Posted inଜାତୀୟ

ପୁରୁଷ ବନ୍ଧୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ… ଯୁବତୀଙ୍କୁ ପୀଡ଼ିତା ମନେକରିବା ଭୁଲ୍‌

ନୂଆଦିଲ୍ଲୀ,୩ା୪: ଶାରୀରିକ ସମ୍ପର୍କ ସ୍ଥାପନ ପରେ ଯୋଡ଼ିଙ୍କ ମଧ୍ୟରେ ବ୍ରେକ୍‌ଅପ୍‌ ହୋଇଗଲେ ମହିଳାମାନେ ବଳାତ୍କାର ଅଭିଯୋଗ ଆଣୁଥିବା ଧାରାକୁ ଦେଖି ବୁଧବାର ସୁପ୍ରିମକୋର୍ଟ ଚିନ୍ତାବ୍ୟକ୍ତ କରିଛନ୍ତି। ନିଜ ବିରୋଧରେ ବଳାତ୍କାର ମାମଲା ଖାରଜ ସକାଶେ ଜଣେ ପୁରୁଷଙ୍କ ପକ୍ଷରୁ ଦାଖଲ ଆବେଦନର ଶୁଣାଣି କରି ଜଷ୍ଟିସ୍‌ ଏମ୍‌.ଏମ୍‌. ସୁନ୍ଦରରେଶ ଏବଂ ରାଜେଶ ବିନ୍ଦାଲଙ୍କ ଖଣ୍ଡପୀଠ କହିଛନ୍ତି, ରୋମାନ୍ସ ବିଫଳ ହୋଇଗଲେ କିମ୍ବା ଯୋଡ଼ି ଭାଙ୍ଗିଗଲେ ମହିଳାମାନେ ବଳାତ୍କାର ଅଭିଯୋଗ ଆଣିବା ଦୁର୍ଭାଗ୍ୟଜନକ। ବିଶେଷକରି ସମାଜରେ ପରିବର୍ତ୍ତନଶୀଳ ନୈତିକ ମୂଲ୍ୟବୋଧ ଦୃଷ୍ଟିକୋଣରୁ ବ୍ରେକ୍‌ଅପ୍‌ ପରେ ବିବାହର ମିଥ୍ୟା ପ୍ରତିଶ୍ରୁତି ଦ୍ୱାହି ଦେଇ ଏପରି ଅଭିଯୋଗ ଅଣାଯିବା ଅନୁଚିତ।

ଆଲୋଚ୍ୟ ମାମଲାରେ ମହିଳା ଜଣକ ନିଜ ପିଟିଶନରେ ତାଙ୍କ ପୂର୍ବତନ ପୁରୁଷ ବନ୍ଧୁଙ୍କ ବିରୋଧରେ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ବଳାତ୍କାର କରିଥିବା ଅଭିଯୋଗ ଆଣିଥିଲେ। ଏହାକୁ ତାଙ୍କ ପୁରୁଷ ବନ୍ଧୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଶୀର୍ଷ ଅଦାଲତ ଏହା ଉପରେ ଆହୁରି କହିଛନ୍ତି, ଅଧିକାଂଶ ସମୟରେ ଏକ ରୁଢ଼ିବାଦୀ ମାନସିକତାର ପରିଣାମରୁ ଏଭଳି ଅଭିଯୋଗ ଆସିଥାଏ। ଆମ ବ୍ୟବସ୍ଥାରେ ଅଭାବ ଥିବାରୁ ମହିଳାମାନେ ପୁରୁଷଙ୍କୁ ଦୋଷ ଦେଇଥାନ୍ତି। ସମ୍ପୃକ୍ତା ମହିଳା ତାଙ୍କ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ୫ଟି ମାମଲା ଦାଏର କରିଛନ୍ତି। ମହିଳା ଜଣକ ଯଦି ଏତେ ନୀରିହା ତେବେ ସେ ସୁପ୍ରିମକୋର୍ଟକୁ ଆସି ନ ଥାଆନ୍ତେ। ସେ ଜଣେ ସାବାଳିକା। ତେଣୁ ବିବାହର ମିଥ୍ୟା ପ୍ରତିଶ୍ରୁତି ଯୋଗୁ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ ବୋଲି କହିବା ଅନୁଚିତ। ଏଠି ମହିଳାଙ୍କ ଯୁକ୍ତିକୁ ସତ ବୋଲି ଧରିନେଲେ କଲେଜରେ ଝିଅ ଓ ପୁଅଙ୍କ ମଧ୍ୟରେ ଯେକୌଣସି ସମ୍ପର୍କ ଦଣ୍ଡନୀୟ ହୋଇପାରିବ। ଧରାଯାଉ, ଉଭୟେ ପରସ୍ପରକୁ ଭଲ ପାଉଥିଲେ। ସମ୍ବନ୍ଧକୁ ଝିଅ ବିରୋଧ କଲେ ଏବଂ ପୁଅ କହିଲେ, ମୁଁ ଆସନ୍ତା ସପ୍ତାହରେ ତୁମକୁ ବିବାହ କରିବି। କିନ୍ତୁ ପରେ କୌଣସି କାରଣବଶତଃ ବିବାହ ସମ୍ପନ୍ନ ହୋଇ ନ ପାରିଲେ ତାହା ମଧ୍ୟ ଅପରାଧର ପଦବାଚ୍ୟ ହେବ। ତେଣୁ ଏଭଳି ମାମଲାରେ ଝିଅଙ୍କୁ ପୀଡ଼ିତା ଭାବେ ଦେଖାଯାଇ ପାରିବ ନାହିଁ ବୋଲି ଖଣ୍ଡପୀଠ କହିବା ସହ ଅଭିଯୁକ୍ତ ପୁରୁଷ ବନ୍ଧୁଙ୍କ ଆବେଦନର ଶୁଣାଣି କରିବାକୁ ରାଜି ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri