Posted inଜାତୀୟ

ବଜେଟକୁ କଟାକ୍ଷ କଲେ ମମତା: କହିଲେ ‘ହମ୍ପଟି ଡମ୍ପଟି’ ବଜେଟ

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬ ବଜେଟ ଉପସ୍ଥାପିତ କରିଛନ୍ତି। ବଜେଟକୁ ନେଇ ନିରାଶା ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ବଜେଟକୁ ତୀବ୍ର ସମାଲୋଚନା କରି ଏହାକୁ ଏକ “ହମ୍ପଟି ଡମ୍ପଟି ବଜେଟ” ବୋଲି ଆଖ୍ୟା ଦେଇଛନ୍ତି। ବଜେଟ ଉପସ୍ଥାପନା ପରେ ଭାରତୀୟ ଶେୟାର ବଜାରରେ ଦେଖାଦେଇଥିବା ବଡ଼ ଧରଣର ହ୍ରାସକୁ ସେ ଏହି ନର୍ସରୀ ରାଇମ୍ ମାଧ୍ୟମରେ କଟାକ୍ଷ କରିଛନ୍ତି।

ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ, ଏହି ବଜେଟରେ ପଶ୍ଚିମବଙ୍ଗ ପାଇଁ କୌଣସି ଆର୍ଥିକ ସହାୟତା ପ୍ରଦାନ କରାଯାଇ ନାହିଁ। ସେ କହିଛନ୍ତି, “ଏହି ବଜେଟ ଦିଗହୀନ, ଦୂରଦୃଷ୍ଟିହୀନ ଏବଂ ଜନବିରୋଧୀ। ଏହା ମହିଳା, କୃଷକ, ଶିକ୍ଷା ଏବଂ ଅନୁସୂଚିତ ଜାତି ଓ ଜନଜାତି ବିରୋଧୀ।”

କଂଗ୍ରେସ ମଧ୍ୟ ଏହି ବଜେଟକୁ ନେଇ ଅସନ୍ତୋଷ ପ୍ରକାଶ କରିଛି। ବଜେଟରେ କୃଷକ ଓ ଯୁବପିଢ଼ିଙ୍କ ନିଯୁକ୍ତି ପାଇଁ କୌଣସି ଖୋରାକ ନଥିବା ଦଳ ପକ୍ଷରୁ କୁହାଯାଇଛି।

ବଜେଟ ଘୋଷଣା ସମୟରେ ବଜାରରେ ଭୟଙ୍କର ହ୍ରାସ ଦେଖିବାକୁ ମିଳିଥିଲା। ସେନସେକ୍ସ ଦ୍ୱିପ୍ରହର ସମୟରେ ପ୍ରାୟ ୧,୬୦୦ ପଏଣ୍ଟ ହ୍ରାସ ପାଇଥିଲା। ନିଫ୍ଟି ପ୍ରାୟ ୫୦୦ ପଏଣ୍ଟ ତଳକୁ ଖସିଥିଲା। ତେବେ ବଜେଟ ଅଭିଭାଷଣ ଶେଷ ହେବା ପରେ ବଜାର କିଛିଟା ସୁଧାର ଦେଖାଇଛି। ବର୍ତ୍ତମାନ ସେନସେକ୍ସ ୬୦୦ ପଏଣ୍ଟ ଏବଂ ନିଫ୍ଟି ୨୫୦ ପଏଣ୍ଟ ହ୍ରାସ ସହ କାରବାର କରୁଛି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ ବ୍ୟାଙ୍କିଙ୍ଗ କ୍ଷେତ୍ରର ସମୀକ୍ଷା ପାଇଁ ଏକ “ହାଇ ଲେଭଲ୍ କମିଟି” ଗଠନ ଓ ପରୋକ୍ଷ ଟିକସ କ୍ଷେତ୍ରରେ କେତେକ ସଂସ୍କାର ପାଇଁ ପ୍ରସ୍ତାବ ରଖିଛନ୍ତି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବଜେଟକୁ “ଐତିହାସିକ” ବୋଲି ବର୍ଣ୍ଣନା କରିଛନ୍ତି। ଏହା ୧୪୦ କୋଟି ଭାରତୀୟଙ୍କ ଆଶା ଆକାଂକ୍ଷାର ପ୍ରତିଫଳନ ଏବଂ ‘ବିକଶିତ ଭାରତ-୨୦୪୭’ ର ମାର୍ଗଚିତ୍ର ବୋଲି ସେ କହିଛନ୍ତି।

ମୁଡିସ୍ ରେଟିଙ୍ଗ୍ସ ଅନୁଯାୟୀ, ଏହି ବଜେଟ ଏକ ରଣନୈତିକ ପଦକ୍ଷେପ ହୋଇଥିଲେ ମଧ୍ୟ ଏହା କୌଣସି ବଡ଼ ଧରଣର ପରିବର୍ତ୍ତନ ଆଣିବା ଭଳି ମନେ ହେଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Video: ଭାବ ବିହ୍ବଳ ହୋଇ ଖୁବ କାନ୍ଦିଲେ ଚରାଗ ପାଶଓ୍ବାନ

ମୁମ୍ବାଇ,୧୯।୯: ଭକ୍ତମାନଙ୍କ ପାଇଁ ଗଣପତି ବାପ୍ପାଙ୍କୁ ବିଦାୟ ଦେବାର ମୁହୂର୍ତ୍ତଟି ଅତ୍ୟନ୍ତ ଭାବପୂର୍ଣ୍ଣ ହୋଇଥାଏ। କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ)ର ନେତା ଚିରାଗ…

ଦିଲ୍ଲୀ ଗଣବଳାତ୍କାରକୁ ନେଇ ବର୍ଷିଲେ ରାହୁଲ-ପ୍ରିୟଙ୍କା, ପୋଲିସକୁ ଟାର୍ଗେଟ୍‌ କରି କହିଲେ ପ୍ରତିଦିନ…

ନୂଆଦିଲ୍ଲୀ,୧୯ା୯: ଦିଲ୍ଲୀର ସ୍ବରୂପ ନଗରରେ ଜଣେ ନାବାଳିକାଙ୍କୁ ପ୍ରଥମେ ବଳାତ୍କାର ଏବଂ ପରେ ନିର୍ମମ ଭାବରେ ହତ୍ୟା କରାଯାଇଛି। ଏହି ମାମଲାରେ ପୋଲିସ ୧୯ ବର୍ଷୀୟ ଯୁବକ…

ଜଳବାୟୁ ସମ୍ମିଳନୀରେ ବଡ଼ ବାର୍ତ୍ତା ଦେଲେ ମୋଦି, କହିଲେ, ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୯।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ନୂଆଦିଲ୍ଲୀରେ ‘ପରିବେଶ ଏବଂ ଜଳବାୟୁ ଗତିଶୀଳତାର ଭବିଷ୍ୟତ’ (The Future of Environment and Climate Dynamics) ବିଷୟ ଉପରେ…

୨୪ ଘଣ୍ଟା ନ ପୂରୁଣୁ ମମତାଙ୍କୁ ପୁଣି ବଡ଼ ଝଟକା: ନିର୍ବାଚନରୁ ଓହରିଯିବା ନେଇ ଘୋଷଣା କଲେ…

କୋଲକାତା,୧୯।୯: ପଶ୍ଚିମବଙ୍ଗର ଆଗାମୀ ଉପନିର୍ବାଚନକୁ ନେଇ ରାଜନୈତିକ ଚିତ୍ର ଦ୍ରୁତ ବଦଳୁଛି। ନନ୍ଦୀଗ୍ରାମ ପରେ ଏବେ ରେଜିନଗରରେ ମଧ୍ୟ ମମତା ବାନାର୍ଜୀଙ୍କ ଶିବିରକୁ ଝଟକା ଲାଗିଛି। ରେଜିନଗର…

ହାଇକୋର୍ଟ ବିଚାରପତିଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଅବସର ପରେ PM CARES ପାଣ୍ଠିକୁ ୧ କୋଟି ଟଙ୍କା ଦାନ କରିବେ

ଇନ୍ଦୋର,୧୯।୯: ମଧ୍ୟପ୍ରଦେଶ ହାଇକୋର୍ଟର ବିଚାରପତି ଅବନୀନ୍ଦ୍ର କୁମାର ସିଂହ ତାଙ୍କ ଅବସର ପରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିଥିଲେ। ସେ କହିଥିଲେ ଯେ ସେ ତାଙ୍କ…

ପାର୍ବଣ ଭେଟି ଦେଲେ ରାଜ୍ୟ ସରକାର, ୮% ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ,୧୯।୯: ରାଜ୍ୟ କର୍ମଚାରୀଙ୍କ ସହ ଦୀର୍ଘ ଦିନରୁ ଲାଗି ରହିଥିବା ଅଚଳାବସ୍ଥାର ଅନ୍ତ ଘଟାଇ ଭଗୱନ୍ତ ମାନ ସରକାର ପ୍ରାୟ ଆଠ ଲକ୍ଷ କର୍ମଚାରୀ ଓ ପେନସନଭୋଗୀଙ୍କ…

ପାର୍ବଣ ପୂର୍ବରୁ ମହଙ୍ଗା ମାଡ଼: ୮ ଟଙ୍କା ବଢ଼ିପାରେ କ୍ଷୀର ମୂଲ୍ୟ! ରାଜ୍ୟ ସରକାରଙ୍କୁ ୩ ଦିନିର ଅଲ୍ଟିମେଟମ ଦେଲେ…

ନୂଆଦିଲ୍ଲୀ,୧୯।୯: କର୍ନାଟକରେ ପାର୍ୱଣ ଋତୁ ପୂର୍ୱରୁ ଲୋକଙ୍କୁ ଆଉ ଏକ ବଡ଼ ଝଟକା ଲାଗିପାରେ। ଏଠାରେ ଖୁବ ଶୀଘ୍ର କ୍ଷୀର ଦରରେ ବଡ଼ ଧରଣର ବୃଦ୍ଧି ଦେଖିବାକୁ…

ନୂଆ ଆଇନରେ ସ୍ବାକ୍ଷର କଲେ ଟ୍ରମ୍ପ: ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧୯।୯: ରୁଷିଆ ଓ ଇରାନ ବିରୋଧରେ ଆମେରିକାର ନୂଆ ପଦକ୍ଷେପକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଜୋର ଧରିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲିଣ୍ଡସେ ଓ.…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?