Categories: ଜାତୀୟ

ଗ୍ୟାସ୍‌ ଲିକ୍‌ ଯୋଗୁ ଘରେ ଲାଗିଲା ନିଆଁ: ଗୋଟିଏ ପରିବାରର ୫ ମୃତ

ଜଳନ୍ଧର,୯।୧୨୦: ପଞ୍ଜାବର ପଶ୍ଚିମ ଜଲନ୍ଧରର ଅବତାର ନଗରରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ୟାସ୍‌ ଲିକ୍‌ ଯୋଗୁ ଘରେ ଲାଗିଥିବା ନିଆଁରେ ଭାଜପା କାର୍ଯ୍ୟକର୍ତ୍ତାଙ୍କ ପରିବାରର ୫ ସଦସ୍ୟଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗମ୍ଭୀର ଭାବେ ଆହତ ହୋଇଛନ୍ତି।
କୁହାଯାଉଛି ଯେ, ଘରେ ରଖାଯାଇଥିବା ସିଲିଣ୍ଡରରୁ ଗ୍ୟାସ ଲିକ ହେତୁ ନିଆଁ ଲାଗିଯାଇଥିଲା। ଯେଉଁ କାରଣରୁ ଘରର ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିବା ଅଗ୍ନିଶମ ବିଭାଗର କର୍ମଚାରୀମାନେ ପ୍ରଥମେ ପିଲାମାନଙ୍କୁ ବାହାରକୁ ଆଣିଥିଲେ। ଏଥିରେ ୧୫ ବର୍ଷର ବାଳିକା ଏବଂ ୧୨ ବର୍ଷର ବାଳକ ଜୀବନ୍ତ ଦଗ୍ଧ ହୋଇ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ମୃତ୍ୟୁ ଘଟିଥିଲା। ପରେ ସିଭିଲ ହସ୍ପିଟାଲରେ ଚିକିତ୍ସା ସମୟରେ ଅନ୍ୟ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ନାମ ଯଶପାଲ ସିଂ, ରୁଚି, ଦିୟା, ମନଶା ଏବଂ ଅକ୍ଷୟ ବୋଲି ଜଣାପଡିଛି। ଇନ୍ଦରପାଲ ସିଂଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।

Share