Categories: ଫୁରସତ

ଏମିତି ଷ୍ଟଣ୍ଟ ଦେଖାଇଲେ କୁନି ବାଳକ, ଥରେ ଭିଡିଓ ଉପରେ ନଜର ପକାଇଲେ ଆଖି ଫେରିବନି

ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ ହେଉଥିବାର ଦେଖିଥିବେ ନିଶ୍ଚିତ। ଏହି ଭିଡିଓଗୁଡିକ ମଧ୍ୟରୁ କିଛି ଏମିତି ଥାଏ, ଯାହା ବାରମ୍ବାର ଦେଖିବାକୁ ଆପଣ ବାଧ୍ୟ ହୋଇଥାନ୍ତି। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ କୁନି ବାଳକ ନିଜର ଅସାଧାରଣ ପ୍ରତିଭା ଦେଖାଇଛନ୍ତି।

ଏହି ଭିଡିଓରେ କୁନି ବାଳକ ଜଣକ ନିଜ ଘର ବଗିଚାରେ ନିର୍ମିତ ସେଟ୍‌ଅପ୍‌ରେ ଏତେ ଜବରଦସ୍ତ ଷ୍ଟଣ୍ଟ ପ୍ରଦର୍ଶନ କରୁଛନ୍ତି, ଯାହା ଦେଖି ଦର୍ଶକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଏହି ଭିଡିଓ ଏବଂ କୁନି ବାଳକଙ୍କର ଶକ୍ତି ଭିନ୍ନ ଏକ ଆଲୋଡ଼ନ ସୃଷ୍ଟି କରିଛି। ଆପଣ ମଧ୍ୟ ଏହି ଶକ୍ତିଶାଳୀ ଭିଡିଓ ଦେଖିବା ନିହାତି ଜରୁରୀ।

ଭାଇରାଲ ହେଉଥିବା ଭିଡିଓରେ, ଜଣେ ୮-୯ ର୍ଷର ବାଳକଙ୍କୁ ଏକ ଜବରଦସ୍ତ ଷ୍ଟଣ୍ଟ ପ୍ରଦର୍ଶନ କରୁଥିବା ଦେଖିପାରିବେ। ବାଳକ ଜଣକ ଫ୍ଲୋରିଡ଼ାର। ସେ ତାଙ୍କ ଘରର ବଗିଚାରେ ତାଙ୍କ ପିତାଙ୍କ ଦ୍ୱାରା ନିର୍ମିତ ସେଟଅପ୍‌ରେ ଗୋଟିଏ ନିଃଶ୍ୱାସରେ ଷ୍ଟଣ୍ଟ ପ୍ରଦର୍ଶନ କରୁଛନ୍ତି। ଦୌଡ଼ିବାଠାରୁ ଜମ୍ପିଂ ଏବଂ ମଙ୍କି ବାର୍‌ ପର୍ଯ୍ୟନ୍ତ। ଯେଉଁ ଶକ୍ତି ସହିତ ବାଳକ ଜଣକ ଗୋଟିଏ ଷ୍ଟେପ୍‌ରେ ଯାଇ ପୂରା ସେଟଅପ୍‌ ଅତିକ୍ରମ କରିବାରେ ସକ୍ଷମ ହେଉଛନ୍ତି।

ଏହି ବାଳକଙ୍କ ନାମ ଇଷ୍ଟନ ଏବଂ ତାଙ୍କ ପିତା ଭିଡିଓଟିକୁ ଅପ୍‌ଲୋଡ କରିଛନ୍ତି। ଏତେ କମ୍‌ ବୟସରେ ପିଲାଟିର ଅସାଧାରଣ ପ୍ରତିଭା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏପର୍ଯ୍ୟନ୍ତ ୧୭ ମିଲିୟନ ଲୋକ ଏହି ଭିଡିଓ ଦେଖିଥିବା ବେଳେ ୧୦ ଲକ୍ଷ ଲୋକ ଏହାକୁ ଲାଇକ୍‌ କରିଛନ୍ତି। ସେହିପରି ହଜାର ହଜାର ୟୁଜର ସୁନ୍ଦର ସୁନ୍ଦର କମେଣ୍ଟ ବି ଦେଇଛନ୍ତି।

Share