ଅଳପ ଧନ ବହୁତ ମନ

ମୋହନ ଚରଣ ବିଷି

 

ସହର ପରି ଗାଁ ମଧ୍ୟ ଧୋବଧାଉଳିଆ। ସହରର ଚାକଚକ୍ୟ ଗାଁରେ ମଧ୍ୟ ଦେଖାଦେଲାଣି। ଚାଲିଚଳଣିରେ ଲୋକମାନଙ୍କ ଅନେକ ପରିବର୍ତ୍ତନ ହେଲାଣି। ଲୋକଙ୍କ ମାନସିକତାରେ ଭଲ ଘର, ଚାରିଚକିଆର ନିଶା ଘରକରିଛି। ଉପାର୍ଜନ ସ୍ବଳ୍ପ କିନ୍ତୁ ଆଶାତୀତ ଆଶା। ସ୍ବପ୍ନ ଦେଖିବା ତ ନିଜସ୍ବ।
ସ୍ବପ୍ନକୁ ସାକାର କରିବା ପାଇଁ ଯେଉଁ ଆତ୍ମବଳ, ଧୈର୍ଯ୍ୟ, ପରାକାଷ୍ଠା ଆବଶ୍ୟକ ତାହା ଆଉ ପରିଲକ୍ଷିତ ହେଉନାହିଁ। ଆମେ ପଢ଼ିଛୁ ଟାଟା, ବିର୍‌ଲା,ଡାଲମିଆ, ଅମ୍ବାନୀ ପରି ନାମୀଦାମୀ କମ୍ପାନୀ ମାଲିକଙ୍କ ସଂଘର୍ଷର କଥା। କେମିତି ସେମାନେ ଜିରୋରୁ ହିରୋ ହୋଇଛନ୍ତି। ସେମାନେ ଶିଖରକୁ ଛୁଇଁବା ପାଇଁ ଲମ୍ବା ପ୍ରତୀକ୍ଷା କରିଛନ୍ତି। ଅନେକ ଜୀବନକୁ ପ୍ରଭାବିତ କରିଛି ତାଙ୍କ ପ୍ରେରଣାପ୍ରଦ କାହାଣୀ। ବର୍ତ୍ତମାନ ପରିସ୍ଥିତି ଭିନ୍ନ ମୋଡ଼ ନେଉଛି। ଲମ୍ବା ସଂଘର୍ଷ କରି ବିତ୍ତଶାଳୀ ହେବା ପାଇଁ ଚାହୁଁ ନାହାନ୍ତି। ଅଧ୍ୟବସାୟ ଓ ପରିଶ୍ରମ ବିନା ରାତାରାତି ଧନୀ ହେବାର ନିଶା ଘାରିଛି। ଏହା ଅସମ୍ଭବ। କିନ୍ତୁ ଆଜିର ନୂତନ ପିଢ଼ିର କଳ୍ପନା ଭିନ୍ନ। ଏତେ ଲମ୍ବା ସମୟ କିଏ ଅପେକ୍ଷା କରିବ। ସେଥିପାଇଁ ଆପଣାଉଛନ୍ତି ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟ। ବିଶେଷକରି ଯୁବ ସମାଜ ଅତ୍ୟାଧୁନିକ ଜୀବନ ନିର୍ବାହ କରିବା ପାଇଁ ନିମ୍ନଗାମୀ ହେଉଛନ୍ତି। କଳା ବ୍ୟବସାୟ ପଛରେ ଯୁବଗୋଷ୍ଠୀଙ୍କୁ ପ୍ରଲୋଭିତ କରି ଲଗାଯାଉଛି। ନିିର୍ବାଚନ ସମୟରେ ଯୁବକମାନଙ୍କୁ ବଡ଼ ଆଶା ଦେଖାଇ ଅସ୍ତ୍ରଭଳି ବ୍ୟବହାର କରାଯାଉଛି। ନିର୍ବାଚନକୁ ଏକ ଜୁଆଖେଳ ଭାବରେ କିଛି ଗୋଷ୍ଠୀ ବ୍ୟବହାର କରୁଛନ୍ତି। ନିିର୍ବାଚନ ଜିତିବା ପରେ ଆଇନ ସବୁ ଯେମିତି ତାଙ୍କ ହାତରେ। ନିିର୍ବାଚନରେ ଖଟେଇଥିବା ପଇସା ଯେମିତି ହେଲେ ମଧ୍ୟ ଠୁଳ କରିବାକୁ ହେବ। ତେଣୁ ଯେତେ ସବୁ ଠିକା କାମରେ ନିଜ ଲୋକ ଅବା କିଛି ଯୁବକମାନଙ୍କୁ ହାତବାରିସି କରି ପଚିଶ କାମକୁ ପାଞ୍ଚରେ ସାରିଦେଉଛନ୍ତି। ଯେମିତି ପିଚୁ ପକାଉ ପକାଉ ରସ୍ତାରୁ ପିଚୁ ଗାଏବ, ଗୃହ ପ୍ରବେଶ ପୂର୍ବରୁ ଛାତ ଭୁଶୁଡି ପଡ଼ିବା, ପୋଲ କାମ ଚାଲୁଥିଲା ବେଳେ ପୋଲ ଭାଙ୍ଗିଯିବା,ପୋଖରୀ କାମ ହୋଇଥିବ ଏପଟେ ପୋଖରୀ ଚୋରି ହୋଇଥିବ। ଆଜିକାଲି ପୁଣି ବ୍ୟବସାୟରେ ନକଲି କାରବାର କରି ମୁନାଫାଖୋର ମାଲାମାଲ୍‌। ସିନ୍ଥେଟିକ ଚାଉଳ, ପ୍ଲାଷ୍ଟିକ ଚାଉଳ, ନକଲି ଘିଅ,ଚା’ ପତିି, ମସଲା, ସୁଜି, ଅଟା ଆଦି ସହ ଏପରିକି ନକଲି ଔଷଧ ମଧ୍ୟ ପ୍ରସ୍ତୁତ କରିବାକୁ ପଛାଉନାହାନ୍ତି। ଅସଫଳ ହେଲେ ଆତ୍ମହତ୍ୟା କରୁଛନ୍ତି। ଆଜିର ଯୁବପିଢ଼ି ପାଖରେ ଅପେକ୍ଷା କରିବା ପାଇଁ ସମୟ ନାହିଁ। ସାଙ୍ଗେ ସାଙ୍ଗେ ଫଳ ଆଶା ରଖୁଛନ୍ତି। ଧୈର୍ଯ୍ୟବିଚ୍ୟୁତି କାରଣରୁ ମାନସିକ ସନ୍ତୁଳନ ହରାଇ ବସୁଛନ୍ତି। ଶସ୍ତା ଲୋକପ୍ରିୟତା ଅର୍ଜନ ଯୁବଗୋଷ୍ଠୀମାନଙ୍କର ଏକ ନିଶା ପାଲଟି ଯାଇଛି।
ଆଜିକାଲି ଏତେ ତଳକୁ ଖସିଯିବାର ଲୋକଙ୍କ ମାନସିକତା କାହିଁକି? କ’ଣ ପାଇଁ ରାତାରାତି ଧନୀ ହେବାର ସ୍ବପ୍ନ ଦେଖୁଛନ୍ତି? ଆଜିର ଯୁବକ ଦେଶ ବିଦେଶ ସବୁ ଦେଖୁଛି। ଲୋକେ କେମିତି ଧନୀ ହେଉଛନ୍ତି ଓ ଆରାମରେ ରହୁଛନ୍ତି ସବୁ ଦେଖୁଛି। ସେ ନିଜେ ସେମିତି ଜୀବନ ଯାପନ କରିବା ପାଇଁ ଚେଷ୍ଟା କରୁଛି କିନ୍ତୁ ପ୍ରକୃତ ପରିଶ୍ରମ କରି ଅର୍ଥ ଉପାର୍ଜନ କରିବାକୁ ଆଦୌ ଇଚ୍ଛା ନାହିଁ। ଦେଖାଯାଉଛି ଯେଉଁ ଚାକିରିଆର ଯଦି ଦରମା କେବଳ ଭରସା, ଯେଉଁ ବ୍ୟବସାୟୀର ଯଦି ପ୍ରକୃତ ଲାଭ ଭରସା ସେମାନେ ହାତରୁ ପାଟିବାଲା। ସେମାନେ କଷ୍ଟେମଷ୍ଟେ ସଂସାର ଚଳେଇବାକୁ ସମର୍ଥ। କିନ୍ତୁ ଖବର ପାଉଛୁ ଯେ, କୋଟିପତି ସରକାରୀ ଡ୍ରାଇଭର, ପିଅନର ରାଜଉଆସ, ପାଞ୍ଚହଜାର ଟଙ୍କା ସରକାରୀ ଦରମା ପାଉଥିବା ଲୋକର କୋଟିଏ ସମ୍ପତ୍ତି। ଆଉ ବଡ଼ ଅଫିସରମାନେ ତ ସବୁବେଳେ ବଡ଼ ବଡ଼ କାରବାରରେ ଲିପ୍ତ ହୋଇ ନୋଟ୍‌ ଗଦାର ମାଲିକ। ଅବଶ୍ୟ ସମସ୍ତେ ଏମିତି ନୁହନ୍ତି। କିନ୍ତୁ ଗାଁଠାରୁ ସହର ଯାଏ ଅନୈତିକ ଉପାୟରେ ଅର୍ଥ ରୋଜଗାର କରିବାକୁ କାହିଁକି କେଜାଣି ଅଧିକାଂଶ ଲୋକଙ୍କ ପସନ୍ଦ ହେଲାଣି। ବୋଧେ ସେମାନେ ଅନୁଭବ କଲେଣି ଦରମା ଭରସାରେ କିମ୍ବା ବ୍ୟବସାୟିକ ପ୍ରକୃତ ଲାଭରେ ଧନୀହେବା କେବଳ ସ୍ବପ୍ନରେ ରହିଯିବ।
କେବଳ ଦିଲ୍ଲୀରୁ ପଲ୍ଲୀ ନୁହେଁ ବିଦେଶରେ ମଧ୍ୟ ଏମିତି ଚେର କାୟାବିସ୍ତାର କରି ରହିଛି। ଏ ଚେରରେ ପରା ଗଛ ହୋଇଥାଏ। ଏଣୁ ସମସ୍ତଙ୍କ ପସନ୍ଦ ଏମିତି ଗଛ ଲଗାଇ ମନ ଭରି ଅମ୍ଳଜାନ ନେବା ପାଇଁ। ଏବେ ଯୁବମାନସିକତାରେ ଯେଉଁ ପରିବର୍ତ୍ତନ ଦେଖାଯାଉଛି ଯେ, ଆଉ ଆମେ ପରିଶ୍ରମ କରିବୁ ନାହିଁ କେବଳ ବୁଦ୍ଧିକୁ ଉପଯୋଗ କରି ରାତାରାତି କେମିତି ବିରାଟ ଧନୀ ହୋଇଯିବୁ। ଉପାୟ ସାଧୁ କି ଅସାଧୁ ପରବାୟ ନାହିଁ, ସମୟ ଆସିଲେ ଜଣାପଡ଼ିବ। କିନ୍ତୁ ରାତି ପାହିଲେ ଦାଢ଼ି ଲମ୍ବି ଯାଇଥିବ। ଲୋକେ ସକାଳୁ ଦେଖିବେ ମୋର ପାରିବାପଣିଆ ଗାଡ଼ିମୋଟର, ଚାକରବାକର ଥାଟବାଟ ପରିପାଟୀରେ ଦୁଆର ଭର୍ତ୍ତି। ମୋତେ ଦେଖି ଯେମିତି ସମ୍ମାନରେ ଲୋକଙ୍କ ମୁଣ୍ଡ ତଳକୁ ହୋଇଯାଉଥିବ। ଏମିତି କିଛି ଭାବନାରେ ଭାବୁକ ଯୁବସମାଜ ଯେକୌଣସି ଦେଶ ପାଇଁ ପ୍ରଗତିର ବାଧକ ନିଶ୍ଚୟ। ସତରେ ଯୁବପିଢ଼ିକୁ ଏମିତି ଭାବନାରୁ ବାହାରିବାକୁ ହେବ। ରାତାରାତି ଧନୀ ହେବା ନିଶାରୁ ଯୁବସମାଜକୁ ନିବୃତ୍ତ ହେବାକୁ ପଡ଼ିବ। ନିଜ ଉପାର୍ଜନକୁ ନେଇ ଧନୀ ହେବା ଶ୍ରେୟସ୍କର, ହୁଏତ ବିଳମ୍ବରେ କାର୍ଯ୍ୟସିଦ୍ଧି ହୋଇପାରେ। ସହଜ ସରଳ ବିନା ପରିଶ୍ରମରେ ଅର୍ଥ ଉପାର୍ଜନ ପରି ଉପାୟକୁ ତ୍ୟାଗକରି ନିଜ ଅଧ୍ୟବସାୟରେ ଉପାର୍ଜନ କଲେ ଦେଶ ଓ ଦଶର ମଙ୍ଗଳ ସୁନିଶ୍ଚିତ।
– ଅଧ୍ୟାପକ, ଗଡରାମାଳ, କୋକସରା, କଳାହାଣ୍ଡି
ମୋ:୯୭୭୭୪୬୮୮୪୧


Enter your email to get our daily news in your inbox.

All Right Reserved By Dharitri.Com

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

ଲୁଚାଇବା ଅନାବଶ୍ୟକ

ସୁପ୍ରିମକୋର୍ଟ ୧୩ ମାର୍ଚ୍ଚ ୨୦୨୬ରେ ମହିଳାଙ୍କ ଋତୁସ୍ରାବକାଳୀନ ଛୁଟି ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେବା ସହ ଦେଇଥିବା ମତକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସର୍ବୋଚ୍ଚ ଅଦାଲତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri