Categories: ଫୁରସତ

ଅଜବ ମାସ୍କ ପିନ୍ଧି ଖାଇବାରେ ବ୍ୟସ୍ତ ଜଣେ ବ୍ୟକ୍ତି, ଭିଡିଓ ଦେଖିଲେ…

କରୋନା ମହାମାରୀ ପୁଣି ଥରେ କାୟା ବିସ୍ତାର କଲାଣି। ଅତୀତରେ ସମଗ୍ର ବିଶ୍ୱରେ ଏହି ରୋଗରେ ଲକ୍ଷ ଲକ୍ଷ ଲୋକଙ୍କର ଜୀବନ ଯାଇଛି। ଚାଇନାରେ ଏହା ପୁଣିଥରେ ତା’ର ଭୟାବହତା ଦେଖାଇବା ଆରମ୍ଭ କରିଛି। ଏଭଳି ପରିସ୍ଥିତିରେ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସମସ୍ତ ସତର୍କତା ଅବଲମ୍ବନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। କରୋନାକୁ ଏଡ଼ାଇବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର ହେଉଛି ସାନିଟାଇଜର ଏବଂ ମାସ୍କ, ଯାହାର ବିଭିନ୍ନ ଡିଜାଇନ ଏବଂ ବ୍ରାଣ୍ଡ ବଜାରରେ ଉପଲବ୍ଧ ହେଉଛି। ଏବେ ଏକ ଅଦ୍ଭୁତ ମାସ୍କକୁ ନେଇ ଚର୍ଚ୍ଚା ହେଉଛି।

ଫେସ୍‌ ମାସ୍କ ଲଗାଇବା ପରେ ଖାଇବା ପିଇବା ସମୟରେ ବହୁ ସମସ୍ୟା ଦେଖାଦେଇଥାଏ। ଏଭଳି ପରିସ୍ଥିତିରେ ଜଣେ ବ୍ୟକ୍ତି ଏପରି ମାସ୍କ ତିଆରି କରିଛନ୍ତି, ଯାହାକୁ ନ କାଢ଼ି ମଧ୍ୟ ଆରାମରେ ଖାଇପାରିବେ, ପାଣି ପିଇ ପାରିବେ ଏବଂ ମଦ୍ୟପାନ ମଧ୍ୟ କରିପାରିବେ। ଏହି ମାସ୍କର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଭାଇରାଲ ଭିଡିଓରେ ଜଣେ ବ୍ୟକ୍ତି ରେଷ୍ଟୁରାଣ୍ଟରେ ବସିଛନ୍ତି। ତାଙ୍କ ମୁହଁରେ ଏକ ବଗ ଥଣ୍ଟ ପରି ମାସ୍କ ରହିଛି। ତାଙ୍କ ସାମ୍ନାରେ କିଛି ଖାଦ୍ୟ ଥୁଆ ହୋଇଛି। ସେ ମାସ୍କକୁ ଅତି ଅଜବ ଉପାୟରେ ବ୍ୟବହାର କରି ସ୍ନାକ୍ସ ଏବଂ ଅନ୍ୟାନ୍ୟ ଜିନିଷ ଖାଉଛନ୍ତି। ଭିଡିଓଟି କେଉଁଠୁ ଆସିଛି ଏବଂ କେବେ ରେକର୍ଡ ହୋଇଛି ତାହା କୁହାଯାଇ ନାହିଁ, କିନ୍ତୁ ଲୋକମାନେ ଏହାକୁ ଦେଖି ବହୁତ ମଜା ଉଠାଉଛନ୍ତି।

ଏହି ମଜାଦାର ଭିଡିଓଟି @safiranand ନାମକ ଏକ ଟୁଇଟର ଆକାଉଣ୍ଟରେ ଶେୟାର କରାଯାଇଛି। ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧୩ ହଜାରରୁ ଅଧିକ ଲୋକ ଦେଖିଥିବାବେଳେ ଶହ ଶହ ଲୋକ ଏହାକୁ ପସନ୍ଦ କରିଛନ୍ତି। ଏହି ଅଜବ ମାସ୍କର ଆଇଡିଆ ଦେଖିବା ପରେ ଲୋକମାନେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କିଛି ଲୋକ ଏହା ଦେଖି ହସର ଇମୋଜି ଦେଇଥିବା ବେଳେ ଆଉ କିଛି ୟୁଜର ଏହାକୁ ଏକ ଡ୍ରାମା ବୋଲି କହିଛନ୍ତି।

Share