ବହୁ ସଂଖ୍ୟାରେ କର୍ମୀମାନେ ଏକଜୁଟ ହୋଇ ମନାଇଲେ ବିଜୟ ଉତ୍ସବ: ପରସ୍ପରକୁ ମିଠା ଖୁଆଇ…

ହାଟଡିହୀ,୪l୫(ଶୁଭକାନ୍ତ ନାୟକ): ପଶ୍ଚିମବଙ୍ଗରେ ଭାଜପାର ବାଜିମାତକୁ ନେଇ କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ହାଟଡିହୀଠାରେ ସୋମବାର ସନ୍ଧ୍ୟାରେ ଭାଜପା ବିଜୟ ଉତ୍ସବ ପାଳନ କରିଛି । ଭାଜପା କର୍ମୀମାନେ ବାଣ ଫୁଟାଇ ଏବଂ ପରସ୍ପରକୁ ମିଠା ଖୁଆଇଥିଲେ। ମମତାଙ୍କ ଗଡ଼ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫ୍ୟାକ୍ଟର ଜନତା ଜନାର୍ଦନଙ୍କ ଆସ୍ଥା ଏବଂ ବିଶ୍ୱାସର ପ୍ରତୀକ ବୋଲି କର୍ମୀ ମାନେ ପ୍ରକାଶ କରିଥିଲେ । ଭାଜପା କର୍ମୀ ହରମୋହନ ଶାସିନୀ ଏବଂ ଯୁଧିଷ୍ଠିର ମଲିକଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ କର୍ମୀମାନେ ଏକଜୁଟ ହୋଇଥିଲେ । ମରୈଗାଁ ଠାରୁ ଛେନାପଦୀ ପର୍ଯ୍ୟନ୍ତ କର୍ମୀମାନେ ସ୍ଲୋଗାନ ଦେଇ ଚାଲି ଚାଲି ଯାଇଥିଲେ । ସ୍ଲୋଗାନ ଏବଂ ବାଣ ଶବ୍ଦରେ ସ୍ଥାନୀୟ ଅଞ୍ଚଳ ଉତ୍ସବ ମୁଖର ହୋଇ ପଡିଥିଲା । ତୃପ୍ତିମୟୀ ଜେନା, ସୁଶାନ୍ତ ଜେନା,ତପସ୍ବିନୀ ସାମନ୍ତରାୟ, କନକଲତା ଜେନା, ଦୀପକ ଜେନା,ଚନ୍ଦନ ସାହୁ, ହରେକୃଷ୍ଣ ସ୍ବାଇଁ,ରୁଦ୍ର ଜେନା, ବିଜୟଲକ୍ଷ୍ମୀ ଜେନା, ଭୀମସେନ ପେରେଇ, ସୁନୀଲ ନାୟକ,କହ୍ନେଇ ଓଝା, ବିଜୟ ଜେନା ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ ଭାଜପା କର୍ମୀ ଏକଜୁଟ ହୋଇଥିଲେ।

Odisha’s No.1 Odia Daily

Share