୨୨ରେ ଜଳିବ ବିଶାଳ ଦୀପ

ବାସୁଦେବପୁର,୨୦।୧(ନାରାୟଣ ପ୍ରସାଦ ବାରିକ୍‌): ଅଯୋଧ୍ୟାରେ ଆସନ୍ତା ୨୨ ତାରିଖରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ ଭଦ୍ରକ ଜିଲା ବାସୁଦେବପୁରରେ ଏକ ବିଶାଳ ଦୀପ ଜଳିବ। ଶ୍ରୀରାମ ଶ୍ରଦ୍ଧାଳୁଙ୍କ ପକ୍ଷରୁ ଏକ ବିଶାଳ ଦୀପ ଜାଳିବା ପାଇଁ ପ୍ରସ୍ତୁତି ଚାଲିଛି। ବାସୁଦେବପୁର ବ୍ଲକରୋଡ୍‌ କାଳୀପୂଜା ମଣ୍ଡପ ସାମ୍ନାରେ ପ୍ରାୟ ୧ ସପ୍ତାହରୁ ଊର୍ଦ୍ଧ୍ୱ ହେଲା ଦୀପ ଗଢ଼ା ଚାଲିଥିବା ବେଳେ ଏହା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବ୍ଲକ କାଳୀ କମିଟି ସହଯୋଗରେ ତିଆରି ଚାଲିଥିବା ଏହି ମାଟି ଦୀପର ଉଚ୍ଚତା ପ୍ରାୟ ୬ ଫୁଟ୍‌ରୁ ଊର୍ଦ୍ଧ୍ୱ ଓ ଗୋଲେଇ ୧୫ ଫୁଟ୍‌ ହେବ। ଆନୁମାନିକ ୧୦ ହଜାରରୁ ଊର୍ଦ୍ଧ୍ୱ ଲିଟର ଘିଅ କିମ୍ବା ତେଲ ଧରିବାର କ୍ଷମତା ରହିଛି।