Posted inଜାତୀୟ

ପ୍ରେମିକାଙ୍କୁ ରକ୍ତରେ ସିନ୍ଦୂର ପିନ୍ଧାଇଲେ ପ୍ରେମିକ, ପରିବାର ଲୋକେ ଜାଣିବା ପରେ…

ପାଟନା,୨୭ା୮: ବିହାରର ମୁଙ୍ଗେର ଜିଲାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ହାବେଳି ଖଡ଼ଗପୁରରସ୍ଥିତ ହ୍ରଦ ପରିଦର୍ଶନ କରିବାକୁ ଆସିଥିବା ପ୍ରେମୀଯୁଗଳଙ୍କୁ ଜବରଦସ୍ତ ବିବାହ କରାଯାଇଛି। ସେଠାରେ ଉପସ୍ଥିତ ଥିବା ଲୋକମାନେ ପ୍ରଥମେ ଯୁବକଙ୍କର ଆଙ୍ଗୁଠି କାଟି ଯୁବତୀଙ୍କ ମଥାରେ ସିନ୍ଦୂର ଭରିଥିଲେ। ଏହା ପରେ ଘଟଣାର ଏକ ଭିଡିଓ ଭାଇରାଲ ହୋଇଥିଲା। ପରିବାର ଲୋକେ ସୋସିଆଲ ମିଡିଆରୁ ଏ ସମ୍ପର୍କରେ ଜାଣି ଉଭୟଙ୍କୁ ରୀତିନୀତି ଏବଂ ଆଇନଗତ ଭାବରେ ବିବାହ କରାଇଛନ୍ତି।

ଭାଇରାଲ ଭିଡିଓରେ, ଅଜଣା ବ୍ୟକ୍ତିମାନେ ପ୍ରେମୀଯୁଗଳଙ୍କୁ ଜବରଦସ୍ତ ବିବାହ କରୁଥିବା ଦେଖିବାକୁ ମିଳିଛି। ଲୋକମାନେ ଖଡ଼ଗପୁର ହ୍ରଦ ପରିଦର୍ଶନ କରିବାକୁ ଆସିଥିବା ପ୍ରେମୀଯୁଗଳଙ୍କ ମଧ୍ୟରୁ ଯୁବକଙ୍କ ଆଙ୍ଗୁଠି କାଟି ଦେଇଥିଲେ, ପରେ ଯୁବତୀଙ୍କ ମୁଣ୍ଡରେ ରକ୍ତରେ ସିନ୍ଦୂର ଭରିଥିଲେ। ସେଠାରେ ଉପସ୍ଥିତ ଲୋକଙ୍କ ମଧ୍ୟରୁ କେହି ଉକ୍ତ ସମସ୍ତ ଘଟଣାର ଏକ ଭିଡିଓ ପ୍ରସ୍ତୁତ କରି ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରିଦେଇଥିଲେ। ଭିଡିଓ ଦେଖି ଯୁବକଙ୍କ ପରିବାର ସଦସ୍ୟ ଅପବାଦକୁ ଡରି ଉଭୟଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।

ଭିଡିଓଟି ଖଡ଼ଗପୁର ଥାନା ଅନ୍ତର୍ଗତ ଏକ ଲେକ୍‌ ନିକଟରେ କରାଯାଇଛି ବୋଲି ଜଣାପଡ଼ିଛି। ପ୍ରେମୀଯୁଗଳ ଏହି ହ୍ରଦ ବୁଲିବାକୁ ଆସିଥିଲେ। ଉଭୟଙ୍କ ମଧ୍ୟରେ ୨ ମାସ ଧରି ପ୍ରେମ ସମ୍ପର୍କ ଚାଲିଥିଲା। ଯୁବକଙ୍କ ନାମ ମିଥଲେଶ ଗୁପ୍ତା। ସେ ବରୀପୁର ଥାନା ଅଧିନସ୍ଥ ବାହାଦୂରପୁର ନିବାସୀ ମହେଶ ପ୍ରସାଦ ଗୁପ୍ତାଙ୍କ ପୁଅ। ଏଥିସହ ଶ୍ୟାମପୁର ପୋଲିସ ଷ୍ଟେସନ ଅଧୀନରେ ଥିବା ବନାରସୀ ଭାସା ଗାଁର ବାସିନ୍ଦା ବୋଲି ଜଣାପଡିଛି। ଯୁବତୀ ଜଣକ ଖଡ଼ଗପୁରରେ ପାଠ ପଢୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri