ପୁରାତନ ଛାତ୍ର ସଂସଦ ପକ୍ଷରୁ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ଦାବିପତ୍ର

ଦେବଗଡ଼, ୧୬।୧୨(ଡି.ଏନ.ଏ)- ପଶ୍ଚିମ ଓଡ଼ିିଶାର ସର୍ବପୁରାତନ ବେସରକାରୀ କଲେଜ ଭାବେ ପରିଚିତ ଦେବଗଡ଼ ମହାବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ ଓ ସୁବର୍ଣ୍ଣଜୟନ୍ତୀ ସ୍ମାରକୀ ଫାଟକ ନିର୍ମାଣ ଦାବି ହୋଇଛି। ଏନେଇ ମଙ୍ଗଳବାର ଦେବଗଡ଼ କଲେଜ ପୁରାତନ ଛାତ୍ର ସଂସଦ ପକ୍ଷରୁ ପୂର୍ତ୍ତ ବିଭାଗ (ରାସ୍ତା ଓ ସୌଧ) ନିର୍ବାହୀ ଯନ୍ତ୍ରୀ ନାରାୟଣ ପଟେଲଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଦେବଗଡ କଲେଜ ପୁରାତନ ଛାତ୍ର ସଂସଦର ସଭାପତି ଉମାଶଙ୍କର ସାହୁ, ସମ୍ପାଦକ ସିଦ୍ଧାର୍ଥ ଗୁରୁ, କଲେଜ ପରିଚାଳନା କମିଟିର ପୂର୍ବତନ ସଭାପତି ସୁଧିର କୁମାର କପରଦାର, ପୂର୍ବତନ ନଗରପାଳ ସୁଶୀଳ କୁମାର କପରଦାର, ପୂର୍ବତନ ଉପନଗରପାଳ ବସନ୍ତ କୁମାର ମିଶ୍ର, ପୁରାତନ ଛାତ୍ର ତଥା ପୂର୍ବତନ କାଉନସିଲର ନବୀନ କୁମାର ପାଣି, ଶ୍ରୀକାନ୍ତ କୁମାର ସାହୁ, ଶଶାଙ୍କ ଶେଖର ଝାଙ୍କର, ଅନୁଜ କୁମାର ପ୍ରଧାନ, ପଞ୍ଚୁଲାଲ ବରାଇ, ବିଶ୍ୱରଞ୍ଜନ ସାହୁ ଓ ବିକାଶ ଖଡିରତ୍ନ ପ୍ରମୁଖ ଦେବଗଡ ପୂର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇ ନିର୍ବାହୀ ଯନ୍ତ୍ରୀ ନାରାୟଣ ପଟେଲଙ୍କୁ ସାକ୍ଷାତକରି କଲେଜରେ ହେବାକୁ ଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।