟି କରିବା ପରେ ହଠାତ ଏକ ଛୁରୀ ଉଠାଇ ସେ ନାକ କାଟି ଦେଇଥିଲେ। ଏପରିକି ଚା’ ଷ୍ଟଲ ଲଗାଇଲେ ତାଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ହେବ ବୋଲି ଧମକ ଦେଇଥିବା ସେ କହିଛନ୍ତି।

ଘଟଣାରେ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ବ୍ୟବସାୟିକ ପ୍ରତିନ୍ଦ୍ୱନ୍ଦିତାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଦେଇଥିବା କହିଛି। ଘଟଣାରେ କ୍ରସ୍‌ ଏଫ୍‌ଆଇଆର୍‌ ପଞ୍ଜିକରଣ କରି ଅନୁସନ୍ଧାନ କରାଯାଉଛି।

Share