ଲଗାଣ ବର୍ଷାରେ ଭାଙ୍ଗିଲା ଘର

ଦେବଗଡ଼,୩ା୮(ଶଶାଙ୍କ ଶେଖର ଝାଙ୍କର): ଲଗାଣ ବର୍ଷା ପ୍ରଭାବରେ ଦେବଗଡ଼ ପୌରାଞ୍ଚଳ ୧୧ ନମ୍ବର ଓ୍ବାର୍ଡ ମ୍ୟୁନିସିପାଲିଟି ସାହିର ଭକ୍ତବନ୍ଧୁ ହାତୀଙ୍କ ଘର ଭାଙ୍ଗି ଯାଇଥିବା ବେଳେ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି। ଭକ୍ତବନ୍ଧୁଙ୍କ ସ୍ତ୍ରୀ ଘର ଭିତରେ ରୋଷେଇ କରୁଥିବା ବେଳେ ମାଟି ଘରଟି ହଠାତ ଭୁଶୁଡ଼ି ପଡ଼ିଥିଲା। ଫଳରେ ବହୁ ଆସବାବପତ୍ର ନଷ୍ଟ ହୋଇଯାଇଛି। ୨ ବଖରା ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ବ୍ୟାପକ କ୍ଷୟକ୍ଷତି ହୋଇଛି। ତେବେ ଏହି ସମୟରେ ଭକ୍ତ ବନ୍ଧୁଙ୍କ ସ୍ତ୍ରୀ ଘର ଅଗଣାକୁ ବାହାରି ଥିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଦେବଗଡ଼ ଜିଲାରେ ଗତକାଲିଠାରୁ ତୁହାକୁ ତୁହା ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ଘରଦ୍ୱାର ଭାଙ୍ଗି ଯାଉଥିବା ଖବର ଆସୁଛି।