ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ବଳିଦାନ ଦିବସରେ ହିନ୍ଦୁଧର୍ମର ଉଦାରତା ଉପରେ ଆଲୋକପାତ

ପାଟଣା,୪ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶୁକ୍ରବାର କୃଷ୍ଣ ଜନ୍ମାଷ୍ଟମୀ, ବିଶ୍ୱ ହିନ୍ଦୁ ପରିଷଦ ପ୍ରତିଷ୍ଠା ଦିବସ ଓ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ବଳିଦାନ ଦିବସ ଅବସରରେ ବିଶାଳ ଶୋଭାଯାତ୍ରା ଆୟୋଜିତ ହୋଇଥିଲା।
ପାଟଣା ମୁଖ୍ୟାଳୟସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରୁ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରି ଆନନ୍ଦେଶ୍ୱର ଶିବମନ୍ଦିରରେ ପହଞ୍ଚିଥିଲା। ପରେ ଶୋଭାଯାତ୍ରା ପୁନର୍ବାର ଶିଶୁ ମନ୍ଦିରକୁ ଫେରିବା ପରେ ସଭା ଅନୁଷ୍ଠିତ ହୋଇଥିଲା।
ବିଶ୍ୱ ହିନ୍ଦୁ ପରିଷଦ ପାଟଣା ବ୍ଲକ ସଭାପତି ସନାତନ ଦାଶଙ୍କ ସଭାପତିତ୍ୱରେ ସଭାରେ ମୁଖ୍ୟ ବକ୍ତା ବିଶ୍ୱ ହିନ୍ଦୁ ପରିଷଦ ଓଡ଼ିଶା ପୂର୍ବର ବିଶେଷ ସମ୍ପର୍କ ବିଭାଗ ଟୋଲି ସଦସ୍ୟ ମଦନ ମୋହନ ଦ୍ୱିବେଦୀ ଯୋଗଦେଇ ବିଶ୍ବ ହିନ୍ଦୁ ପରିଷର ଆଭିମୁଖ୍ୟ, ହିନ୍ଦୁଧର୍ମର ମହନୀୟତା ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଆର୍‌ଏସ୍‌ଏସ୍‌ କେନ୍ଦୁଝର-ମୟୂରଭଞ୍ଜ ବିଭାଗ ପ୍ରଚାରକ ତପନ କୁମାର ନାୟକ, କେନ୍ଦୁଝର ଜିଲା ସଂଘଚାଳକ ଭାଗୀରଥି ପୃଷ୍ଟି, ଖଣ୍ଡ ସଂଘଚାଳକ କାଳୀଚରଣ ମହାନ୍ତ, ବିଶ୍ୱ ହିନ୍ଦୁ ପରିଷଦ ବ୍ଲକ ଉପସଭାପତି କୃଷ୍ଣଚନ୍ଦ୍ର ମହାନ୍ତ, ସମ୍ପାଦକ ଡମ୍ବରୁଧର ମହାନ୍ତ, ଖଣ୍ଡ ସଭାପତି ଚତୁର୍ଭୁଜ ମହାନ୍ତ ଓ ପୂର୍ଣ୍ଣଚନ୍ଦ୍ର ମହାନ୍ତ ପ୍ରମୁଖ ଯୋଗଦେଇ ହିନ୍ଦୁ ଧର୍ମର ମହନୀୟତା ଉପରେ ଆଲୋକପାତ କରିଥିଲେ।
ଶୋଭାଯାତ୍ରାରେ ବିଶ୍ୱହିନ୍ଦୁ ପରିଷଦର ପୂର୍ବତନ ସଭାପତି ଦୁର୍ଗାଚରଣ ନାୟକ, ରଜତ କୁମାର କର, ଆର୍‌ଏସଏସ୍‌ର ବିରଞ୍ଚି ମହାନ୍ତ, ଶିଶୁମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଗଣେଶ୍ୱର କରଙ୍କ ସମେତ ବହୁ କର୍ମକର୍ତ୍ତା ଓ ସଦସ୍ୟ ସାମିଲ ହୋଇଥିଲେ।

Dharitri – Odisha’s No.1 Odia Daily

Share