କ୍ୱାଡ୍‌ରେ ଚାଇନାକୁ ଟାର୍ଗେଟ

ଓ୍ବିଲ୍‌ମିଙ୍ଗଟନ୍‌,୨୩ା୯: ବିଶ୍ୱର ମଙ୍ଗଳ ପାଇଁ କ୍ୱାଡ୍‌ ଏକ ଶକ୍ତି। ଏହି ମେଣ୍ଟର ବର୍ତ୍ତମାନ ଭଳି ରଣନୀତିକ ଏକତା ପୂର୍ବରୁ କେବେ ଦେଖାଯାଇ ନ ଥିଲା ବୋଲି ଆମେରିକା, ଭାରତ, ଅଷ୍ଟ୍ରେଲିଆ ଏବଂ ଜାପାନକୁ ନେଇ ଗଠିତ ସଂଗଠନ ପକ୍ଷରୁ ଏକ ମିଳିତ ବିବୃତିରେ କୁହାଯାଇଛି। ଡେଲାଓ୍ବେରର ଓ୍ବିଲମିଙ୍ଗଟନ୍‌ଠାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଦ୍ୱାରା ଆୟୋଜିିତ କ୍ୱାଡ୍‌ ନେତାମାନଙ୍କ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କ ଅଷ୍ଟ୍ରେଲିଆ ପ୍ରତିପକ୍ଷ ଆନ୍ଥୋନୀ ଆଲବାନିସ୍‌ ଏବଂ ଜାପାନର ଫୁମିଓ କିଶିଦା ଯୋଗ ଦେଇଥିଲେ। କ୍ୱାଡ୍‌ ଗଠନ ହେବାର ୪ ବର୍ଷ ମଧ୍ୟରେ ଏହା ରଣନୀତିକ ଦୃଷ୍ଟିରୁ ଅଧିକ ଶକ୍ତିଶାଳୀ ହୋଇଥିବାବେଳେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଏକ ବାସ୍ତବ, ସକାରାତ୍ମକ ତଥା ସ୍ଥାୟୀ ପ୍ରଭାବ ବିସ୍ତାର ପାଇଁ ଏକ ଉତ୍ତମ ଶକ୍ତି ଭାବେ ଉଭା ହୋଇଥିବା ଓ୍ବିଲ୍‌ମିଙ୍ଗଟନ୍‌ ଘୋଷଣାନାମାରେ କୁହାଯାଇଛି।
ଇଣ୍ଡୋ-ପାସିଫିକ୍‌ରେ ୪ ପ୍ରମୁଖ ଗଣତନ୍ତ୍ର ଭାବେ ଉକ୍ତ ଅଞ୍ଚଳରେ ଶାନ୍ତି, ସ୍ଥିରତା ବଜାୟ ରଖିବା ପାଇଁ ଆମେ ସ୍ପଷ୍ଟ ଭାବେ ଛିଡ଼ା ହୋଇଛୁ। ବଳପ୍ରୟୋଗ କରି ସ୍ଥିତାବସ୍ଥା ବଦଳାଇବାକୁ ଚାହୁଁଥିବା ଯେକୌଣସି ପ୍ରକାର ଅସ୍ଥିରତା କିମ୍ବା ଏକପାଖିଆ କାର୍ଯ୍ୟାନୁଷ୍ଠାନକୁ କ୍ୱାଡ୍‌ ସଂଗଠନ ତୀବ୍ର ବିରୋଧ କରିଆସୁଛି ବୋଲି ପରୋକ୍ଷରେ ଚାଇନାକୁ ଲକ୍ଷ୍ୟ କରି କୁହାଯାଇଛି। ଦକ୍ଷିଣ ଚାଇନା ସାଗର ଏବଂ ପୂର୍ବ ଚାଇନା ସାଗରରେ ବେଜିଂ ଆଞ୍ଚଳିକ ବିବାଦରେ ନିଜକୁ ସାମିଲ କରିଛି। ଏହା ଦକ୍ଷିଣ ଚାଇନା ସାଗର ଉପରେ ନିଜର ସାର୍ବଭୌମତ୍ୱ ଜାହିର କରୁଥିବାବେଳେ ଭିଏତ୍‌ନାମ, ମାଲେସିଆ, ଫିଲିପାଇନ୍ସ, ବ୍ରୁନେଇ ଏବଂ ତାଇଓ୍ବାନ୍‌ ଏହାକୁ ବିରୋଧ କରୁଛନ୍ତି। ନିକଟରେ ଉକ୍ତ ଅଞ୍ଚଳରେ ବେଆଇନ ମିଶାଇଲ ଆକ୍ରମଣକୁ କ୍ୱାଡ୍‌ ନେତାମାନେ ନିନ୍ଦା କରିଛନ୍ତି। ଏହା ଜାତିସଂଘ ସୁରକ୍ଷା ପରିଷଦ ସଂକଳ୍ପର ଉଲ୍ଲଂଘନ କରୁଛି। ନିକଟରେ ସାମୁଦ୍ରିକ ଅଞ୍ଚଳରେ ହୋଇଥିବା ବିପଜ୍ଜନକ ଏବଂ ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନକୁ ନେଇ ନେତାମାନେ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ମୁକ୍ତ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଆମର ପ୍ରାଥମିକତା ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ। ସେ ଉଦାର ଅନ୍ତର୍ଜାତୀୟ ସମ୍ପର୍କ ଉପରେ ଗୁରୁତ୍ୱାରୋପ କରିଥିଲେ।
କ୍ୱାଡ୍‌ ନେତାମାନଙ୍କ ସମ୍ମିଳନୀରେ ବାଂଲାଦେଶ ସ୍ଥିତି ଏବଂ ୟୁକ୍ରେନ୍‌ ଓ ଗାଜା ଯୁଦ୍ଧ ସମ୍ପର୍କରେ ଆଲୋଚନା ହୋଇଛି। ରୁଷିଆ-ୟୁକ୍ରେନ୍‌ ଯୁଦ୍ଧର ସମାଧାନ ପାଇଁ ଭାରତ ମଧ୍ୟସ୍ଥମାନଙ୍କ ସହ ଆଲୋଚନା ଚଳାଇଛି, ଯାହା ଉପରେ ସାରା ବିଶ୍ୱର ନଜର ରହିଥିବା ବହିର୍ବ୍ୟାପାର ସଚିବ ବିକ୍ରମ ମିସ୍ରି ଗଣମାଧ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ସମ୍ପର୍କରେ ସୂଚନା ଦେଇ କହିଛନ୍ତି। ଭାରତର ପଡୋଶୀ ବାଂଲାଦେଶର ବର୍ତ୍ତମାନର ସ୍ଥିତି ସମ୍ପର୍କରେ କ୍ୱାଡ୍‌ ସମ୍ମିଳନୀରେ ଆଲୋଚନା ହୋଇଥିଲା। ବୈଶ୍ୱିକ ଅଭିବୃଦ୍ଧି, ବିକାଶ, ଶାନ୍ତି ଏବଂ ସୁରକ୍ଷା ସମ୍ପର୍କରେ ଭାରତ ନିଜର ମତାମତ ଏବଂ ପ୍ରତିବଦ୍ଧତା ଉପସ୍ଥାପନ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ନିଯୁକ୍ତି ମେଳାରେ ୧୩୭ ପ୍ରାର୍ଥୀ ଚୟନ

କୋରାପୁଟ,୨୧ା୮(ଅମିତାଭ ବେହେରା): ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ପକ୍ଷରୁ ବୋର୍ଡ ଅଫ ପ୍ରାକ୍ଟିକାଲ ଟ୍ରେନିଂ (ଇଷ୍ଟର୍ଣ୍ଣ ରିଜିଅନ) ସହଯୋଗରେ ସୁନାବେଡ଼ାସ୍ଥିତ ବିଶ୍ୱବିଦ୍ୟାଳୟ ପରିସରରେ ସ୍ନାତକ ଛାତ୍ରୀଛାତ୍ରଙ୍କ ପାଇଁ…

ପ୍ରଶାସନିକ ଉଦାସୀନତା: ରାସ୍ତାରେ ଆଣ୍ଠୁଏ କାଦୁଅ, ଯାତାୟାତରେ ସମସ୍ୟା ନେଇ…

ଜମନକିରା,୨୧ା୮(ରବୀନ୍ଦ୍ର ପ୍ରସାଦ ଦାନୀ): ଗ୍ରାମାଞ୍ଚଳରେ ଯାତାୟାତ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପ୍ରଶାସନିକ ଉଦାସୀନତା ଓ ଦୂରଦୃଷ୍ଟିହୀନ କାର୍ଯ୍ୟ ଯୋଗୁ…

ବରିଷ୍ଠ IPS ସ୍ତରରେ ଅଦଳବଦଳ: ଜାଣନ୍ତୁ କାହାକୁ କେଉଁ ଦାୟିତ୍ୱ

ଭୁବନେଶ୍ୱର,୨୧।୮: ରାଜ୍ୟ ସରକାର ବରିଷ୍ଠ IPS ସ୍ତରରେ ଅଦଳବଦଳ କରିଛନ୍ତି। ପୋଲିସ ପ୍ରଶାସନକୁ ଅଧିକ ସୁଦୃଢ଼ ଓ ସକ୍ରିୟ କରିବା ଲକ୍ଷ୍ୟରେ ବରିଷ୍ଠ IPS ଅଧିକାରୀମାନଙ୍କୁ ବିଭିନ୍ନ…

ମେଗା ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ଗ୍ରାମସଭା, ପ୍ରଭାବିତ ଗ୍ରାମ୍ୟ କମିଟି ତରଫରୁ ଗାଁରେ ବିରୋଧ କରାଯିବାରୁ…

ପାଟଣା,୨୧ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅନ୍ତର୍ଗତ ଚେମେଣା ଓ ଯମୁନା ପୋଷି ପଞ୍ଚାୟତ ୧୨ଟି ମୌଜାକୁ ନେଇ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ…

ଚାଷୀ ପଞ୍ଜୀକରଣ ସରଳୀକରଣ ଓ ସମୟସୀମା ଅବଧି ବୃଦ୍ଧି ନେଇ ଆନ୍ଦୋଳନ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଅଖିଳ ଭାରତ କୃଷକ ସଭା ଅନୁବନ୍ଧିତ ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ବିକ୍ଷୋଭ ପ୍ରଦର୍ଶନ…

୨୭ ନା ୨୮ କେବେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ କ’ଣ କହିଲେ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର,୨୧ା୮: ଚଳିତ ବର୍ଷ ରକ୍ଷାବନ୍ଧନ ପର୍ବକୁ ନେଇଥିବା ଦ୍ୱନ୍ଦ୍ୱ ଦୂର ହୋଇଛି। ୨୭ରେ ରକ୍ଷାବନ୍ଧନ ପର୍ବ ପାଳନ କରାଯିବାକୁ ଥିବାବେଳେ ରାଖୀପୂର୍ଣ୍ଣିମା ୨୮ରେ। ତେଣୁ ଏହି ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri