ଉଚ୍ଚଶିକ୍ଷିତ ଯୁବକଙ୍କୁ ରାସ୍ତାରେ ବାନ୍ଧି ପିଟିଲେ

ନବରଙ୍ଗପୁର/ଚନ୍ଦାହାଣ୍ଡି,୧ା୮(ବି.ପ୍ର/ ଡି.ଏନ୍‌.ଏ.): ଭୁଲିଗଲେ ମାନବିକତା। ଜଣେ ଉଚ୍ଚଶିକ୍ଷିତ ଯୁବକଙ୍କୁ କଙ୍ଗାରୁ କୋର୍ଟରେ ଚୋର କରି ବାନ୍ଧି ପିଟିଲେ। ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଗମ୍ଭାରୀଗୁଡ଼ା ପଞ୍ଚାୟତର ମୋତିଗାଁରେ ରବିବାର ଏଭଳି ଅମାନବୀୟ ଘଟଣା ଘଟିଛି। ଝରିଗାଁ ବ୍ଲକ ଡରକିଗୁଡ଼ା ଗ୍ରାମର ବୃନ୍ଦାବନ ସାନ୍ତାଙ୍କୁ କେତେଜଣ ବ୍ୟକ୍ତି ହାତବାନ୍ଧି ମାରିଛନ୍ତି। ମାଡ଼ ମାରିବା ପରେ ଅଭିଯୁକ୍ତମାନେ ଏହାର ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି।
ସୂଚନା ଅନୁଯାୟୀ, ସକାଳେ ବୃନ୍ଦାବନ ବାଇକ ଯୋଗେ ତାଙ୍କର ସହପାଠୀ ଭୁଜବଳ ମାଝିଙ୍କ ନିକଟକୁ ଯାଇଥିଲେ। ଫେରିବା ସମୟରେ ରାସ୍ତାରେ ପେଟ୍ରୋଲ ସରିଯିବାରୁ ମୋତିଗାଁ ରାସ୍ତାପାର୍ଶ୍ୱରେ ବାଇକ୍‌ ରଖି ଗଛ ମୂଳରେ ବସିଥିଲେ। ଏହି ସମୟରେ ସ୍ଥାନୀୟ କେତେଜଣ ବ୍ୟକ୍ତି ବୃନ୍ଦାବନଙ୍କୁ ପିଲାଚୋର ଏବଂ ବାଇକ୍‌ ଚୋର କହି ହାତବାନ୍ଧି ଉଲଗ୍ନ କରି ନିର୍ଧୁମ ପିଟିଥିଲେ। ଚନ୍ଦାହାଣ୍ଡି ପୋଲିସ ପହଞ୍ଚି ବୃନ୍ଦାବନଙ୍କୁ ଉଦ୍ଧାର କରିବା ସହ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ପ୍ରାଥମିକ ଚିକିତ୍ସା ଓ ତଦନ୍ତ ପରେ ତାଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଶରୀରରେ ଗଭୀର ଆଘାତ ଲାଗିବା ସହ ସେ ଅଚେତ ଥିଲେ। ବୃନ୍ଦାବନଙ୍କ ବାପା ବୈଦ୍ୟ ସାନ୍ତା ଘଟଣା ନେଇ ମୋତିଗାଁ ଗ୍ରାମର କ୍ଷୀରଚନ୍ଦ୍ର ନାୟକ, ବବିନା ତ୍ରିପାଠୀ, ସିରାଜ ଶ୍ରୋ, ବୁଧେଶ୍ୱର ଶ୍ରୋ, କ୍ଷେତରାଜ ଶ୍ରୋ, ବନବାସୀ ନାୟକ, କପିଳ ରାଣା, ଦୁସା ତ୍ରିପାଠୀ, ଫୁଣ୍ଡେଲପଡ଼ା ଗ୍ରାମର ମୋହନ ନାୟକ, ଉଗ୍ରେସନ ପଟେଲନଙ୍କ ନାମରେ ଏତଲା ଦେଇଛନ୍ତି। ଅଭିଯୋଗକୁ ଆଧାର କରି ଏକ ମାମଲା(୯୩/୨୨) ରୁଜୁ ସହ ତଦନ୍ତ ଆରମ୍ଭ କରାଯାଇଥିବା ଆଇଆଇସି ପ୍ରେମାନନ୍ଦ ସୁନାନି କହିଛନ୍ତି।
ସୂଚନାଯୋଗ୍ୟ, ବୃନ୍ଦାବନ କୋରାପୁଟସ୍ଥିତ ନବୋଦୟ ବିଦ୍ୟାଳୟରେ ପଢ଼ୁଥିଲେ। ଯୁକ୍ତ ୩ ପରେ ସେ ଚେନ୍ନାଇରେ ଏମ୍‌ଏ କରିଥିଲେ। ଏବେ ପଣ୍ଡିଚେରୀରେ ପିଏଚ୍‌ଡି କରୁଛନ୍ତି। ସେ ଅଲେଖ ଧର୍ମାବଲମ୍ବୀଙ୍କ ବେଶରେ ଥିବାବେଳେ ତାଙ୍କୁ ଲୋକେ ଚୋର ବୋଲି ଭାବିଥିଲେ। ପଡ଼ୋଶୀ କଳାହାଣ୍ଡି ଜିଲାରେ ଡକାୟତି ଦଳ ମାତିଥିବାରୁ ଅଞ୍ଚଳର ଲୋକେ ବାହାର ଲୋକଙ୍କୁ ସନ୍ଦେହ ନଜରରେ ଦେଖୁଛନ୍ତି। ଏ ନେଇ ପ୍ରଶାସନ ପକ୍ଷରୁ ସଚେତନ କରାଯିବା ଆବଶ୍ୟକ ବୋଲି ଅଞ୍ଚଳର ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri