Categories: ଫୁରସତ

ବିଶାଳକାୟ ଅଜଗର ସହ ଖେଳୁଛି କୁନି ବାଳକ, ଭିଡିଓ ଦେଖିଲେ ଟାଙ୍କୁରି ଉଠିବ ଲୋମ

ସାଧାରଣତଃ ଲୋକେ କୁକୁର, ବିଲେଇ, ନେଉଳ, ଶୁଆ, ପାରା, କୁକୁର ଆଦି ଘରେ ପାଳିଥାନ୍ତି। ଯେଉଁମାନେ କୌଣସି କ୍ଷତି କରନ୍ତି ନାହିଁ। ମାତ୍ର ଘରେ ସାପ ପାଳିବା ନିଶ୍ଚିତ ଭୟଙ୍କର। କିନ୍ତୁ ଅନେକ ଥର ଏମିତି ଭୟଙ୍କର ଜୀବଙ୍କୁ ଲୋକେ ଘରେ ପାଳୁଥିବା ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଏକ ଶିଶୁ ବିରାଟ ଅଜଗର ସହ ଖେଳୁଛି।

imare_୮୮୭୨ ନାମକ ଏକ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଭିଡିଓଟି ଶେୟାର କରାଯାଇଛି। ଏଥିରେ ଜଣେ କୁନି ବାଳକ କୋଳରେ ଏକ ବିଶାଳ ଅଜଗର ସହ ଖେଳୁଥିବା ନଜର ଆସିଛି। ଏହା ଏକ ଅତ୍ୟନ୍ତ ଭୟଙ୍କର ସାପ ଅଟେ। ତଥାପି ପିଲାଟି ତା’ ସହ ଆରାମରେ ବସି ଖେଳୁଛି।

ଭିଡିଓ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଅନେକ ୟୁଜର ଏପରି ଭୟଙ୍କର ଜୀବ ସହିତ ନ ଖେଳିବାକୁ ପରାମର୍ଶ ଦେଇଛନ୍ତି। ଆଉ କିଛି ୟୁଜର ଏହା ସେମାନଙ୍କ ମାତାପିତାଙ୍କୁ ଦାୟୀ କରିଛନ୍ତି। ଜଣେ ୟୁଜର କହିଛନ୍ତି, ପୁଅ ଖାଇବା ପୂର୍ବରୁ ସାପ ଅନ୍ୟକିଛି କରିବାକୁ ଅପେକ୍ଷା କରିଛି। ଆଉ କିଛି ୟୁଜର କହିଛନ୍ତି ଅନ୍ୟ ଗୃହପାଳିତ ପଶୁ ପରି ସାପ ନୁହେଁ। ଏହା ନିଶ୍ଚିତ ଭୟାନକ ଏବଂ ଜୀବନ ନାଶକ।

Share