ଜୀବନ୍ତ ନୋଷ୍ଟ୍ରାଡାମସଙ୍କ ଭବିଷ୍ୟବାଣୀ, ମାତ୍ର କିଛି ମାସ ମଧ୍ୟରେ ଜନ୍ମନେବ ସବୁଠାରୁ ବୁଦ୍ଧିମାନ ବ୍ୟକ୍ତି, ଛୁଇଁପାରିବନି କୌଣସି ରୋଗ!

ବ୍ରାସିଲିଆ,୨୬।୧୨: ୨୦୨୪ ବର୍ଷ ଶେଷ ପାଇଁ କେବଳ ୫ଦିନ ବାକି ଅଛି ଏବଂ ସମଗ୍ର ବିଶ୍ୱରେ ଲୋକମାନେ ନୂତନ ବର୍ଷର ଆଗମନକୁ ଅପେକ୍ଷା କରି ରହିଛନ୍ତି। ଏପରି ସମୟରେ, ୨୦୨୫ବର୍ଷ ପୃଥିବୀର ଲୋକଙ୍କ ପାଇଁ କିପରି ହେବ ସେନେଇ ଅନେକ ପ୍ରକାରର କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ଏହା ସହିତ ଭବିଷ୍ୟବାଣୀଗୁଡିକ ମଧ୍ୟ ଯାଞ୍ଚ କରାଯାଉଛି। ବାବା ଭେଙ୍ଗା ଠାରୁ ଆରମ୍ଭ କରି ନୋଷ୍ଟ୍ରାଡାମସ ପର୍ଯ୍ୟନ୍ତ ମହାନ ଭବିଷ୍ୟଦ୍ବକ୍ତାଙ୍କ ଭବିଷ୍ୟବାଣୀ ସାମ୍ନାକୁ ଆସୁଛି । ୨୦୨୫ବର୍ଷ ପାଇଁ ଏହି ଦୁଇଜଣ କ’ଣ ପୂର୍ବାନୁମାନ କରିଛନ୍ତି, ସେଥିପାଇଁ ଲୋକମାନେ ଅଧିକ ଆଗ୍ରହୀ । କିନ୍ତୁ ବର୍ତ୍ତମାନ ବ୍ରାଜିଲର ଆଥୋସ ସାଲୋମ, ଜୀବନ୍ତ ନୋଷ୍ଟ୍ରାଡାମସ ଭାବରେ ଜଣାଶୁଣା, ନୂତନ ବର୍ଷ ବିଷୟରେ ଅନେକ ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ କରିଛନ୍ତି।

ଆଥୋସ ସାଲୋମ କହିଛନ୍ତି ଯେ ୨୦୨୫ ସୁଦ୍ଧା ଏକ ଜେନେଟିକ ରୂପାନ୍ତରିତ ମଣିଷ ବିଶ୍ୱ ସାମ୍ନାରେ ଦେଖାଯିବ, ଯିଏ ଅନ୍ୟ ମଣିଷ ଅପେକ୍ଷା ଚତୁର, ଶକ୍ତିଶାଳୀ ଏବଂ ରୋଗ ପ୍ରତିରୋଧକ ହେବ। କୌଣସି ରୋଗ ତାଙ୍କୁ ଛୁଇଁ ପାରିବ ନାହିଁ। ସେ କହିଛନ୍ତି ଯେ ବୈଜ୍ଞାନିକମାନେ ସରକାର ଏବଂ କର୍ପୋରେଟରଙ୍କ ସାହାଯ୍ୟରେ ଉନ୍ନତ ଜ୍ଞାନକୌଶଳ ବ୍ୟବହାର କରି ଚୁପଚାପ ଏକ ‘ସଂପୂର୍ଣ୍ଣ ମଣିଷ’ ସୃଷ୍ଟି କରୁଛନ୍ତି। ଏଭଳି ପ୍ରଥମ ମାମଲା ଏସୀୟ ଦେଶରୁ ଆସିବ ବୋଲି ସେ ପୂର୍ବାନୁମାନ କରିଛନ୍ତି।
ବ୍ରାଜିଲର ଆଥୋସ ସାଲୋମ, ଜୀବନ୍ତ ନୋଷ୍ଟ୍ରାଡାମସ ଭାବରେ ଜଣାଶୁଣା, ୨୦୨୫ବର୍ଷ ପାଇଁ ସେ ଅନେକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ଏଥିରେ ଜେନେଟିକ ରୂପାନ୍ତରିତ ମଣିଷର ବିକାଶ, AI ର କଣ୍ଟ୍ରୋସ୍‌ ବାହାରେ ଗତି କରିବାର ସମ୍ଭାବନା ଏବଂ ବିଦେଶୀମାନଙ୍କ ସହିତ ସମ୍ପର୍କ ସ୍ଥାପନ କରିବାର ସମ୍ଭାବନା ଅନ୍ତର୍ଭୁକ୍ତ। ବ୍ରାଜିଲର ଆଥୋସ ସାଲୋମ COVID-19 ମହାମାରୀ ଏବଂ ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ସମେତ ବିଶ୍ୱସ୍ତରୀୟ ଘଟଣାର ପୂର୍ବାନୁମାନ ପାଇଁ ଧ୍ୟାନ ଆକର୍ଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri