ସରକାରୀ ଜମି ହଡ଼ପ ଅଭିଯୋଗ: ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଲୋକପ୍ରତିନିଧିଙ୍କ ଅନଶନ

ଦାରିଙ୍ଗିବାଡ଼ି,୧୬ା୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟରେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ମନମୁଖି ଶାସନ ଏବଂ ସ୍ଥାନୀୟ ବିଧାୟକ ବିଜୁ ପାଠାଗାର ନାମରେ ସରକାରୀ ଜମି ହଡ଼ପ ଅଭିଯୋଗରେ ଉକ୍ତ ବ୍ଲକ ଅଧ୍ୟକ୍ଷା ରୁଦା ମଲିକଙ୍କ ନେତୃତ୍ୱରେ ଉପାଧ୍ୟକ୍ଷ ରମାକାନ୍ତ ବଳିଆରସିଂ ଏବଂ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟା ସଭ୍ୟ ପ୍ରମୁଖ ଆମରଣ ଅନଶନରେ ବ୍ଲକ କାର୍ଯ୍ୟାଳୟ ପରିସରରେ ବସିଛନ୍ତି। ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟାଦେଶ ଦେବା ପୂର୍ବରୁ ଚଞ୍ଚକତା କରି କାର୍ଯ୍ୟ ଶେଷ କରାଯାଉଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ବିଧାୟକ ବିଜୁ ପଟ୍ଟନାୟକଙ୍କ ନାମରେ ପାଠାଗାର କରିବା ଆଳରେ ନିଜପାଇଁ କୋଠା ନିର୍ମାଣ କରୁଛନ୍ତି। ସେହି କାର୍ଯ୍ୟର କୌଣସି ସରକାରୀ ତଥ୍ୟ ନ ଥିବା ବେଳେ ଏଥିରେ ଚଞ୍ଚକତା କରି ସରକାରୀ ଜମିକୁ ହାତେଇଛନ୍ତି। ତୁରନ୍ତ ଆଇନ ଅନୁସାରେ ପଦକ୍ଷେପ ନେବାକୁ ଦାବି ହୋଇଛି। ଦାବି ପୂରଣ ନ ହେବା ଯାଏ ଏହି ଆନ୍ଦୋଳନ ଚାଲିବ ବୋଲି ବିକ୍ଷୋଭକାରୀ ତଥା ଲୋକପ୍ରତିନିଧିମାନେ ଚେତାବନୀ ଦେଇଛନ୍ତି। ଦାରିଙ୍ଗବାଡ଼ି ବସ୍‌ଷ୍ଟାଣ୍ଡଠାରୁ ବିକ୍ଷୋଭକାରୀ ପ୍ଲାକାର୍ଡ, ବ୍ୟାନର ଧରି ବିରାଟ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟ ପରିସରରେ ପହଞ୍ଚି ସେଠାରେ ବିକ୍ଷୋଭ ପ୍ରଦର୍ଶନ କରି ଅନଶନରେ ବସିଛନ୍ତି। ଘଟଣାସ୍ଥଳରେ ବାଲିଗୁଡ଼ା ଏସ୍‌ଡିପିଓ ମନୋଜ କୁମାର ପୂଜାରୀ, ତହସିଲଦାର ଚାର୍ଲସ ନାୟକ, ଆଇଆଇସି କୌଶିକ ମାଝି ପ୍ରମୁଖ ପହଞ୍ଚିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିପର୍ଯ୍ୟସ୍ତ ରାସ୍ତା: ଅଧକିମି ଚାଲି ଚାଲି ଆସିଲେ ଗର୍ଭବତୀ

କେଗାଁ, ୩ା୧୦(ଡି.ଏନ.ଏ.) କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ କେଗାଁ ପଞ୍ଚାୟତ ଅନ୍ତର୍ଗତ ସାନଚେର କର୍ଲାପଡା ଗଁା ରାସ୍ତା ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ଏଥିଯୋଗୁ ଗାଁକୁ ଆମ୍ବୁଲାନ୍ସ...

ମୌସୁମୀ ଛୁଇଁଲାଣି, ସରିନି ପଙ୍କୋଦ୍ଧାର

କଟକ ଅଫିସ,୧୨ା୬: ମୌସୁମୀ ଛୁଇଁବା ପରେ ପାଗ ପରିବର୍ତ୍ତନ ସାଙ୍ଗକୁ ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ମଧ୍ୟ ହେଉଛି। ମୌସୁମୀ ବର୍ଷାରେ କଟକ ସହର ଜଳବନ୍ଦୀ...

କଳାହାଣ୍ଡିର ୨ ଆନ୍ତଃରାଜ୍ୟ ଗଞ୍ଜେଇ ବ୍ୟବସାୟୀ ରାଜସ୍ଥାନରେ ଗିରଫ

ଭବାନୀପାଟଣା,୨୬।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାର ୨ ଜଣ ଆନ୍ତଃରାଜ୍ୟ ଗଞ୍ଜେଇ ବ୍ୟବସାୟୀ ରାଜସ୍ଥାନର ଜୟପୁରରୁ ଗିରଫ ହୋଇଛନ୍ତି। ସେମାନେ ହେଲେ ଭବାନୀପାଟଣା ସହରର ଅଭିଷେକ ଦାଶ ଓ...

ଓ୍ବେବ୍‌ସାଇଟ୍‌ରେ ଶ୍ରୀମନ୍ଦିରର ଭୁଲ୍‌ ଚିତ୍ର: କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ, ସଚିବଙ୍କ ବିରୋଧରେ ଏତଲା

ପୁରୀ ଅଫିସ,୯ା୧୨: କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ୱେବ୍‌ସାଇଟ୍‌ରେ ଶ୍ରୀମନ୍ଦିର ସମ୍ପର୍କରେ ଭୁଲ୍‌ ତଥ୍ୟ ପ୍ରଦାନ କରାଯାଇଛି। ଶ୍ରୀମନ୍ଦିରକୁ ଏଥିରେ ଭୁଲ୍‌ ଚିତ୍ରଣ କରାଯାଇଥିବା ଅଭିଯୋଗ ହୋଇଛି।...

ପୁରୀ ରଥଯାତ୍ରା ପାଇଁ ଆଉ ୨ ପିଟିସନ୍‌: ସହରକୁ ଶଟ୍‌ଡାଉନ କରି ରଥଯାତ୍ରା କରାଯାଉ

ଭୁବନେଶ୍ୱର, ୨୦।୬(ବ୍ୟୁରୋ): ଏ ବର୍ଷ ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟ ଗତ ଗୁରୁବାର ରାୟ ଶୁଣାଇଛନ୍ତି। ହେଲେ ଏହାକୁ ସାମାନ୍ୟ ପରିବର୍ତ୍ତନ କରିବାକୁ ଶନିବାର ଆଉ...

ଜିଲା ପ୍ରଶାସନ ପକ୍ଷରୁ ଗାନ୍ଧୀ ଜୟନ୍ତୀ: ସ୍ବାଧୀନତା ସଂଗ୍ରାମୀ ପୁରସ୍କୃତ

ଭଦ୍ରକ ଅଫିସ,୨।୧୦: ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଛି। ସଂସ୍କୃତି ଭବନ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ବାଧୀନତା ସଂଗ୍ରାମୀଙ୍କୁ...

ବଢ଼ୁଛି କାଇଁଚ ରାଖୀ ଚାହିଦା

କେନ୍ଦ୍ରାପଡା ଅଫିସ, ୧୨ା୮ :  ଆଉ ମାତ୍ର ୪ ଦିନ ପରେ ରାଖୀ ପୂର୍ଣ୍ଣିମା। ଭାଇ ହାତରେ ଭଉଣୀ ବାନ୍ଧିବ ରାଖୀ। ଏହାକୁ ଦୃଷ୍ଟିରେ ରଖି...

୫୦ ଦିନ ଗଲାନି ୫୦ ଲକ୍ଷର ଅମୃତ ପାର୍କ

ଭଦ୍ରକ ଅଫିସ, ୧୦।୬- ଭଦ୍ରକ ପୌରପାଳିକାର ୨ ନମ୍ବର ୱାର୍ଡ ଅନ୍ତର୍ଗତ ରହଣିଆଠାରେ ପ୍ରତିଷ୍ଠା କରାଯାଇଥିବା ଅମୃତ ପାର୍କକୁ ବର୍ଷେ ନ ପୂରୁଣୁ ସୌନ୍ଦର୍ଯ୍ୟ ହରାଇ...

Advertisement
Archives

Model This Week