Categories: ଜାତୀୟ

ନୂପୁରଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ ଜାରି

ନୂଆଦିଲ୍ଲୀ,୩ା୭: ନୂପୁର ଶର୍ମାଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ନୂପୁରଙ୍କ ବିରୋଧରେ କୋଲକାତା ପୋଲିସ ଲୁକ୍‌ ଆଉଟ୍‌ ନୋଟିସ ଜାରି କରିଛି। ପ୍ରଫେଟଙ୍କ ବିରୋଧରେ ନୂପୁର ବିବାଦୀୟ ମନ୍ତବ୍ୟ ଦେବା ନେଇ ତାଙ୍କ ବିରୋଧରେ ପୋଲିସ ଦୁଇ ଥର ନୋଟିସ ପଠାଇଥିଲା ମାତ୍ର ନୂପୁର ହାଜର ନ ହେବାରୁ ତାଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ ଜାରି କରାଯାଇଛି।

ନୂପୁରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ବିଭିନ୍ନ ରାଜ୍ୟରେ ହିଂସାକାଣ୍ଡ ଦେଖାଦେଇଥିବା ବେଳେ ଦୁଇ ଦୁଇଟି ହତ୍ୟାକାଣ୍ଡ ଘଟିସାରିଲାଣି। କୋଲକାତା ପୋଲିସ ନିକଟରେ ନୂପୁରଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ ହୋଇଛି। ନର୍କେଲଡାଙ୍ଗା ପୋଲିସ ଷ୍ଟେଶନରେ ଜୁନ୍‌ ୨୦ରେ ହାଜର ହେବା ଲାଗି ନୋଟିସ ଜାରି କରାଯାଇଥିବା ବେଳେ ଅମହରଷ୍ଟ ପୋଲିସ ପକ୍ଷରୁ ମଧ୍ୟ ଜୁନ୍‌ ୨୫ରେ ହାଜର ହେବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ଏହା ସତ୍ତ୍ବେ ନୂପୁର ହାଜର ହୋଇ ନ ଥିଲେ। ଏବେ ତାଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ ଜାରି କରିଛି କୋଲକାତା ପୋଲିସ।

Share