ଶିଶୁର ତାଳୁରେ ଛିଦ୍ର ଦେଖି ହସ୍ପିଟାଲ ନେଲେ ମା’, ସତକଥା ଜଣାପଡ଼ିବା ପରେ ନିଜେ ଲାଜେଇ ଗଲେ

ଲଣ୍ଡନ,୧୫।୫: ଜଣେ ମା’ ତା ପିଲା ପ୍ରତି କେତେ ଗୁରୁତ୍ୱପୂର୍ଣ୍ଣ ତାହା ସମଗ୍ର ଦୁନିଆ ଜାଣିଛି। ପିଲା ପ୍ରତି ସାମାନ୍ୟ କ୍ଷତି ପହଞ୍ଚିଲେ ସତେ ଯେମିତି ମା’ର ଜୀବନ ଛାଡ଼ିଯାଏ। ସେମିତି ଏକ ଘଟଣା ଘଟିଛି ବ୍ରିଟେନ୍‌ରେ। ୨୪ ବର୍ଷୀୟା ମହିଳା ବ୍ୟାକି ଷ୍ଟାଇଲିଶ୍‌ ତାଙ୍କ ୧୦ ମାସର ଶିଶୁ ପାଟିରେ ଏକ ଛିଦ୍ର ବା କଣା ଦେଖି ହଡ଼ବଡ଼େଇ ଯାଇଥିଲେ। ତାଙ୍କ ମୁଣ୍ଡ କିଛି ସମୟ ପାଇଁ କାମ କଲାନି। ପରେ ବ୍ୟାକି ଶିଶୁଟିକୁ ଡାକ୍ତରଙ୍କ ନିକଟକୁ ନେଇଥିଲେ। ସେଠାରେ ସତ ଜଣାପଡ଼ିବା ପରେ ବ୍ୟାକି ନିଜେ ଲାଜେଇ ଯାଇଥିଲେ। ତେବେ ଜାଣନ୍ତୁ ପୂରା ଘଟଣା ସମ୍ପର୍କରେ…

ଶିଶୁଟିର ତାଳୁରେ ଏକ ଛିଦ୍ର ଦେଖି ବ୍ୟାକି ଛୁଇଁବାକୁ ଚେଷ୍ଟା କରିଥିଲେ। ମାତ୍ର ଏଥିରେ ତାଙ୍କୁ ରୋକିଥିଲେ। ସେ କିନ୍ତୁ ଡରି ଯାଇଥିଲେ। ସଙ୍ଗେ ସଙ୍ଗେ ଟର୍ଚ୍ଚ ମାରି ଦେଖିବାରୁ ତାଙ୍କୁ ବୁଦ୍ଧି ବାଟ କିଛି ଦିଶିଲାନି। ବ୍ୟାକି ତାଙ୍କ ବାପାଙ୍କୁ ଫୋନ୍‌ କରିବାରୁ ସେ ତୁରନ୍ତ ହସ୍ପିଟାଲ ନେଇଯିବାକୁ କହିଲେ। ଡାକ୍ତର ଯେତେବେଳେ ଶିଶୁଟିର ପାଟି ଦେଖିଲେ ଏହା ଏକ ଷ୍ଟିକର ବୋଲି ଜାଣିଲେ। ଯାହାକି ଶିଶୁଟିର ତାଳୁରେ କେମିତି ଲାଗିଯାଇଥିଲା। ଏହା ଜାଣିବା ପରେ ବ୍ୟାକି ନିଜକୁ ଲଜ୍ଜିତ ଅନୁଭବ କରିଥିଲେ। କାରଣ ମା’ ହୋଇ ଶିଶୁଟି ତାଳୁରେ ଷ୍ଟିକର କେମିତି ଲାଗିଲା ସେ ଜାଣିପାରିଲେ ନାହିଁ। ସେ ଏହାକୁ ଲୋକମାନଙ୍କ ସହିତ ଶେୟାର କରିଛନ୍ତି। ସେ କହିଛନ୍ତି, ପ୍ରତ୍ୟେକ ମା-ବାପା ପିଲାମାନଙ୍କ ପ୍ରତି ଧ୍ୟାନ ଦେବା ଉଚିତ୍‌। ସାମାନ୍ୟ ଅସାବଧାନତା ଯୋଗୁ ବଡ଼ ଧରଣର କ୍ଷତି ବି ହୋଇପାରେ।

Share