ଯାଜପୁରରେ ପାଦ ଥାପିଲା ମହା ସିମେଣ୍ଟ କମ୍ପାନୀ

ଯାଜପୁର ଅଫିସ,୨୦ା୭ ଯାଜପୁର ଜିଲାରେ ଅତି ପ୍ରଦୂଷିତ ସିମେଣ୍ଟ କମ୍ପାନୀର ଲମ୍ବାଧାଡି ଲାଗିଛି। ଇମାମୀ(ବର୍ତ୍ତମାନ ନୁଭିଷ୍ଟା ପ୍ରା.ଲି.), ଜେଏସ୍‌ଡବ୍ଲ୍ୟୁ, ରାମ୍‌କୋ, ଯାଜପୁର ସିମେଣ୍ଟ ପରେ ତେଲଙ୍ଗାନା ରାଜ୍ୟର ମାଇହୋମ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିମିଟେଡ ବା ମହା ସିମେଣ୍ଟ କମ୍ପାନୀ ଯାଜପୁର ଜିଲାରେ ପାଦ ଥାପିଛି। ଏହି କମ୍ପାନୀ ବଡ଼ଚଣା ବ୍ଲକ ଦର୍ପଣ ତହସିଲ ଅନ୍ତର୍ଗତ ବଇରୀ ଗ୍ରାମରେ ବାର୍ଷିକ ୩.୦ ମେଟ୍ରିକ ଟନ ସିମେଣ୍ଟ ଗ୍ରାଇଡିଂ ୟୁନିଟ ପ୍ରତିଷ୍ଠା କରି ଉପତ୍ାଦନ ଲକ୍ଷ୍ୟ ରଖିଛି। ଏଥିପାଇଁ ୬୦୦ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି ା ଏଥିରେ ସମୁଦାୟ ୩୦୦ ଜଣ ନିଯୁକ୍ତି ପାଇବେ ବୋଲି କମ୍ପାନୀର କାର୍ଯ୍ୟ ନିର୍ବାହୀ ସାରାଂଶରେ ଦର୍ଶାଯାଇଛି ା ଆସନ୍ତା ଅଗଷ୍ଟ ୫ରେ ବଇରୀ ଗ୍ରାମର ଜଗନ୍ନାଥ ପଡ଼ିଆରେ ଏଥିପାଇଁ ଜନଶୁଣାଣି ହେବ ା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି) ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଛି। ହେଲେ ଜନଶୁଣାଣି ପାଇଁ ସେଭଳି ପ୍ରଚାର ପ୍ରସାର ହେଉନାହିଁ ା ପୂର୍ବରୁ ଜନଶୁଣାଣିରେ ସିମେଣ୍ଟ କମ୍ପାନୀଗୁଡ଼ିକ ସ୍ଥାନୀୟ ନିଯୁକ୍ତିକୁ ଅଗ୍ରାଧିକାର, ପ୍ରଦୂଷଣ ନିୟନ୍ତ୍ରଣ, ପାରିପାର୍ଶ୍ୱିକ ଉନ୍ନୟନ ଆଦି ଅନେକ ପ୍ରତିଶ୍ରୁତି ଦେଇ ତାହା ପାଳନ କରି ନ ଥିବାରୁ ଲୋକଙ୍କ ଭରସା ତୁଟିଯାଇଛି। ଏହି କ୍ରମରେ ବିରୋଧ ଆଶଙ୍କାରେ ମାଇହୋମ୍‌ ଗ୍ରୁପ ଉପଯୁକ୍ତ ଭାବେ ପ୍ରଚାରପ୍ରସାର କରୁନାହିଁ ବୋଲି ଆଲୋଚନା ହେଉଛି ା ଅନ୍ୟପକ୍ଷେ ସମସ୍ତ ସିମେଣ୍ଟ କମ୍ପାନୀ ପ୍ରତିଷ୍ଠା ପୂର୍ବରୁ ଜନଶୁଣାଣି ହୋଇଥିଲେ ହେଁ ହରିଦାସପୁର ରାମ୍‌କୋ ସିମେଣ୍ଟ କମ୍ପାନୀରେ ଏହାର ବ୍ୟତିକ୍ରମ ଘଟିଛି। ଏକ ଅଦୃଶ୍ୟ ଶକ୍ତି ବଳରେ ଏହି ସିମେଣ୍ଟ କମ୍ପାନୀ ଜନଶୁଣାଣି ନ କରି ଉପତ୍ାଦନ ଆରମ୍ଭ କରି ସଡ଼କ ପଥରେ ସମସ୍ତ ପରିବହନ ଜାରି ରଖିଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଲାଗି ରହିଛି। କୁହାଯାଏ ଆର୍ଥିକ ଅଭିବୃଦ୍ଧି ପାଇଁ ଶିଳ୍ପାୟନର ଆବଶ୍ୟକତା ରହିଛି ା କିନ୍ତୁ ଲୋକଙ୍କୁ ନିଯୁକ୍ତି ଓ ସ୍ଥାନୀୟ ଅଞ୍ଚଳର ବିକାଶ କେତେ ହେଉଛି, କିଏ ଅଧିକ ଲାଭବାନ ହେଉଛି ସେନେଇ ସରକାରଙ୍କ ଆୟତ୍ତ ଥିଲା ଭଳି ମନେ ହେଉନାହିଁ । ଯାଜପୁର ଜିଲାରେ ଚାଲିଥିବା ଶିଳ୍ପାୟନରେ ଏହା ଜଳ ଜଳ ହୋଇ ଦିଶୁଛି ା ସ୍ଥାନୀୟ ବେକାରି ସମସ୍ୟା ଦୂର କରିବା ପରିବର୍ତ୍ତେ ବାହାର ରାଜ୍ୟର ଅଧିକ ବୈଷୟିକ ଡିଗ୍ରୀଧାରୀ ଓ ଠିକାସଂସ୍ଥା ଏଠାରେ ନିୟୋଜିତ ହେଉଛନ୍ତି ା ଏପରି କି କେତେକ ଅନୁଷ୍ଠାନର ନିଯୁକ୍ତି ବିଜ୍ଞାପନରେ ଓଡ଼ିଆ ଲୋକେ ଆବେଦନ କରି ପାରିବେ ନାହିଁ ବୋଲି ସିଧାସଳଖ ମନା କରାଯାଉଛି। ପରେ ଏହାର ପ୍ରତିବାଦ ହେବାରୁ ନାମକୁ ମାତ୍ର ଭୁଲ୍‌ ମାଗି ବିବାଦର ସମାଧାନ କରିବାକୁ ପ୍ରୟାସ ଚାଲିଛି। ବିଡମ୍ବନା ଯେ, ଅଭିଜ୍ଞତା ଆଳରେ ରାଜ୍ୟ ବାହାର ଲୋକଙ୍କୁ ଆଣି ଏଠାରେ ନିୟୋଜନ କରାଯାଉଛି ା କେତେକ କମ୍ପାନୀରେ ଅଣଓଡ଼ିଆ ଅଧିକାରୀମାନେ ଓଡିଆ କର୍ମଚାରୀମାନଙ୍କୁ ବିଭିନ୍ନ ନିର୍ଯାତନା ଦେଉଥିବା ମଧ୍ୟ ଅଭିଯୋଗ ହେଉଛି। ବୈଷୟିକ ଶିକ୍ଷାଗତ ଯୋଗ୍ୟତା ଆଧାରରେ ଓଡ଼ିଆଙ୍କୁ ନିଯୁକ୍ତି ମିଳୁଛି ସତ ହେଲେ କମ୍ପାନୀ ଭିତରେ ସୁପରଭାଇଜର ଭଳି କାମ ଦେଇ ଖଟାଯାଉଛି। ବିସ୍ଥାପନ ଓ ପ୍ରଦୂଷଣର ଦୁଃଖ ସାଙ୍ଗକୁ ଶିଳ୍ପ ସଂସ୍ଥାର ଏଭଳି କାର୍ଯ୍ୟ ଲୋକଙ୍କୁ ଆନ୍ଦୋଳନମୁଖୀ ତଥା ବିଦ୍ରୋହୀ କରୁଛି ା ଏହାର ସୁଯୋଗରେ କେତେକ ଅନୁଷ୍ଠାନ ଆନ୍ଦୋଳନ ନାମରେ ବ୍ୟବସାୟ ଚଳାଇଛନ୍ତି। ଏଥିଯୋଗୁ ଅନେକ ଜନଶୁଣାଣକୁ ବିରୋଧ କରାଯାଉଥିବା ନଜିର ରହିଛି ା ନିକଟରେ କାଳିଆପାଣି ମହାଗିରି କ୍ରୋମାଇଟ ମାଇନ୍ସର ସମ୍ପ୍ରସାରଣ ପାଇଁ ଅନୁଷ୍ଠିତ ଜନଶୁଣାଣିକୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ, ଯଦ୍ଦ୍ବାରା ରାମ୍‌କୋ ସିମେଣ୍ଟ କମ୍ପାନୀ ନୀତି ନିୟମକୁ ପାଦ ତଳେ ଚାପି ଦେଇ ଜନଶୁଣାଣି କରିବାକୁ ସାହସ ଜୁଟାଇ ପାରିଲା ନାହିଁ। ଆଗ ଜନଶୁଣାଣି ଓ ତା’ପରେ ପରିବେଶ ଅନୁମତି ପାଇଁ ଆବେଦନ କରିବାର ନିୟମ ରହିଛି ା ଏହି କ୍ରମରେ ପ୍ରସ୍ତାବିତ ମାଇହୋମ ସିମେଣ୍ଟ କାରଖାନା ପାଇଁ ୬୮ ଏକର ଜମିର ଆବଶ୍ୟକତା ରହିଛି। ସେଥିରୁ ୬୨.୫୯ ଏକର ଜମି ଇଡ୍‌କୋରୁ ଲିଜ୍‌ ସୂତ୍ରରୁ ନିଆଯାଇଛି। ବାକି ୫.୪୧ ଏକର ଜମି ପ୍ରଜାଙ୍କଠାରୁ ସିଧାସଳଖ କ୍ରୟ କରିବାକୁ ଯୋଜନା ରହିଛି। ଏହାବାଦ୍‌ ୨୦ ଏକରରେ ଚାରା ରୋପଣ, ୮ ଏକରରେ ରାସ୍ତା, ୨୪ ଏକର ଖୋଲା ସ୍ଥାନ ଇତ୍ୟାଦି ପାଇଁ ଜମିର ଆବଶ୍ୟକତା ରହିଛି ବୋଲି ସାରାଂଶରେ ଦର୍ଶାଯାଇଛି। ଏହି ୟୁନିଟ ପାଇଁ କ୍ଲିଙ୍କର, ଜିପ୍ସମ, ଫ୍ଲାଏ ଆସ୍‌, କୋଇଲା ଆଦି କଞ୍ଚାମାଲର ଆବଶ୍ୟକତା ରହିବ। ଏହା ବାୟୁ ପ୍ରଦୂଷଣ ଉକତ୍ଟ ହେବା ନିଶ୍ଚିତ। ଏହାସହ ଦିନକୁ ୯୦ କିଲୋଲିଟର ଭୂତଳ ଜଳ ବ୍ୟବହାର କରାଯିବ, ଯାହାକି ଭୂତଳ ଜଳସ୍ତର ହ୍ରାସର କାରଣ ହୋଇପାରେ ବୋଲି ମତପ୍ରକାଶ ପାଇଛି। ତେବେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଆଇନ ଅନୁସାରେ ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କମ୍ପାନୀ ପକ୍ଷରୁ ସାରାଂଶରେ ପ୍ରତିଶ୍ରୁତି ଦିଆଯାଇଛି। ଅନ୍ୟପକ୍ଷେ ଏହି ସିମେଣ୍ଟ କମ୍ପାନୀକୁ ଜନଶୁଣାଣିରେ ପ୍ରବଳ ବିରୋଧ କରାଯିବ ବୋଲି ସ୍ଥାନୀୟ ଗ୍ରାମବାସୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୪୫ ହଜାର କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,୯।୧୨: ଓଡ଼ିଶାରେ ସଡ଼କ ପରିବହନ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ବୃହତ ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ରାଜ୍ୟ ପାଇଁ ମୋଟ ୪୪,୭୭୧...

୫ ବର୍ଷରେ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ପ୍ରାଣ ହରାଇଛନ୍ତି ୫୧୮ ଓଡ଼ିଆ

ଭୁବନେଶ୍ୱର,୯।୧୨: ଗତ ୨୦୨୧ ରୁ ୨୦୨୫ ନଭେମ୍ବର ସୁଦ୍ଧା ମଧ୍ୟରେ ରାଜ୍ୟ ତଥା ଦେଶ ବାହାରେ କାମ କରୁଥିବା ସମୟରେ ଓଡ଼ିଶାର ୫୧୮ ଜଣ ପ୍ରବାସୀ...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri