Posted inଫୁରସତ

ଆକାଶଛୁଆଁ ବିଲ୍ଡିଂ ଉପରେ ତିଆରି ହୋଇଛି ହ୍ବାଇଟ୍‌ ହାଉସ୍‌ ପରି ଘର, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଏକ ବଡ଼ ବିଲ୍ଡିଂର ଫଟୋ ଭାଇରାଲ ହେଉଛି। ଯାହା ଉପରେ ହ୍ବାଇଟ୍‌ ହାଉସ୍‌ ପରି ଘର ରହିଛି। ଏହା ଆଉ କେଉଁଠି ନୁହେଁ, ଆମ ଦେଶର ବେଙ୍ଗାଲୁରୁରେ ରହିଛି ଏହି ବିଲ୍ଡିଂ। ମାତ୍ର ଏହାର ମାଲିକ ଏଥିରେ ପାଦ ଦେବାର ସମ୍ଭାବନା ହିଁ ନାହିଁ। ୪୦୦ ଫୁଟ ଉଚ୍ଚରେ ଅବସ୍ଥିତ ଏହି ବିଲ୍ଡିଂ ୨ ମହଲା ବିଶିଷ୍ଟ, ଯାହା ‘ହ୍ବାଇଟ୍‌ ହାଉସ’ ପରି ଦେଖାଯାଏ। ଏହି ପ୍ରାସାଦ ପରି ଘର କିଙ୍ଗଫିସର ଟାଓ୍ବାର ଉପରେ ନିର୍ମିତ ଏବଂ ଏହା ୪୦ ହଜାର ବର୍ଗମିଟର ପରିମିତ ସ୍ଥାନରେ ରହିଛି।

ଏକ ରିପୋର୍ଟ ଅନୁଯାୟୀ, ଏହି ୨୦ ମିଲିୟନ ଡଲାରର ମହଲଟି ୟୁବି ସିଟିର ବିଳାସପୂର୍ଣ୍ଣ ଘରଟି ଏକ କ୍ୟାଣ୍ଟିଲାଇଭର ସ୍ଲାବରେ ଅବସ୍ଥିତ ଏବଂ ୪.୫ ଏକର ଜମିରେ ନର୍ମିତ। ମାର୍ଚ୍ଚ ୨୦୧୬ରେ ୟୁନାଇଟେଡ୍‌ ବ୍ରୁରିଜ ଗ୍ରୁପ ପ୍ରତିଷ୍ଠାତା ବିଟଲ ମାଲ୍ୟାଙ୍କ ପୁଅ ବିଜୟ ମାଲ୍ୟା ଭାରତ ଛାଡ଼ି ପଳାଇ ଯାଇଥିଲେ। କାରଣ ସେ ଅନେକ ଭାରତୀୟ ବ୍ୟାଙ୍କରୁ ବିପୁଳ ପରିମାଣର ଋଣ ନେଇଥିଲେ ଏବଂ ସେଥିରୁ କୌଣସି ଟଙ୍କା ଫେରସ୍ତ କରି ନ ଥିଲେ।

ପରେ ବ୍ୟାଙ୍କ ଅଧିକାରୀ ଏବଂ ଅନୁସନ୍ଧାନକାରୀ ସଂସ୍ଥା ବିଜୟ ମାଲ୍ୟାଙ୍କୁ ଫଲୋ କରିଥିଲେ। ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହେବାକୁ ମନା କରିବାରୁ କୋର୍ଟ ତାଙ୍କୁ ପଳାତକ ଘୋଷଣା କରିଥିଲେ। ସେବେଠାରୁ ସେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ବିରୋଧରେ ଆଇନଗତ ଲଢ଼େଇ କରିଆସୁଥିଲେ। ଅନ୍ୟପକ୍ଷରେ ମାଲ୍ୟାଙ୍କୁ ବ୍ରିଟେନରୁ ଫେରାଇ ଆଣିବା ପାଇଁ ଭାରତ ସମସ୍ତ ପ୍ରକାର ଉଦ୍ୟମ କରୁଛି।

ୟୁନାଇଟେଡ ବ୍ରୁରିଜ ହୋଲ୍ଡିଂ ଲିମିଟେଡ ଏବଂ ପ୍ରେଷ୍ଟିଜ ଇଷ୍ଟେଟ୍ସ ପ୍ରୋଜେକ୍ଟ ଲିମିଟେଡ ମଧ୍ୟରେ ମିଳିତ ବିକାଶ ଚୁକ୍ତିନାମା ଅନୁଯାୟୀ ଏହା ୟୁବି ସିଟିରେ ନିର୍ମାଣ କରାଯାଇଥିଲା। ୟୁବିଏଚ୍‌ଏଲ୍‌ ୫୫ ପ୍ରତିଶତ ଏବଂ ଠିକାଦାର ଅନ୍ୟ ୪୫ ପ୍ରତିଶତର ମାଲିକ ଅଟନ୍ତି। ଗତ ବର୍ଷ ଜୁଲାଇରେ ମାଲ୍ୟାଙ୍କୁ କୋର୍ଟ ଅବମାନନା ଅଭିଯୋଗରେ ୪ ମାସ ଜେଲ ଦଣ୍ଡାଦେଶ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ମୋଦି ମୋତେ କହିଲେ ମୋ ପରେ ତୁମେ…’, ରାହୁଲଙ୍କ ବୟାନକୁ ନେଇ ଜୋରଦାର ଚର୍ଚ୍ଚା

ନୂଆଦିଲ୍‌ଲୀ,୩୦।୯: କଂଗ୍ରେସ କାର୍ଯ୍ୟକାରୀ କମିଟି (CWC) ବୈଠକ ପରେ ରାହୁଲ ଗାନ୍ଧୀଙ୍କ ଏକ କଥିତ ବୟାନକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ରାହୁଲ ଗାନ୍ଧୀ ବୈଠକରେ ର୍ନିବାଚନ…

ପାଣି ପାଇଁ ତାତିଲେ ମହିଳା, ହାଣ୍ଡି-ମାଠିଆ ଧରି ରାସ୍ତାରେ ବସିଲେ

ପୁରୁଷୋତ୍ତମପୁର,୩୦ା୯(ସବିତା ପାଣି): ପାଣି ପାଇଁ ଫୁଟିଲା ଅସନ୍ତୋଷ। ହାଣ୍ଡି-ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା। ଦୁଇ ମାସ ଧରି ପାନୀୟଜଳ ମିଳୁ ନ ଥିବା ଅଭିଯୋଗରେ ଗଞ୍ଜାମ…

ବଦଳିବ ରାହୁ-କେତୁଙ୍କ ଚାଲି: କନ୍ୟା,ମୀନ ରାଶିଙ୍କ ସମେତ ୬ ରାଶିଙ୍କ ଗୋଲଡେନ ଟାଇମ୍‌ ଆରମ୍ଭ, ଧନବର୍ଷା ସହ ବଡ଼ ଚାକିରିର ଅଫର୍‌

ରାହୁ ମକର ରାଶିକୁ ଏବଂ କେତୁ କର୍କଟ ରାଶିକୁ ଆସିବା ଫଳରେ ଡିସେମ୍ୱର ମାସରେ ଅନେକ ରାଶିଙ୍କ ପାଇଁ ଭଲ ସମୟ ଆରମ୍ଭ ହେବ। ଭାଗ୍ୟଶାଳୀ ରାଶିମାନଙ୍କ…

ବିଦ୍ୟାଭାରତୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଝଟ୍‌କା: ଆବେଦନ ଖାରଜ

ଭୁବନେଶ୍ୱର,୩୦।୯: : ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ମହାପାତ୍ରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ବିଦ୍ୟାଭାରତୀଙ୍କ ପକ୍ଷରୁ ଦାଖଲ ହୋଇଥିବା…

ମେସେଜ ପାଇଁ ଟଙ୍କା ନେବ ହ଼୍ବାଟସଆପ୍‌! ୧ ଅକ୍ଟୋବରରୁ ବଦଳିବ ନିୟମ; ସାଧାରଣ ୟୁଜର୍ସଙ୍କୁ ପଡ଼ିବ ପ୍ରଭାବ?

ନୂଆଦିଲ୍‌ଲୀ,୩୦।୯: ଯଦି ଆପଣ ହ଼୍ବାଟସଆପ (WhatsApp)ରେ କୌଣସି କମ୍ପାନୀଠାରୁ ଅର୍ଡର ଅପଡେଟ, ଡେଲିଭରି ସୂଚନା କିମ୍ୱା କଷ୍ଟମର ସର୍ଭିସ ନେଉଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଆଶ୍ୱସ୍ତିକର…

ଲୋଇସିଂହାର ଗର୍ବ ଇଫ୍ରାତା: ‘ଇଣ୍ଡିଆ ଟ୍ୟାଲେଣ୍ଟ ଫାଇଟ’ରେ ଚମକିଲେ

ଲୋଇସିଂହା,୩୦।୯(ସୁଶାନ୍ତ ବାରିକ):ଜାତୀୟସ୍ତରୀୟ ରିଆଲିଟି ଶୋ’ ଟ୍ୟାଲେଣ୍ଟ ଫାଇଟସୁପର ମଡେଲ’ ଜୁନିୟର କାଟାଗୋରିରେ ଚାମ୍ପିୟନ ହୋଇ ଲୋଇସିଂହା ତଥା ବଲାଙ୍ଗୀର ଜିଲା ପାଇଁ ଗୌରବ ଆଣିଛନ୍ତି ଇଫ୍ରାତା। ତାଙ୍କ…

ଟ୍ରେନଯାତ୍ରୀଙ୍କ ପାଇଁ ବଡ଼ ସୂଚନା: ଅକ୍ଟୋବର ୧ରୁ କଡ଼ା ଚେକିଂ, ଟିକେଟ୍‌ ସାଙ୍ଗରେ ଏହି ID ନ ରଖିଲେ ଫସିବେ!

ନୂଆଦିଲ୍ଲୀ,୩୦।୯: ଯଦି ଆପଣ ଆଗାମୀ ଦିନରେ ଟ୍ରେନରେ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ। କେନ୍ଦ୍ରୀୟ ରେଳବାଇ ପକ୍ଷରୁ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ସରିଲା କ୍ଷୀତିଶଙ୍କ ରିମାଣ୍ଡ ଅବଧି, ପୋଲିସ ହାତରେ ଲାଗିଲା କିଛି ନୂଆ ତଥ୍ୟ

ବଲାଙ୍ଗୀର,୩୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ନିସ୍ତୁକ ମାଡ଼ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?