କୌଳିକ ବୃତ୍ତିରେ ବାପାଙ୍କ ସହ ଉଚ୍ଚଶିକ୍ଷିତା କନ୍ୟା

କଟକ,୪ା୭ (କାର୍ତ୍ତିକ ସାହୁ)ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମେତ ଚତୁର୍ଦ୍ଧାମୂର୍ତ୍ତି ଜ୍ୱରରୁ ଆରୋଗ୍ୟ ଲାଭ କରିଛନ୍ତି। ଆଉ ୨ ଦିନ ପରେ ନବଯୌବନ ଦର୍ଶନ। ଭକ୍ତମାନେ ଅତ୍ୟନ୍ତ ଆଗ୍ରହରେ ଅପେକ୍ଷା କରିଛନ୍ତି ଏହି ଦିନକୁ। ହେଲେ ଦେବସ୍ନାନ ପୂର୍ଣ୍ଣିମା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଣସର ବା ଅନବସରବେଳେ ହେଉଥିବା ଗୁପ୍ତ ସେବା ମଧ୍ୟରୁ ସୌନ୍ଦର୍ଯ୍ୟସେବା ଅନ୍ୟତମ। ଦାରୁବିଗ୍ରହଙ୍କୁ ବର୍ଷରେ ଥରେ ନୂତନ ଭାବେ ସୌନ୍ଦର୍ଯ୍ୟ ବିମଣ୍ଡିତ କରିଥାନ୍ତି ଚିତ୍ରକର ସେବକ। ଏଭଳି ଏକ ସେବାରେ ନିଜକୁ ସାମିଲ କରିଛନ୍ତି ଇତିହାସ ସ୍ନାତକୋତ୍ତରରେ ସ୍ବର୍ଣ୍ଣପଦକପ୍ରାପ୍ତ ଶତାବ୍ଦୀ ତନୟା। ବାପା ତଥା ଅବସରପ୍ରାପ୍ତ ଓଡ଼ିଆ ଅଧ୍ୟାପକ କଟକ ଦରଘା ବଜାର ଚିତ୍ରକର ସାହିର ଡକ୍ଟର ରବିନାରାୟଣ ମହାରଣାଙ୍କ ସହ କୌଳିକ ବୃତ୍ତିରେ ସେ ନିମଗ୍ନ ହୋଇଛନ୍ତି। ବଂଶାନୁକ୍ରମେ ଠାକୁରଙ୍କ ସୌନ୍ଦର୍ଯ୍ୟ ସେବାରେ ତାଙ୍କ ପରିବାର ନିୟୋଜିତ ହୋଇ ନିଜକୁ ଭାଗ୍ୟବାନ ମଣୁଛନ୍ତି।
ଡକ୍ଟର ମହାରଣା ମହାପ୍ରଭୁ ଜଗନ୍ନାଥ, ବଡ଼ଠାକୁର ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ସମେତ ପ୍ରଭୁ ସୁଦର୍ଶନଙ୍କ ରଙ୍ଗ ସେବାକୁ ବାପା ସ୍ବର୍ଗତ ନନ୍ଦ ମହାରଣାଙ୍କଠାରୁ କୌଳିକ ପରମ୍ପରା କ୍ରମରେ ଶିଖିଥିଲେ। ସମୟ କ୍ରମେ ସେ ଓଡ଼ିଆ ସାହିତ୍ୟରେ ଗବେଷଣା ପରେ କଟକ ଦେଉଳସାହିସ୍ଥିତ ରଘୁନାଥଜୀଉ କଲେଜରେ ଓଡ଼ିଆ ଭାଷା ସାହିତ୍ୟରେ ଅଧ୍ୟାପନା କରିଥିଲେ। ଏଥିସହ ଜଣେ ସ୍ବନାମଧନ୍ୟ ଲେଖକ ଭାବେ ଅଦ୍ୟାବଧି ୨୬ ଖଣ୍ଡ ପୁସ୍ତକ ରଚନା କରିଛନ୍ତି। ତଥାପି ସେ ନିଜର କୌଳିକ ବୃତ୍ତି ଭୁଲିନାହାନ୍ତି। କଟକ ସହରରେ ଥିବା କେତେକ ମନ୍ଦିରରେ ସେ ପାରମ୍ପରିକ ରୀତିରେ ଅଣସରବେଳେ ରଙ୍ଗସେବା କରିଆସୁଛନ୍ତି। ସେଥିମଧ୍ୟରେ ମହାନଦୀ କୂଳରେ ଥିବା ଗଡ଼ଗଡ଼େଶ୍ୱର ମନ୍ଦିର ପରିସରସ୍ଥ ଜଗନ୍ନାଥ ମନ୍ଦିର, ଡଗରପଡ଼ାସ୍ଥିତ ଜଟି ପଣ୍ଡା ଦେଉଳ, କାଠଗଡ଼ା ସାହି ପ୍ରକଟେଶ୍ୱର ମନ୍ଦିର ପରିସରସ୍ଥ ଜଗନ୍ନାଥ ମନ୍ଦିର ଓ ମଦନ ମୋହନ ମନ୍ଦିର, ବାଖରାବାଦସ୍ଥିତ ମହାବୀର ମନ୍ଦିରରେ ରହିଥିବା ଜଗନ୍ନାଥ ମନ୍ଦିର, ଭଣ୍ଡାରୀସାହିସ୍ଥିତ ଜଗନ୍ନାଥ ମନ୍ଦିର ଆଦି ଉଲ୍ଲେଖଯୋଗ୍ୟ।
ସମ୍ପ୍ରତି ତାଙ୍କ ସହ ତାଙ୍କର କନ୍ୟା ଶତାବ୍ଦୀ ତନୟା ମଧ୍ୟ କୌଳିକ ବୃତ୍ତିରେ ଶ୍ରୀଜଗନ୍ନାଥଙ୍କ ରଙ୍ଗସେବା ଆରମ୍ଭ କରିଛନ୍ତି। ଡକ୍ଟର ମହାରଣାଙ୍କ ଗୋଟିଏ ପୁତ୍ର ଓ ଗୋଟିଏ କନ୍ୟା ମଧ୍ୟରୁ କନ୍ୟାଙ୍କ ଏଭଳି ଯୋଗଦାନରେ ସେ ଅତ୍ୟନ୍ତ ଉଲ୍ଲସିତ ଓ ଏହାକୁ ଏକ ପବିତ୍ର କର୍ମ ବୋଲି ବିବେଚନା କରନ୍ତି। ଶତାବ୍ଦୀ ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ଇତିହାସ ବିଷୟରେ ସ୍ନାତକ ଡିଗ୍ରୀପ୍ରାପ୍ତ ହେବା ସହ ପରବର୍ତ୍ତୀ ସମୟରେ ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟରେ ଇତିହାସ ସ୍ନାତକୋତ୍ତର ପାଠ୍ୟକ୍ରମରେ ସର୍ବୋଚ୍ଚ ନମ୍ବର ରଖି ସ୍ବର୍ଣ୍ଣପଦକ ଲାଭ କରିଥିଲେ। ପାଠପଢ଼ାରେ ପାରଦର୍ଶିତା ହାସଲ କରିଥିବା ଶତାବ୍ଦୀ ନିଜ ପରିବାରର ପାରମ୍ପରିକ କୌଳିକ ବୃତ୍ତିରେ ସିଦ୍ଧହସ୍ତ।

ଠାକୁରଙ୍କୁ କୋଳରେ ଧରି ସଜ କରିଦିଏ
ପିଲାଦିନୁ ବାପାଙ୍କଠାରୁ ମହାପ୍ରଭୁଙ୍କ ନିମନ୍ତେ ଏହି ଦିବ୍ୟ କାର୍ଯ୍ୟ ଶିଖିଛି। ଏହି କାର୍ଯ୍ୟର ଆର୍ଥିକ ଆନନ୍ଦଠାରୁ ଢେର ପରମାର୍ଥିକ ଆନନ୍ଦ ଓ ଶାନ୍ତି ପ୍ରାପ୍ତ ହୋଇଥାଏ। ଠାକୁର ଅସୁସ୍ଥ ସମୟରେ କେହି ତାଙ୍କୁ ଦର୍ଶନ କରିପାରନ୍ତି ନାହିଁ, ସେତେବେଳେ ଆମ୍ଭର ସୌଭାଗ୍ୟ ଯେ ଠାକୁରଙ୍କୁ କୋଳରେ ଧରି ସଜ କରିଦିଏ। ଠାକୁରଙ୍କ ଏହି ରଙ୍ଗସେବା ମଧ୍ୟ ଏକ ଗୁପ୍ତସେବା ଛଡ଼ା ଅନ୍ୟକିଛି ନୁହେଁ। ସବୁବେଳେ ଠାକୁରଙ୍କୁ ପ୍ରାର୍ଥନା କରେ ମୋତେ ଜନ୍ମଜନ୍ମାନ୍ତରରେ ଚିତ୍ରକର କରି ତାଙ୍କର ସେବା କରିବାର ସୌଭାଗ୍ୟ ପ୍ରଦାନ କରୁଥାନ୍ତୁ।
-ଡକ୍ଟର ରବିନାରାୟଣ ମହାରଣା, ଚିତ୍ରକର ସାହି, ଦରଘାବଜାର

ବାପାଙ୍କ କାମକୁ ଦେଖି ଶିଖିଛି
ରଥଯାତ୍ରା ଆସିଲେ ସ୍ନାନ ପୂର୍ଣ୍ଣିମାଠାରୁ ବିଜୟ ଅମାବାସ୍ୟା ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥଙ୍କ ରଙ୍ଗକାମରେ ବାବା ବ୍ୟସ୍ତ ରହୁଥିବା ଲକ୍ଷ୍ୟ କରିଛି। ପିଲାଦିନୁ ସେଥିରୁ ଅନେକ ପରିମାଣରେ ଆଗ୍ରହ ପାଇଛି। ଏହି ଚିତ୍ରକଳା ପାଇଁ କାହାଠାରୁ ତାଲିମ ଗ୍ରହଣ କରିନାହିଁ। ଯାହା ଶିଖିଛି ବାପାଙ୍କ କାମକୁ ଦେଖି ଶିଖିଛି। ଆଧୁନିକ ସମୟରେ ନେଟ୍‌ ମାଧ୍ୟମରୁ ମଧ୍ୟ କିଛି ଦେଖିକି କରୁଛି। ପ୍ରଥମେ ବାବାଙ୍କୁ ସାହାଯ୍ୟ କରିବାକୁ ଯାଇ ମନ୍ଦିରରେ ଠାକୁରଙ୍କ ରଙ୍ଗକାମ କରିଛି। କିନ୍ତୁ ପରବର୍ତ୍ତୀ କାଳରେ ଠାକୁରଙ୍କୁ ରଙ୍ଗ କଲାବେଳେ ନିଜ ମଧ୍ୟରେ ଏକପ୍ରକାର ଅଭୂତପୂର୍ବ ଶିହରଣ ଅନୁଭବ କରିଛି।
-ଶତାବ୍ଦୀ ତନୟା, ଚିତ୍ରକର ସାହି, ଦରଘାବଜାର


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri