ଏହି ଅନନ୍ୟ ଜିନିଷକୁ ସମୁଦ୍ର କୂଳରୁ ଘରକୁ ନେଇ ଆସିଥିଲେ ମା’-ଝିଅ: ଘଟିଲା ଏଭଳି ଅଘଟଣ

ବ୍ରିଟେନର କେଣ୍ଟରେ ରହୁଥିବା ୩୮ ବର୍ଷୀୟା ଯୋଡି କ୍ରୁଜ ଏବଂ ତାଙ୍କର ୮ ବର୍ଷର ଝିଅ ଇସାବେଲା ସମୁଦ୍ର କୂଳରେ ଏକ ଅନନ୍ୟ ଜିନିଷ ପାଇଥିଲେ।
ତାହାକୁ ସେମାନେ ଘରକୁ ଆଣିଥିଲେ, ପରେ ସେମାନଙ୍କ ସହ ଯାହା ଘଟିଲା ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଗ୍ରେନେଡ ଆଣି ସେମାନେ ରୋଷେଇ ଘରେ ରଖିଥିଲେ। ଏହା ବିସ୍ଫୋରଣ ହେଲା। ଯଦିଓ ଉଭୟଙ୍କର ଭାଗ୍ୟ ଭଲ ଥିଲା, ସେମାନେ ବଞ୍ଚିଗଲେ।

ଯୋଡି ଏବଂ ଇସାବେଲା ପ୍ରଥମେ ଭାବିଥିଲେ ଏହା ଏକ ପ୍ରାଚୀନ ଜୀବାଶ୍ମ ବା ପଶୁଙ୍କର ହାଡ, କିନ୍ତୁ ଏହା ୮୦ ବର୍ଷ ପୁରୁଣା ଗ୍ରେନେଡ ହୋଇପାରେ ବୋଲି ସେମାନଙ୍କର ଧାରଣା ନ ଥିଲା। ଯୋଡି କହିଛନ୍ତି, ମୁଁ ଏହାର ଫଟୋକୁ ପ୍ରତ୍ନତତ୍ତ୍ୱ ବିଭାଗର ୱେବ୍‌ସାଇଟରେ ଏବଂ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲିି। ଅନେକ ଲୋକ ପ୍ରତିକ୍ରିୟା ଦେଇଥିଲେ। କିନ୍ତୁ ଏହା ଗ୍ରେନେଡ ବୋଲି କେହି କହିପାରିଲେ ନାହିଁ। ସୋସିଆଲ ମିଡିଆରେ କିଛି ଗବେଷଣା କରିବା ପରେ ଯୋଡି କହିଲେ, ମୁଁ ଏଥିରେ ଏକ ପିନ ରଖିଲି। ଏହା କରିବା ମାତ୍ରେ ଏହାର ଏକ ଅଂଶ ତରଳିବା ଆରମ୍ଭ କଲା। ତା’ପରେ ପୂରା ଜିନିଷ ଫାୟାରବଲରେ ପରିଣତ ହେଲା ଏବଂ ଡାଇନିଂ ରୁମରେ ଧୂଆଁ ବାହାରିଲା ।

ସେ ଆହୁରି ମଧ୍ୟ କହିଛନ୍ତି, ମୋ ଝିଇ ଚିତ୍କାର ଶୁଣି ପଛ କବାଟ ଦେଇ ଦୌଡ଼ି ପଳାଇଲା। ମୁଁ ଗ୍ରେନେଡକୁ ଧରି ଅତି ଦ୍ରୁତ ଗତିରେ ଦୌଡ଼ିି ରୋଷେଇ ଘର ବେସିନ୍‌ରେ ଫୋପାଡି ଦେଲି, ଯେଉଁଠାରେ ଏହା ବିସ୍ଫୋରଣ ହେଲା। ଆମେ ବହୁତ ଭାଗ୍ୟବାନ କାରଣ ଏହା ଅନେକ ଶକ୍ତିଶାଳୀ ଏବଂ ବିପଜ୍ଜନକ ଥିଲା। ମୋ ମନକୁ ପ୍ରଥମେ ଆସିଥିବା ମୋ ଝିଅ, ଘରର ଚାରି କୁକୁର ଏବଂ ଦୁଇଟି ବିଲେଇଙ୍କୁ କିପରି ବଞ୍ଚାଇ ପାରିବି। ଯେତେବେଳେ ଝିଅ ଦୌଡ଼ି ପଳାଇଥିଲା। ମୁଁ ମୋର ବିଲେଇ, କୁକୁରଙ୍କୁ ସାହାଯ୍ୟ କରିବାକୁ ପହଞ୍ଚିଲି । ଆମେ ଭାଗ୍ୟବାନ ଯେ, ସେମାନେ ମଧ୍ୟ ସୁରକ୍ଷିତ ଥିଲେ।

ନିଆଁ ଲିଭାଇବା ପାଇଁ ଯୋଡିଙ୍କ ଘରେ ପହଞ୍ଚିଥିବା ଜଣେ ଅଗ୍ନିଶମ କର୍ମଚାରୀ କହିଛନ୍ତି, ଏହା ଏକ ଗ୍ରେନେଡ କାରଣ ସାଧାରଣତଃ ଏହି ଗ୍ରେନେଡଗୁଡ଼ିକରେ ପ୍ରତିରକ୍ଷା ଆବରଣ ରହିଥିଲା, ଯାହା ଉପରେ ଏହା ମଧ୍ୟ ଦେଖାଯାଇପାରେ। ଯୋଡ଼ି ଆହୁରି କହିଛନ୍ତି, ଏହି ଘଟଣା ପରେ ସମ୍ପର୍କୀୟ ମୋଠାରୁ ପ୍ରତିଶ୍ରୁତି ନେଇଥିଲେ। ବର୍ତ୍ତମାନ ମୁଁ ସମୁଦ୍ରରୁ କିଛି ଉଠାଇ ଘରକୁ ଆଣିବି ନାହିଁ। ବୋଧହୁଏ ଏହି ୮୦ ବର୍ଷ ପୁରୁଣା ଗ୍ରେନେଡ ସମୁଦ୍ର ତରଙ୍ଗର ସମ୍ମୁଖୀନ ହେବା ପରେ କୂଳରେ ପହଞ୍ଚିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

ବିଳିବିଳାଉଛନ୍ତି ହାଫିଜ ସଇଦ: ଭାରତକୁ ନେଇ ଏମିତି କହିଦେଲେ, ୫୦ ବର୍ଷ ପର୍ଯ୍ୟନ୍ତ…

ଇସଲାମାବାଦ୍‌,୩୧।୧୨: ଜମ୍ମୁ କଶ୍ମୀରରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା(LeT)ର ପ୍ରତିଷ୍ଠାତା ହାଫିଜ ସଇଦ ଏବଂ ତାଙ୍କର ନିକଟତର ସହଯୋଗୀମାନେ ପୁଣି ଥରେ ଭାରତର ଅପରେଶନ...

ଚାଇନାକୁ ବଡ଼ ଝଟକା ଦେଲା ଭାରତ, ଏହି ଜିନିଷ ଉପରେ ଲାଗୁ କଲା ୩ ବର୍ଷର ଟାରିଫ୍‌, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ମଙ୍ଗଳବାର ଚାଇନା ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri