ଅତ୍ୟଧିକ ଋଣଭାର ନେଲା ଜୀବନ: ଆତ୍ମହତ୍ୟା କଲେ ବିଦେଶୀ, ମେଡିକାଲକୁ ଚକ୍ଷୁଦାନ କଲେ ପରିବାର

ଗଞ୍ଜାମ,୩ା୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ନୀଳାଦ୍ରିପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଋଣ ଭାର ସହି ନ ପାରି ସେହି ଗ୍ରାମର ବିଦେଶୀ ଦଳେଇ(୫୦ ବର୍ଷ ) ମହାଶିବରାତ୍ରି ଦିନ ବିଷ ପିଇ ଦେଇଥିଲେ। ପରିବାର ଲୋକ ସଙ୍ଗେ ସଙ୍ଗେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ଦୁଇ ଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ ବିଦେଶୀଙ୍କ ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ପରିବାର ଲୋକେ ମେଡିକାଲଙ୍କୁ ମୃତ ବିଦେଶୀଙ୍କ ଦୁଇଟି ଚକ୍ଷୁ ପ୍ରଦାନ କରିଥିବା ଜଣାପଡିଛି। ମୃତ ବିଦେଶୀଙ୍କ ୪ ପୁଅ ଏବଂ ଗୋଟିଏ ଝିଅ ଥିବା ବେଳେ ଝିଅ ବିବାହ ସରିଛି। ଝିଅ ବାହାଘର ସମୟରେ ସେ ବିଭିନ୍ନ ଗ୍ରୁପରୁ ଋଣ ଆଣିଥିଲେ। ଋଣ ଭାର ଅସହ୍ୟ ହେବାରୁ ନିଜ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିଲେ।
ପ୍ରକାଶଯୋଗ୍ୟ, ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ବିଭିନ୍ନ ଗ୍ରାମକୁ ଯାଇ ପ୍ରଲୋଭନ ଦେଖାଇ ଯାଚି ଲୋନ୍‌ ଦେଇଦିଅନ୍ତି। ପରବର୍ତ୍ତୀ ସମୟରେ ଜୋରଜବରଦସ୍ତ ଆଦାୟ କରିଥାନ୍ତ। ଲୋକ ଲଜ୍ଜା ସହି ନ ପାରି ଏମିତି ଅନେକ ଲୋକ ଆତ୍ମହତ୍ୟା କରିବାକୁ ପଛାଇନାହାନ୍ତି। ଏଥିପାଇଁ ଜିଲା ପ୍ରଶାସନ ହସ୍ତକ୍ଷେପ କରିବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟବସାୟୀଙ୍କ ସ୍କୁଟି ଡିକି ଭାଙ୍ଗି ୧୧୦ ଗ୍ରାମ୍‌ ସୁନା ଅଳଙ୍କାର ଲୁଟ୍‌

ରାୟଗଡ଼ା,୧୮ା୩(ଆଶିଷ ରଞ୍ଜନ ପଣ୍ଡା): କିଛି ଦିନର ନୀରବତା ପରେ ପୁଣି ରାୟଗଡ଼ା ସହରରେ ଆରମ୍ଭ ହୋଇଛି ଚୋରି ଓ ଲୁଟ୍‌। ପୋଲିସ୍‌କୁ ଏକପ୍ରକାର ଖୋଲା ଚ୍ୟାଲେଞ୍ଜ କରିଛନ୍ତି…

ଶେଷରେ ପୁଟିନଙ୍କ ସହ ଡିଲ୍‌ କରିବେ ଟ୍ରମ୍ପ! ଆଗକୁ ଯୁଦ୍ଧରେ ନୂଆ ମୋଡ…

ନୂଆଦିଲ୍ଲୀ,୧୮।୩: ମଧ୍ୟପ୍ରାଚ୍ୟରେ ହର୍ମୁଜକୁ ନେଇ ବୃଦ୍ଧି ପାଉଥିବା ଉତ୍ତେଜନା କେବଳ ତୈଳ ବଜାରକୁ ନୁହେଁ ବରଂ ବିଶ୍ୱ ରାଜନୀତିକୁ ମଧ୍ୟ ଦୋହଲାଇ ଦେଇଛି। ଏହି ସମୟରେ, ନାଟୋ…

କଂଗ୍ରେସକୁ ଶକ୍ତ ଝଟ୍‌କା: ଦଳ ଛାଡ଼ି ଭାଜପାରେ ଯୋଗଦେଲେ ବରିଷ୍ଠ ନେତା

ଗୁଆହାଟୀ,୧୮ା୩:ଆସାମ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ପୁଣି ଶକ୍ତ ଧକ୍କା ଲାଗିଛି। ଦଳୀୟ ନେତା ତଥା ନାଗାଓଁ ଏମ୍‌ପି ପ୍ରଦ୍ୟୁତ୍‌ ବର୍ଦୋଳୋଇ ଭାଜପାରେ ଯୋଗ ଦେଇଛନ୍ତି। ଆସାମ…

ଦିଲୀପଙ୍କ ବିଜୟକୁ ନେଇ ମୁହଁ ଖୋଲିଲେ ସୌମ୍ୟରଞ୍ଜନ: ବିଜେଡି-ଭାଜପା ଭିତିରି ସମ୍ପର୍କକୁ ନେଇ କହିଦେଲେ ଏମିତି

ଭୁବନେଶ୍ୱର,୧୮।୩ (ସୁନିତ୍‌ ମିଶ୍ର):ରାଜ୍ୟ ସଭା ନିର୍ବାଚନରେ ଯେଉଁମାନେ ଦଳ ବିରୋଧରେ ଯାଇ ଭୋଟ ଦେଲେ ଏବଂ ଯେଉଁମାନେ ସେହି ଭୋଟକୁ ପାଇବା ପାଇଁ ଉଦ୍ୟମ କଲେ ସେମାନେ…

ଅଫିସ ଭିତରେ ପଶି ଆର୍‌ଆଇଙ୍କୁ ଆଖିବୁଜା ମାଡ଼ ମାରିଲେ ଯୁବକ, ଘୋଷାଡ଼ି ଘୋଷାଡ଼ି…

ଚାନ୍ଦବାଲି,୧୮ା୩(ଅଶୋକ ପଣ୍ଡା): ସରକାରୀ ଅଫିସ୍‌ ଭିତରେ ପଶି ଅଫିସରଙ୍କୁ ଆଖିବୁଜା ମାଡ଼। ତାହା ପୁଣି ଦିନ ଦ୍ୱିପ୍ରହରରେ ସର୍ବ ସମ୍ମୁଖରେ। ଏମିତି କି ଅଫିସ ଗୃହରୁ ଘୋଷାଡ଼ି…

ଭୟଙ୍କର ହେଲା ବିଶ୍ୱଯୁଦ୍ଧ: ଇରାନର ନ୍ୟୁକ୍ଲିୟର ପ୍ଲାଣ୍ଟରେ ମିସାଇଲ ମାଡ଼! ବିଶ୍ୱରେ ଚହଳ

ତେହରାନ,୧୮।୩: ଇରାନର ପରମାଣୁ କେନ୍ଦ୍ରରେ ମିସାଇଲ ମାଡ଼। ବୁଶେହର ନିକଟରେ ଅବସ୍ଥିତ ଇରାନର ଏକମାତ୍ର ସକ୍ରିୟ ପରମାଣୁ ଶକ୍ତି କେନ୍ଦ୍ର ପାଖରେ ମିସାଇଲ ମାଡ଼ ହୋଇଛି। ଯାହା…

ବିମାନଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଏଣିକି ୬୦% ସିଟ୍‌ ମାଗଣାରେ ବାଛିପାରିବେ

ନୂଆଦିଲ୍ଲୀ,୧୮ା୩: ବିମାନଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି। ବୁଧବାର ବିମାନଯାତ୍ରୀମାନଙ୍କୁ ଲାଭ ଦେବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏକ ବ୍ୟାପକ ତଥା ନୂଆ ନିୟମ ପ୍ରଚଳନ…

ରୁଷିଆ ପରେ ଭାରତକୁ ତେଲ ପଠାଇଲା ଏହି ମୁସିଲମ ଦେଶ, ଚମକି ପଡିଲେ ଟ୍ରମ୍ପ!

ନୂଆଦିଲ୍‌ଲୀ,୧୮।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଚାଲିଥିବା ବିବାଦ ଯୋଗୁଁ ହର୍ମୁଜରେ ସଙ୍କଟ ଆହୁରି ଗଭୀର ହେଉଛି। ଏହି ପରିସ୍ଥିତି ମଧ୍ୟରେ, ଭାରତ ପାଇଁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri