ଏହି ଅନନ୍ୟ ଜିନିଷକୁ ସମୁଦ୍ର କୂଳରୁ ଘରକୁ ନେଇ ଆସିଥିଲେ ମା’-ଝିଅ: ଘଟିଲା ଏଭଳି ଅଘଟଣ

ବ୍ରିଟେନର କେଣ୍ଟରେ ରହୁଥିବା ୩୮ ବର୍ଷୀୟା ଯୋଡି କ୍ରୁଜ ଏବଂ ତାଙ୍କର ୮ ବର୍ଷର ଝିଅ ଇସାବେଲା ସମୁଦ୍ର କୂଳରେ ଏକ ଅନନ୍ୟ ଜିନିଷ ପାଇଥିଲେ।
ତାହାକୁ ସେମାନେ ଘରକୁ ଆଣିଥିଲେ, ପରେ ସେମାନଙ୍କ ସହ ଯାହା ଘଟିଲା ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଗ୍ରେନେଡ ଆଣି ସେମାନେ ରୋଷେଇ ଘରେ ରଖିଥିଲେ। ଏହା ବିସ୍ଫୋରଣ ହେଲା। ଯଦିଓ ଉଭୟଙ୍କର ଭାଗ୍ୟ ଭଲ ଥିଲା, ସେମାନେ ବଞ୍ଚିଗଲେ।

ଯୋଡି ଏବଂ ଇସାବେଲା ପ୍ରଥମେ ଭାବିଥିଲେ ଏହା ଏକ ପ୍ରାଚୀନ ଜୀବାଶ୍ମ ବା ପଶୁଙ୍କର ହାଡ, କିନ୍ତୁ ଏହା ୮୦ ବର୍ଷ ପୁରୁଣା ଗ୍ରେନେଡ ହୋଇପାରେ ବୋଲି ସେମାନଙ୍କର ଧାରଣା ନ ଥିଲା। ଯୋଡି କହିଛନ୍ତି, ମୁଁ ଏହାର ଫଟୋକୁ ପ୍ରତ୍ନତତ୍ତ୍ୱ ବିଭାଗର ୱେବ୍‌ସାଇଟରେ ଏବଂ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲିି। ଅନେକ ଲୋକ ପ୍ରତିକ୍ରିୟା ଦେଇଥିଲେ। କିନ୍ତୁ ଏହା ଗ୍ରେନେଡ ବୋଲି କେହି କହିପାରିଲେ ନାହିଁ। ସୋସିଆଲ ମିଡିଆରେ କିଛି ଗବେଷଣା କରିବା ପରେ ଯୋଡି କହିଲେ, ମୁଁ ଏଥିରେ ଏକ ପିନ ରଖିଲି। ଏହା କରିବା ମାତ୍ରେ ଏହାର ଏକ ଅଂଶ ତରଳିବା ଆରମ୍ଭ କଲା। ତା’ପରେ ପୂରା ଜିନିଷ ଫାୟାରବଲରେ ପରିଣତ ହେଲା ଏବଂ ଡାଇନିଂ ରୁମରେ ଧୂଆଁ ବାହାରିଲା ।

ସେ ଆହୁରି ମଧ୍ୟ କହିଛନ୍ତି, ମୋ ଝିଇ ଚିତ୍କାର ଶୁଣି ପଛ କବାଟ ଦେଇ ଦୌଡ଼ି ପଳାଇଲା। ମୁଁ ଗ୍ରେନେଡକୁ ଧରି ଅତି ଦ୍ରୁତ ଗତିରେ ଦୌଡ଼ିି ରୋଷେଇ ଘର ବେସିନ୍‌ରେ ଫୋପାଡି ଦେଲି, ଯେଉଁଠାରେ ଏହା ବିସ୍ଫୋରଣ ହେଲା। ଆମେ ବହୁତ ଭାଗ୍ୟବାନ କାରଣ ଏହା ଅନେକ ଶକ୍ତିଶାଳୀ ଏବଂ ବିପଜ୍ଜନକ ଥିଲା। ମୋ ମନକୁ ପ୍ରଥମେ ଆସିଥିବା ମୋ ଝିଅ, ଘରର ଚାରି କୁକୁର ଏବଂ ଦୁଇଟି ବିଲେଇଙ୍କୁ କିପରି ବଞ୍ଚାଇ ପାରିବି। ଯେତେବେଳେ ଝିଅ ଦୌଡ଼ି ପଳାଇଥିଲା। ମୁଁ ମୋର ବିଲେଇ, କୁକୁରଙ୍କୁ ସାହାଯ୍ୟ କରିବାକୁ ପହଞ୍ଚିଲି । ଆମେ ଭାଗ୍ୟବାନ ଯେ, ସେମାନେ ମଧ୍ୟ ସୁରକ୍ଷିତ ଥିଲେ।

ନିଆଁ ଲିଭାଇବା ପାଇଁ ଯୋଡିଙ୍କ ଘରେ ପହଞ୍ଚିଥିବା ଜଣେ ଅଗ୍ନିଶମ କର୍ମଚାରୀ କହିଛନ୍ତି, ଏହା ଏକ ଗ୍ରେନେଡ କାରଣ ସାଧାରଣତଃ ଏହି ଗ୍ରେନେଡଗୁଡ଼ିକରେ ପ୍ରତିରକ୍ଷା ଆବରଣ ରହିଥିଲା, ଯାହା ଉପରେ ଏହା ମଧ୍ୟ ଦେଖାଯାଇପାରେ। ଯୋଡ଼ି ଆହୁରି କହିଛନ୍ତି, ଏହି ଘଟଣା ପରେ ସମ୍ପର୍କୀୟ ମୋଠାରୁ ପ୍ରତିଶ୍ରୁତି ନେଇଥିଲେ। ବର୍ତ୍ତମାନ ମୁଁ ସମୁଦ୍ରରୁ କିଛି ଉଠାଇ ଘରକୁ ଆଣିବି ନାହିଁ। ବୋଧହୁଏ ଏହି ୮୦ ବର୍ଷ ପୁରୁଣା ଗ୍ରେନେଡ ସମୁଦ୍ର ତରଙ୍ଗର ସମ୍ମୁଖୀନ ହେବା ପରେ କୂଳରେ ପହଞ୍ଚିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଯୁଦ୍ଧ ବିରତି ପରେ ବି ଚାଲିଛି ଯୁଦ୍ଧ: ଲେବାନନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନ ନେଲା ପ୍ରତିଶୋଧ

ଜେରୁଜେଲମ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର କିଛି ଘଣ୍ଟା ପରେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ପୁଣି ଖରାପ ହୋଇଗଲା। ଇସ୍ରାଏଲ ଲେବାନନ ଉପରେ ଏକ…

ଇରାନ-ଆମେରିକା ଯୁଦ୍ଧବିରତି ମଧ୍ୟରେ ଇସ୍ରାଏଲର ବଡ଼ ଦାବି: ହିଜବୁଲ୍ଲା ମୁଖ୍ୟଙ୍କ ଘନିଷ୍ଠ ସହଯୋଗୀ ନିହତ

ନୂଆଦିଲ୍ଲୀ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ୧୪ ଦିନିଆ ଯୁଦ୍ଧବିରତି ପାଇଁ ସହମତ ହୋଇଥିଲେ ମଧ୍ୟ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ସମୟରେ, ଇସ୍ରାଏଲ ହିଜବୁଲ୍ଲା…

ଆମେରିକା-ଇରାନ ଯୁଦ୍ଧରେ ମଧ୍ୟସ୍ଥତା କରିବା ପରେ ଏତେ ବଡ଼ ପୁରସ୍କାର ମାଗିଦେଲା ପାକିସ୍ତାନ, ସାରା ବିଶ୍ୱ ଚକିତ

ଇସଲାମାବାଦ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତିରେ ସାମିଲ ହେବାରେ ପାକିସ୍ତାନ ଅତ୍ୟନ୍ତ ଖୁସି। ପାକିସ୍ତାନୀ ଗଣମାଧ୍ୟମ ଦାବି କରିଛି ଯେ ଏହି ସଙ୍କଟକୁ ଏଡାଇବାରେ ଇସଲାମାବାଦ…

‘ଭାଇ! ଯଦି ତୁମକୁ…’ଯୁଦ୍ଧବିରତି ମଧ୍ୟରେ ଭାରତକୁ ବଡ଼ ଅଫର ଦେଲା ରୁଷିଆ, ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୯।୪: ଯେତେବେଳେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ବିଶ୍ୱର ବିଭିନ୍ନ ଦେଶ ତୈଳ ଅଭାବର ସମ୍ମୁଖୀନ ହେଉଥିଲେ, ସେତେବେଳେ ରୁଷିଆ ଭାରତକୁ ତେଲ ଯୋଗାଇଥିଲା। ଏବେ, ରୁଷିଆ ମଧ୍ୟ…

ଶେଖ ହାସିନାଙ୍କୁ ପ୍ରତ୍ୟର୍ପଣ କର: ଭାରତରେ ପହଞ୍ଚି ଏମିତି କହିଲେ ବାଂଲାଦେଶ ବୈଦେଶିକ ମନ୍ତ୍ରୀ, ମିଳିଲା ଏମିତି ଜବାବ

ଢାକା,୯।୪: ଗତ ବର୍ଷ ଭାରତ-ବାଂଲାଦେଶ ସମ୍ପର୍କରେ ଉତ୍ତେଜନା ଶୀର୍ଷରେ ପହଞ୍ଚିବା ପରେ ବାଂଲାଦେଶ ଏବେ ସମ୍ପର୍କ ଉନ୍ନତ କରିବା ପାଇଁ ପଦକ୍ଷେପ ନେଉଛି। ଏହି ପରିପ୍ରେକ୍ଷୀରେ ବାଂଲାଦେଶର…

‘ଏଥର ଏପରି ଗୁଳି ବର୍ଷା କରିବୁ…’ ଯୁଦ୍ଧବିରତି ମଧ୍ୟରେ ଟ୍ରମ୍ପ ଇରାନକୁ କାହିଁକି ଧମକ ଦେଲେ?

ଓ୍ବାଶିଂଟନ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ବୟାନ ଦେଇଛନ୍ତି । ଆମେରିକା ରାଷ୍ଟ୍ରପତି ପୁଣି ଥରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri