Categories: ଫୁରସତ

ଦୋକାନରୁ ନିଜ ପାଇଁ ସ୍ବାମୀ କିଣି ଆଣିଲେ ଏହି ଯୁବତୀ, ସୋସିଆଲ ମିଡିଆରେ ଶେୟାର କଲେ ଲଭ୍‌ଷ୍ଟୋରୀ

ରୁଷିଆର ଜଣେ ୨୪ ବର୍ଷୀୟା ଯୁବତୀଙ୍କ ଅଜବ ପ୍ରେମ ସମ୍ପର୍କରେ ଜାଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଏହି ଯୁବତୀ ଜଣଙ୍କ ମଣିଷ ପ୍ରତି ଆକର୍ଷିତ ନୁହନ୍ତି ବରଂ ନିର୍ଜୀବ ବସ୍ତୁ ପ୍ରତି ଅଧିକ ଆକର୍ଷିତ। ଏହା କେବଳ ସାଧାରଣ ଆକର୍ଷଣରେ ସୀମିତ ନୁହେଁ, ବରଂ ସେ ଏକ ନିର୍ଜୀବ ବସ୍ତୁକୁ ବିବାହ ମଧ୍ୟ କରିଛନ୍ତି। ରେନ୍‌ ଗାର୍ଡନ ନାମକ ଏହି ଯୁବତୀ କହିଛନ୍ତି ଯେ, ସେ ଏକ ବ୍ରିଫକେସକୁ ବିବାହ କରିଛନ୍ତି। ତା’ ସହିତ ସେ ଏମିତି ସଂଯୋଗ ଅନୁଭବ କରୁଛନ୍ତି, ଯାହାକି କୌଣସି ମଣିଷ ସହିତ ଅଧିକ କିଛି କରିପାରିବେ ନାହିଁ।

ରେନ୍‌ ଜଣେ ନର୍ସରୀ ବିଦ୍ୟାଳୟର ଶିକ୍ଷୟିତ୍ରୀ। ସେ ପିଲାଦିନରୁ ବିଶ୍ୱାସ କରନ୍ତି ଯେ, ଜୀବଠାରୁ ଆରମ୍ଭ କରି ନିର୍ଜୀବ ପର୍ଯ୍ୟନ୍ତ ସବୁଥିରେ ଆତ୍ମା ଅଛି। ଏକ ସାକ୍ଷାତକାରରେ ରେନ୍‌ କହିଛନ୍ତି, ପୂର୍ବରୁ ସେ ବିଭିନ୍ନ ଜିନିଷ ପ୍ରତି ଆଗ୍ରହୀ ଥିଲେ ଏବଂ ବର୍ତ୍ତମାନ ତାଙ୍କର ଉତ୍ସୁକତା ରୋମାଣ୍ଟିକ ଆକର୍ଷଣରେ ପରିଣତ ହୋଇଛି।

୨୦୧୫ରେ ରେନ୍‌ ତାଙ୍କ ପାଇଁ ସ୍ବାମୀ କିଣିଥିଲେ। ବାସ୍ତବରେ ଏହି ବ୍ରିଫ୍‌କେସକୁ ଏକ ହାର୍ଡଓ୍ବେୟାର ଦୋକାନରୁ କିଣିଥିଲେ। ଏ ବିଷୟରେ ସେ କହିଛନ୍ତି ଯେ, ଆମେ ବିବାହ କରିବୁ ବୋଲି ମୋର କୌଣସି ଧାରଣା ନଥିଲା। ମୁଁ ତାଙ୍କୁ ଦେଖିବାକୁ ଭଲ ପାଉଥିଲି। ଆମେ ସା ଏବଂ ରାତିରେ ଏକାଠି ସମୟ ବିତାଉଥିଲୁ।

ସେ କହିଛନ୍ତି ବ୍ରିଫ୍‌କେସ ମୋ’ର କେବଳ ସାଥୀ ନୁହଁ, ମୋ ବନ୍ଧୁ, ମୋ ସ୍ବାମୀ ଏବଂ ପରାମର୍ଶଦାତା ମଧ୍ୟ। ଟେଲିପ୍ୟାଥୀ ମାଧ୍ୟମରେ ଆମର ଆଧ୍ୟାତ୍ମିକ ସଂଯୋଗ ଏବଂ ଯୋଗାଯୋଗ ସମ୍ଭବ। ମୁଁ ତାଙ୍କ କଥା ଶୁଣେ ଏବଂ ସେ ମୋ କଥା ଶୁଣନ୍ତି। କିନ୍ତୁ ସାଧାରଣ ଲୋକ କେବଳ ମୋ କଥା ଶୁଣନ୍ତି।

ରେନ କହିଛନ୍ତି, ମୁଁ ୨୦୧୭ରେ ଜଣେ ପୁରୁଷ ବନ୍ଧୁଙ୍କ ସହିତ ଡେଟ କରୁଥିଲି। ଏହି ସମ୍ପର୍କ ଆମର ଦୁଇ ବର୍ଷ ଧରି ଚାଲିଥିଲା। କିନ୍ତୁ ପୁରୁଷ ବନ୍ଧୁ ଜଣକ ଜାଣିବାକୁ ପାଇଲେ ଯେ ମୁଁ ମଣିଷ ଅପେକ୍ଷା ନିର୍ଜୀବ ବସ୍ତୁଗୁଡ଼ିକୁ ବହୁତ ଭଲ ପାଏ। ତେଣୁ ଆମ ଦୁହିଁଙ୍କ ମଧ୍ୟରେ ବ୍ରେକ୍‌ଅପ୍‌ ହୋଇଗଲା। ସେହିଦିନଠାରୁ ବ୍ରିଫ୍‌କେସ ମୋ’ ସ୍ବାମୀ। ମୁଁ ଏବଂ ମୋ’ ପରିବାର ମଧ୍ୟ ଏ କଥାକୁ ଗ୍ରହଣ କରି ନେଇଛନ୍ତି।

Share