ଶକିରାଙ୍କ ପରି ଗୀତ ଗାଇ ପିଜା ଅର୍ଡର କଲେ ଯୁବତୀ; ମିଳିଲା ଏଭଳି..

ବମ୍ବେ: ପପ୍‌ ସିଙ୍ଗର୍‌ ଶକିରାଙ୍କୁ କିଏ ବା ନ ଜାଣେ। ସାରା ବିଶ୍ୱରେ କଲମ୍ବିଆର ଏହି ଗାୟିକା ବେଶ ଲୋକପ୍ରିୟ। କୋଟି କୋଟି ପ୍ରଶଂସକଙ୍କ ହୃଦୟରେ ରାଜ୍‌ କରୁଥିବା ଶକିରା ଖୁବ୍‌ କମ୍‌ଜଣଙ୍କୁ ନିଜର ପ୍ରତିକ୍ରିୟା ଦେଇଥାନ୍ତି। କାରଣ ତାଙ୍କ ମନ ଜିଣିବା ସେତେଟା ସହଜ ନୁହେଁ। ଏବେ କିନ୍ତୁ ଜଣେ ଯୁବତୀ ଶକିରାଙ୍କୁ ପ୍ରାଙ୍କ୍‌ କରି ତାଙ୍କଠାରୁ ପ୍ରତିକ୍ରିୟା ପାଇଛନ୍ତି।
ଯୁବତୀଜଣକ ହେଲେ ଭାରତୀୟ ଗାୟିକା ଶୁଭା ଭିମୁଲା। ସେ ଆମେରିକାନ୍‌ ଆଇଡଲ ସିଜନ-୪ରେ ସେମି ଫାଇନାଲିଷ୍ଟ ଥିଲେ। ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ (@shubamusic)ରେ ଏକ ଭିଡିଓ ଶେୟାର କରିଛନ୍ତି। ଏହାକୁ ୬ ମିଲିୟନ ଲୋକ ଦେଖିବା ସହ ୪୧୫ ହଜାର ପସନ୍ଦ କରିଛନ୍ତି। ଉକ୍ତ ଭିଡିଓ କ୍ଲିପରେ ସେ ନିଜକୁ ଶକିରାଙ୍କ ପରିଚୟ ଦେଇ ଡୋମିନୋଜ୍‌ରୁ ପିଜା ଅର୍ଡରର ଗୀତ ଗାଇ ଅଭିନୟ କରୁଥିବାର ଦେଖାଯାଇଛି। ଭିଡିଓଟି ଅତ୍ୟନ୍ତ ମଜାଳିଆ ଥିବାରୁ ଶକିରାଙ୍କ ଦୃଷ୍ଟି ଏଥିରେ ପଡ଼ିଛି। ସେ ଏହାର ପ୍ରତିିକ୍ରିୟା ଏକ ଭିଡିଓ ମାଧ୍ୟମରେ ଦେଇଛନ୍ତି। ଭିଡିଓରେ ଦୁଇ ଜଣଙ୍କର ସ୍ବର ପ୍ରାୟତଃ ସମାନ ଥିବା ଭିଡିଓରୁ ଜଣାପଡିଛି।

Share