ବିଶାଳ ସୌର ଶିଖା ଓ ଚମତ୍କାର ମେରୁ ଆଲୋକ

ଏହି ବର୍ଷ ମେ ମାସ ଦ୍ୱିତୀୟ ସପ୍ତାହରେ ମହାକାଶରେ ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଥିଲା। ଏହା ଥିଲା ବିଶାଳ ସୌର ଶିଖା ଏବଂ ଚମତ୍କାର ମେରୁ ଆଲୋକ। ସୌର ଶିଖା ହେଉଛି ସୂର୍ଯ୍ୟ ପୃଷ୍ଠରୁ ନିର୍ଗତ ଶକ୍ତିଶାଳୀ ବିଦ୍ୟୁତ୍‌ ଚୁମ୍ବକୀୟ ବିସ୍ଫୋରଣର ବିସ୍ଫୋଟ। ସୂର୍ଯ୍ୟ ଦେହରେ ଚୁମ୍ବକୀୟ ଝଡ଼ ସୃଷ୍ଟି ହେଲେ ଏହା ଘଟିଥାଏ। ସାଧାରଣତଃ ସୌର କାର୍ଯ୍ୟକଳାପର ସର୍ବୋଚ୍ଚ ସମୟରେ ଚୁମ୍ବକୀୟ ଝଡ଼ ସୃଷ୍ଟି ହୋଇ ସୌର ଶିଖା ଉତ୍ପନ୍ନ ହୋଇଥାଏ। ସୂଚନାଯୋଗ୍ୟ ଯେ, ପ୍ରତି ୧୧ ବର୍ଷରେ ସୂର୍ଯ୍ୟ ଦେହରେ ଏହା ସର୍ବନିମ୍ନ ଏବଂ ସର୍ବୋଚ୍ଚ ସ୍ତର ମଧ୍ୟରେ ପରିବର୍ତ୍ତିତ ହେଉଥାଏ। ବର୍ତ୍ତମାନ ଆମେ ୨୫ତମ ସୌର ଚକ୍ର ଦେଇ ଗତି କରୁଛେ। ଏହା ୨୦୧୯ ମସିହାରେ ଆରମ୍ଭ ହୋଇଛି ଏବଂ ୨୦୨୫ରେ ସର୍ବୋଚ୍ଚ ସ୍ତରରେ ପହଞ୍ଚତ୍ବ। ଏହା ସହିତ ମଧ୍ୟ ସୌର କଳଙ୍କର ସମ୍ପର୍କ ରହିଛି। ସୂର୍ଯ୍ୟର ଆଲୋକ ମଣ୍ଡଳରେ ଦେଖାଯାଉଥିବା କଳା କଳା ଦାଗ ହେଉଛି ସୌର କଳଙ୍କ। ଏହା ଆଖିକୁ ଖୁବ୍‌ ଛୋଟ ଦେଖାଗଲେ ମଧ୍ୟ ବାସ୍ତବରେ ଏହା ହେଉଛି ବହୁତ ବଡ଼। ଏଗୁଡ଼ିକର ସଂଖ୍ୟା ସୂର୍ଯ୍ୟପୃଷ୍ଠରେ ବଢୁଥାଏ। ପ୍ରତି ୧୧ ବର୍ଷ ଅନ୍ତରରେ ଏହାର ହ୍ରାସ ବୃଦ୍ଧି ହୁଏ। ଯେତେବେଳେ ସର୍ବାଧିକ ସୌରକଳଙ୍କ ଦେଖାଯାଏ, ସେତେବେଳେ ସୂର୍ଯ୍ୟରେ ଅଧିକ ଚୁମ୍ବକୀୟ ଝଡ଼ ହୋଇଥାଏ ଏବଂ ବଡ଼ ବଡ଼ ସୌର ଶିଖା ବାହାରିଥାଏ।
ଚଳିତ ବର୍ଷ ମେ ୧୧ ତାରିଖରେ ସୂର୍ଯ୍ୟପୃଷ୍ଠରେ ଦୁଇ ଲକ୍ଷ କିମି ବ୍ୟାପୀ ସୌର କଳଙ୍କ ଦେଖାଯାଇଥିଲା। ଏହାର ଆକାର ପୃଥିବୀର ୧୫ ଗୁଣ ଥିଲା। ଏହା ଏତେ ବଡ଼ ଥିଲା ଯେ ଏହା ସାଧାରଣ ଦୂରବୀକ୍ଷଣ ଯନ୍ତ୍ରରେ ପୃଥିବୀକୁ ଦେଖାଯାଇଥିଲା। ଜ୍ୟୋତିର୍ବିଜ୍ଞାନୀମାନେ ଏହାର ନାମ ‘AR3664’ ଦେଇଛନ୍ତି। ପ୍ରଥମେ ମେ ୧୧ ତାରିଖରେ X ୧.୫ ଏବଂ X ୫.୮ର ସୌର ଶିଖା ଦେଖାଦେଲା। ୨୦୧୭ ମସିହା ପରଠାରୁ ଏତେ ବଡ଼ ସୌରଶିଖା ଦେଖାଯାଇ ନ ଥିଲା। ସୌର ଶିଖାଗୁଡ଼ିକର ଆକାର ଅନୁଯାୟୀ ସେଗୁଡ଼ିକର ବର୍ଗୀକରଣ କରାଯାଇଛି। ‘X ଶ୍ରେଣୀ’ ହେଉଛି ସବୁଠାରୁ ଶକ୍ତିଶାଳୀ। ଏହାପଛକୁ ଅଛି ୩ ଶ୍ରେଣୀ ଯାହା ‘X ଶ୍ରେଣୀ’ ଠାରୁ ଦଶ ଗୁଣ କମ୍‌ ଶକ୍ତିଶାଳୀ। ଏହାପରେ C-ଶ୍ରେଣୀ, B-ଶ୍ରେଣୀ ଏବଂ A-ଶ୍ରେଣୀ ସୌର ଶିଖା ରହିଛି। ପ୍ରତ୍ୟେକ ଶ୍ରେଣୀର ଶକ୍ତି ତାହାର ପୂର୍ବ ଶ୍ରେଣୀ ଅପେକ୍ଷା ହେଉଛି ଦଶ ଗୁଣ କମ୍‌। ପୁନଶ୍ଚ ପ୍ରତ୍ୟେକ ଶ୍ରେଣୀକୁ ଶିଖାର ଆପେକ୍ଷିକ ସାମର୍ଥ୍ୟ ଅନୁଯାୟୀ ୧ରୁ ୧୦ ସଂଖ୍ୟା ମଧ୍ୟରେ ଭାଗ କରାଯାଇଛି। ଯେଉଁ ଶିଖା ଯେତେ ଶକ୍ତିଶାଳୀ, ପୃଥିବୀ ଉପରେ ତାହାର କ୍ଷତିକାରକ ପ୍ରଭାବ ହେଉଛି ସେତେ ଅଧିକ। A-ଶ୍ରେଣୀ ଶିଖାର ପୃଥିବୀ ଉପରେ ପ୍ରାୟ କୌଣସି ପ୍ରଭାବ ପକାଏ ନାହିଁ।
ସୂର୍ଯ୍ୟଠାରୁ ଆମେ ଆଲୋକ ଓ ତାପ ପାଇଥାଉ। କିନ୍ତୁ ଏହା ସହିତ କେତେକ ଅଦୃଶ୍ୟ ଚାର୍ଜ କଣିକା ମଧ୍ୟ ସୂର୍ଯ୍ୟଠାରୁ ଆସିଥାଏ। ଏଥିରେ ମୁଖ୍ୟତଃ ଇଲେକ୍‌ଟ୍ରନ୍‌ ଓ ପ୍ରୋଟନ୍‌ ଥାଏ। ଏହା ସେକେଣ୍ଡ ପ୍ରତି ୪୦୦ରୁ ୮୦୦ କିମି ବେଗରେ ଆସିଥାଏ। ଏହାକୁ ‘ସୌର ପବନ’ କୁହାଯାଏ। କିନ୍ତୁ ବେଳେବେଳେ ଏହା ଅଧିକ ପରିମାଣରେ ଏବଂ ଅଧିକ ବେଗରେ ଆସିଥାଏ। ବିଶେଷତଃ ସୂର୍ଯ୍ୟର ସର୍ବାଧିକ କାର୍ଯ୍ୟକାରିତା ସମୟରେ ଏହା ଘଟିଥାଏ। ଏହାକୁ ‘ସୌର ଝଡ଼’ କୁହାଯାଏ। ପୃଥିବୀ ଚାରିପେଟ ଥିବା ଚୁମ୍ବକୀୟ ମଣ୍ଡଳ ସୌର ବାୟୁକୁ ପୃଥିବୀକୁ ଆସିବାକୁ ଦେଇ ନ ଥାଏ ଏବଂ ଫଳରେ ଏହା ପୃଥିବୀର କୌଣସି କ୍ଷତି କରି ନ ଥାଏ। କିନ୍ତୁ ସୌର ଝଡ଼ ହେଲେ ଏହାର କିଛି ଉପାଦାନ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିଥାଏ। ଏହା ବାୟୁମଣ୍ଡଳରେ ଆୟନମଣ୍ଡଳକୁ ଉତ୍ତପ୍ତ କରିଥାଏ, ଯାହାଫଳରେ ରେଡିଓ ଯୋଗାଯୋଗରେ ବ୍ୟାଘାତ ଘଟିଥାଏ। ଏହା ମଧ୍ୟ ମହାକାଶରେ ଅବସ୍ଥାପିତ କୃତ୍ରିମ ଉପଗ୍ରହର ଯୋଗାଯୋଗ ଓ ଅନ୍ୟ ଇଲେକ୍‌ଟ୍ରୋନିକ ଯନ୍ତ୍ରପାତିରେ ତ୍ରୁଟି ଆଣିଥାଏ ଏବଂ ଉପଗ୍ରହ କକ୍ଷର ସ୍ଥିରତା ବଜାୟ ରଖିବାରେ କଷ୍ଟକର ହୋଇଥାଏ। ଏହା ପୃଥିବୀର ବିଦ୍ୟୁତ୍‌ ଗ୍ରୀଡ୍‌ର କ୍ଷତି କରିଥାଏ ଏବଂ ବ୍ୟୋମ ସଞ୍ଚାଳନରେ ମଧ୍ୟ ବ୍ୟାଘାତ ସୃଷ୍ଟି କରିଥାଏ। ଆମ ଆଲୋଚିତ ସୌରଶିଖା ଯୋଗୁ ପୃଥିବୀ ଅନେକ ଦେଶରେ ରେଡିଓ ପ୍ରସାରଣରେ ବାଧା ପହଞ୍ଚତ୍ଥିବା ଜଣାପଡ଼ିଛି।
ସୌର ବାୟୁର ଅନ୍ୟ ଏକ ପ୍ରଭାବ ହେଉଛି ମେରୁ ଆଲୋକ ବା ଅରୋରା। ଏଥିରେ ଆସୁଥିବା ଚାର୍ଜ କଣିକାଗୁଡ଼ିକୁ ପୃଥିବୀର ଚୁମ୍ବକୀୟ ମଣ୍ଡଳ ଉତ୍ତର ମେରୁ ଓ ଦକ୍ଷିଣ ମେରୁ ଆଡ଼କୁ ପଠାଇଦିଏ। ସେଠାରେ ଏହା ବାୟୁମଣ୍ଡଳ ସଂସ୍ପର୍ଶରେ ଆସି ବିଭିନ୍ନ ରଙ୍ଗର ଆଲୋକ ଦେଉଥିବା ବେଳେ ଯବକ୍ଷାରଜାନ ନୀଳ ଓ ବାଇଗଣୀ ଆଲୋକ ଦିଏ। ଏହି ଆଲୋକ ଅନେକ ସମୟରେ ନୃତ୍ୟ କରୁଥିବା ଭଳି ଅପୂର୍ବ ଦୃଶ୍ୟ ଦେଖାଯାଏ। ଉତ୍ତର ମେରୁରେ ଏହାକୁ ଉତ୍ତର ଆଲୋକ ବା ସୁମେରୁ ପ୍ରଭା ଏବଂ ଦକ୍ଷିଣ ମେରୁରେ ଏହାକୁ ଦକ୍ଷିଣ ଆଲୋକ ବା କୁମେରୁ ପ୍ରଭା କୁହାଯାଏ।
ସାଧାରଣତଃ ମେରୁ ଆଲୋକ ମେରୁ ନିକଟରେ ଦେଖାଦେଇଥାଏ। କିନ୍ତୁ ଚଳିତ ବର୍ଷ ମେ’ ମାସରେ ଘଟିଥିବା ବିଶାଳ ସୌରଶିଖା ପ୍ରଭାବରେ ସୃଷ୍ଟି ହୋଇଥିବା ସୌର ଝଡ଼ ଯୋଗୁ ମେରୁ ଆଲୋକ ପୃଥିବୀର ଅନେକ ଅଞ୍ଚଳକୁ ଦେଖାଯାଇଥିଲା। ଏହି ଚମତ୍କାର ରଙ୍ଗୀନ ଆଲୋକର ଝଲକକୁ ବିଭିନ୍ନ ଦେଶର ଲୋକମାନେ ଖାଲି ଆଖିରେ ମଧ୍ୟ ଦେଖିଛନ୍ତି। ଆମ ଦେଶରେ ପୂର୍ବରୁ କେବେ ଏହା ଦେଖାଯାଇ ନ ଥିଲା। କିନ୍ତୁ ଏଥର ମେ’ ମାସର ବିରଳ ମେରୁ ପ୍ରଭାକୁ ଲଦାଖର ମାଉଣ୍ଟ ସରସ୍ବତୀ ଉପରେ ସ୍ଥାପନ କରାଯାଇଥିବା ଭାରତୀୟ ଜ୍ୟୋତିର୍ବିଦୀୟ ପର୍ଯ୍ୟବେକ୍ଷଣାଗାରର କ୍ୟାମେରାରେ ଏହା ଧରାପଡ଼ିଥିଲା।
ସୂର୍ଯ୍ୟକୁ ଅଧ୍ୟୟନ କରିବା ପାଇଁ ମହାକାଶରେ ଅବସ୍ଥାପିତ ଭାରତର ‘ଆଦିତ୍ୟ ଏଲ୍‌-୧’ ଯାନ ସୌରଶିଖାର ଚିତ୍ର ନେଇ ଆମ ପାଖକୁ ପଠାଇଛି। ଏଥିରେ ଥିବା ଗୋଟିଏ ଯନ୍ତ୍ର ତୀବ୍ର ବେଗରେ ଆସୁଥିବା ସୌର ପବନ, ପ୍ଲାଜମା ଓ ଆୟନକୁ ଚିହ୍ନଟ କରିଥିଲା। ଏଥିରେ ଥିବା ଅନ୍ୟ ଦୁଇଟି ଯନ୍ତ୍ର ଅଳ୍ପ ଦିନ ପୂର୍ବରୁ ସୂର୍ଯ୍ୟ ପୃଷ୍ଠରେ ୩-ଶ୍ରେଣୀ ଓ X-ଶ୍ରେଣୀ ସୌର ଶିଖାକୁ ଚିହ୍ନଟ କରିଥିଲା। ଠିକ୍‌ ସେହିସ୍ଥାନରୁ ପରେ ବିଶାଳ ସୌର ଶିଖା ବାହାରିଥିଲା।
ଅନ୍ୟପକ୍ଷରେ ଚନ୍ଦ୍ରକୁ ପରିକ୍ରମଣ କରୁଥିବା ‘ଚନ୍ଦ୍ରଯାନ-୨’ର ଅର୍‌ବିଟ୍‌ରେ ଥିବା ଏକ ଯନ୍ତ୍ର ମଧ୍ୟ ଏହି ସୌର ଶିଖାକୁ ଚିହ୍ନଟ କରିଛି। ଏଥିରେ ଥିବା ଏକ ସ୍ବୟଂକ୍ରିୟ ବ୍ୟବସ୍ଥା ଅନୁଯାୟୀ ବିଶାଳ ସୌରଶିଖାର ପ୍ରଭାବରୁ ରକ୍ଷାପାଇବା ପାଇଁ ଏହା ସମ୍ମୁଖକୁ ଏକ ଫିଲ୍‌ଟର ଆସିଯାଇଥିଲା।
ସୌର ଶିଖା ଓ ସୌର ଝଡ଼ ହେଉଛି ପ୍ରାକୃତିକ ଘଟଣା ଏବଂ ଏହାର ପ୍ରଭାବରୁ ରକ୍ଷା କରିବା ପାଇଁ ପ୍ରକୃତି ମଧ୍ୟ ବ୍ୟବସ୍ଥା କରିଛି। ଏହା ସହିତ ଏହା ମେରୁ ଆଲୋକ ଭଳି ଚମତ୍କାର ଦୃଶ୍ୟ ମଧ୍ୟ ପ୍ରଦର୍ଶନ କରୁଛି।

ଇଂ. ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀ ବିହାର, ଫେଜ୍‌-୧, ଭୁବନେଶ୍ୱର-୧୮
ମୋ: ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ସି.କେ ନାଇଡୁ ଟ୍ରଫି: ଓଡ଼ିଶାକୁ ହରାଇ ବେଙ୍ଗଲ ୧୦୨ ରନରେ ବିଜୟୀ

ବରଗଡ,୯।୨(ପ୍ରେମାନନ୍ଦ ଖମାରୀ) : ବରଗଡ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଧ୍ୟରେ ଚାଲିଥିବା ସି.କେ ନାଇଡୁ ଟ୍ରଫିର ଇଲାଇଟ ଗ୍ରୁପ-ବିର ମ୍ୟାଚରେ…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

BCCI Central Contract 2025-26: ଗିଲଙ୍କ ସମେତ ଏହି ଖେଳାଳିଙ୍କୁ  ଗ୍ରେଡ୍‌ A, ହେଲେ କୋହଲି-ରୋହିତଙ୍କୁ B; ନିରାଶ ହେଲେ…

ନୂଆଦିଲ୍ଲୀ,୯।୨: BCCI ୨୦୨୫-୨୬ ବର୍ଷ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ(କେନ୍ଦ୍ରୀୟ ଚୁକ୍ତି ତାଲିକା) ପ୍ରକାଶ କରିଛି। ଏଥିରେ ବଡ଼ ପରିବର୍ତ୍ତନ ହୋଇଛି। ତାଲିକାରୁ ଏ ପ୍ଲସ୍‌ (A+)…

ଚୁଟ୍‌କିରେ ଉଠାଇପାରିବେ PFରୁ ଟଙ୍କା: UPIରୁ ସିଧା ଆକାଉଣ୍ଟକୁ ଆସିବ, EPFO ଆଣୁଛି…

ନୂଆଦିଲ୍ଲୀ,୯।୨: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ପ୍ରାୟ ୮ କୋଟିରୁ ଅଧିକ ସଦସ୍ୟଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଶ୍ରମ ମନ୍ତ୍ରଣାଳୟ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri