Categories: ଫୁରସତ

ଗାଈକୁ ଦେଖାକରିବାକୁ ଆସେ ଚିତାବାଘ

ମୁମ୍ବାଇ: ସବୁବେଳେ ଶିକାରୀ ତା’ ଶିକାର ଅପେକ୍ଷାରେ ରହିଥାଏ। ଯେପରି ଗୋଟେ ହିଂସ୍ର ପ୍ରାଣୀ ତା’ ଶିକାରର ପିଛା କରି ଆସି ତାକୁ ଶିକାର କରିଥାଏ। ତେବେ ଏପରି ଏକ ଘଟଣା ଦେଖିବାକୁ ମିଳିଛି, ଯେଉଁଠି ଶିକାରୀ ତା’ ଶିକାରର ପ୍ରେମରେ ପଡ଼ିଛି। ମୁମ୍ବାଇର ଜଣେ ବ୍ୟକ୍ତିଙ୍କ ଖଳାକୁ ପ୍ରତି ରାତିରେ ଏକ ଚିତାବାଘ ଆସୁଥିବା ସେ ଜାଣିବାକୁ ପାଇଥିଲେ। ହେଲେ ଚିତାବାଘ କୌଣସି କ୍ଷତି କରୁ ନ ଥିଲା। ସେ ଡରିକି ପୋଲିସକୁ ଏନେଇ ଖବର ଦେଇଥିଲେ। ହେଲେ ସେ କାହିଁକି ସେଠାକୁ ଆସୁଥିବା ଜାଣିବାକୁ ବ୍ୟକ୍ତି ଜଣଙ୍କ ତାଙ୍କ ଖଳାରେ ଏକ କ୍ୟାମେରା ଲଗାଇଥିଲେ। ପରେ ସେ ଏକ ଅଜବ କଥା ଦେଖିବାକୁ ପାଇଲେ। ରାତିରେ ଚିତାବାଘଟି ତାଙ୍କ ଗାଈ ପାଖକୁ ଆସୁଛି। ଗାଈର କିଛି କ୍ଷତି ନ କରି ତା’ ସହ କିଛି ସମୟ ବିତାଉଛି। ଦୁହେଁ ପରସ୍ପର ବେଶ ଖୁସି ଥିବା ନଜରକୁ ଆସୁଛନ୍ତି। ଏଥିରେ ଉଭୟଙ୍କ ମଧ୍ୟରେ ଥିବା ପ୍ରେମ ସ୍ପଷ୍ଟ ଜଣାପଡୁଥିଲା। ତେବେ ଏପରି ନିଆରା ପ୍ରେମ କ୍ୱଚିତ ଦେଖିବାକୁ ମିଳିଥାଏ। ଏହି ଘଟଣା ୨୦୨୦ ମସିହାର ହୋଇଥିବାବେଳେ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

Share