କୌଳିକ ବୃତ୍ତିରେ ବାପାଙ୍କ ସହ ଉଚ୍ଚଶିକ୍ଷିତା କନ୍ୟା

କଟକ,୪ା୭ (କାର୍ତ୍ତିକ ସାହୁ)ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମେତ ଚତୁର୍ଦ୍ଧାମୂର୍ତ୍ତି ଜ୍ୱରରୁ ଆରୋଗ୍ୟ ଲାଭ କରିଛନ୍ତି। ଆଉ ୨ ଦିନ ପରେ ନବଯୌବନ ଦର୍ଶନ। ଭକ୍ତମାନେ ଅତ୍ୟନ୍ତ ଆଗ୍ରହରେ ଅପେକ୍ଷା କରିଛନ୍ତି ଏହି ଦିନକୁ। ହେଲେ ଦେବସ୍ନାନ ପୂର୍ଣ୍ଣିମା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଣସର ବା ଅନବସରବେଳେ ହେଉଥିବା ଗୁପ୍ତ ସେବା ମଧ୍ୟରୁ ସୌନ୍ଦର୍ଯ୍ୟସେବା ଅନ୍ୟତମ। ଦାରୁବିଗ୍ରହଙ୍କୁ ବର୍ଷରେ ଥରେ ନୂତନ ଭାବେ ସୌନ୍ଦର୍ଯ୍ୟ ବିମଣ୍ଡିତ କରିଥାନ୍ତି ଚିତ୍ରକର ସେବକ। ଏଭଳି ଏକ ସେବାରେ ନିଜକୁ ସାମିଲ କରିଛନ୍ତି ଇତିହାସ ସ୍ନାତକୋତ୍ତରରେ ସ୍ବର୍ଣ୍ଣପଦକପ୍ରାପ୍ତ ଶତାବ୍ଦୀ ତନୟା। ବାପା ତଥା ଅବସରପ୍ରାପ୍ତ ଓଡ଼ିଆ ଅଧ୍ୟାପକ କଟକ ଦରଘା ବଜାର ଚିତ୍ରକର ସାହିର ଡକ୍ଟର ରବିନାରାୟଣ ମହାରଣାଙ୍କ ସହ କୌଳିକ ବୃତ୍ତିରେ ସେ ନିମଗ୍ନ ହୋଇଛନ୍ତି। ବଂଶାନୁକ୍ରମେ ଠାକୁରଙ୍କ ସୌନ୍ଦର୍ଯ୍ୟ ସେବାରେ ତାଙ୍କ ପରିବାର ନିୟୋଜିତ ହୋଇ ନିଜକୁ ଭାଗ୍ୟବାନ ମଣୁଛନ୍ତି।
ଡକ୍ଟର ମହାରଣା ମହାପ୍ରଭୁ ଜଗନ୍ନାଥ, ବଡ଼ଠାକୁର ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ସମେତ ପ୍ରଭୁ ସୁଦର୍ଶନଙ୍କ ରଙ୍ଗ ସେବାକୁ ବାପା ସ୍ବର୍ଗତ ନନ୍ଦ ମହାରଣାଙ୍କଠାରୁ କୌଳିକ ପରମ୍ପରା କ୍ରମରେ ଶିଖିଥିଲେ। ସମୟ କ୍ରମେ ସେ ଓଡ଼ିଆ ସାହିତ୍ୟରେ ଗବେଷଣା ପରେ କଟକ ଦେଉଳସାହିସ୍ଥିତ ରଘୁନାଥଜୀଉ କଲେଜରେ ଓଡ଼ିଆ ଭାଷା ସାହିତ୍ୟରେ ଅଧ୍ୟାପନା କରିଥିଲେ। ଏଥିସହ ଜଣେ ସ୍ବନାମଧନ୍ୟ ଲେଖକ ଭାବେ ଅଦ୍ୟାବଧି ୨୬ ଖଣ୍ଡ ପୁସ୍ତକ ରଚନା କରିଛନ୍ତି। ତଥାପି ସେ ନିଜର କୌଳିକ ବୃତ୍ତି ଭୁଲିନାହାନ୍ତି। କଟକ ସହରରେ ଥିବା କେତେକ ମନ୍ଦିରରେ ସେ ପାରମ୍ପରିକ ରୀତିରେ ଅଣସରବେଳେ ରଙ୍ଗସେବା କରିଆସୁଛନ୍ତି। ସେଥିମଧ୍ୟରେ ମହାନଦୀ କୂଳରେ ଥିବା ଗଡ଼ଗଡ଼େଶ୍ୱର ମନ୍ଦିର ପରିସରସ୍ଥ ଜଗନ୍ନାଥ ମନ୍ଦିର, ଡଗରପଡ଼ାସ୍ଥିତ ଜଟି ପଣ୍ଡା ଦେଉଳ, କାଠଗଡ଼ା ସାହି ପ୍ରକଟେଶ୍ୱର ମନ୍ଦିର ପରିସରସ୍ଥ ଜଗନ୍ନାଥ ମନ୍ଦିର ଓ ମଦନ ମୋହନ ମନ୍ଦିର, ବାଖରାବାଦସ୍ଥିତ ମହାବୀର ମନ୍ଦିରରେ ରହିଥିବା ଜଗନ୍ନାଥ ମନ୍ଦିର, ଭଣ୍ଡାରୀସାହିସ୍ଥିତ ଜଗନ୍ନାଥ ମନ୍ଦିର ଆଦି ଉଲ୍ଲେଖଯୋଗ୍ୟ।
ସମ୍ପ୍ରତି ତାଙ୍କ ସହ ତାଙ୍କର କନ୍ୟା ଶତାବ୍ଦୀ ତନୟା ମଧ୍ୟ କୌଳିକ ବୃତ୍ତିରେ ଶ୍ରୀଜଗନ୍ନାଥଙ୍କ ରଙ୍ଗସେବା ଆରମ୍ଭ କରିଛନ୍ତି। ଡକ୍ଟର ମହାରଣାଙ୍କ ଗୋଟିଏ ପୁତ୍ର ଓ ଗୋଟିଏ କନ୍ୟା ମଧ୍ୟରୁ କନ୍ୟାଙ୍କ ଏଭଳି ଯୋଗଦାନରେ ସେ ଅତ୍ୟନ୍ତ ଉଲ୍ଲସିତ ଓ ଏହାକୁ ଏକ ପବିତ୍ର କର୍ମ ବୋଲି ବିବେଚନା କରନ୍ତି। ଶତାବ୍ଦୀ ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ଇତିହାସ ବିଷୟରେ ସ୍ନାତକ ଡିଗ୍ରୀପ୍ରାପ୍ତ ହେବା ସହ ପରବର୍ତ୍ତୀ ସମୟରେ ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟରେ ଇତିହାସ ସ୍ନାତକୋତ୍ତର ପାଠ୍ୟକ୍ରମରେ ସର୍ବୋଚ୍ଚ ନମ୍ବର ରଖି ସ୍ବର୍ଣ୍ଣପଦକ ଲାଭ କରିଥିଲେ। ପାଠପଢ଼ାରେ ପାରଦର୍ଶିତା ହାସଲ କରିଥିବା ଶତାବ୍ଦୀ ନିଜ ପରିବାରର ପାରମ୍ପରିକ କୌଳିକ ବୃତ୍ତିରେ ସିଦ୍ଧହସ୍ତ।

ଠାକୁରଙ୍କୁ କୋଳରେ ଧରି ସଜ କରିଦିଏ
ପିଲାଦିନୁ ବାପାଙ୍କଠାରୁ ମହାପ୍ରଭୁଙ୍କ ନିମନ୍ତେ ଏହି ଦିବ୍ୟ କାର୍ଯ୍ୟ ଶିଖିଛି। ଏହି କାର୍ଯ୍ୟର ଆର୍ଥିକ ଆନନ୍ଦଠାରୁ ଢେର ପରମାର୍ଥିକ ଆନନ୍ଦ ଓ ଶାନ୍ତି ପ୍ରାପ୍ତ ହୋଇଥାଏ। ଠାକୁର ଅସୁସ୍ଥ ସମୟରେ କେହି ତାଙ୍କୁ ଦର୍ଶନ କରିପାରନ୍ତି ନାହିଁ, ସେତେବେଳେ ଆମ୍ଭର ସୌଭାଗ୍ୟ ଯେ ଠାକୁରଙ୍କୁ କୋଳରେ ଧରି ସଜ କରିଦିଏ। ଠାକୁରଙ୍କ ଏହି ରଙ୍ଗସେବା ମଧ୍ୟ ଏକ ଗୁପ୍ତସେବା ଛଡ଼ା ଅନ୍ୟକିଛି ନୁହେଁ। ସବୁବେଳେ ଠାକୁରଙ୍କୁ ପ୍ରାର୍ଥନା କରେ ମୋତେ ଜନ୍ମଜନ୍ମାନ୍ତରରେ ଚିତ୍ରକର କରି ତାଙ୍କର ସେବା କରିବାର ସୌଭାଗ୍ୟ ପ୍ରଦାନ କରୁଥାନ୍ତୁ।
-ଡକ୍ଟର ରବିନାରାୟଣ ମହାରଣା, ଚିତ୍ରକର ସାହି, ଦରଘାବଜାର

ବାପାଙ୍କ କାମକୁ ଦେଖି ଶିଖିଛି
ରଥଯାତ୍ରା ଆସିଲେ ସ୍ନାନ ପୂର୍ଣ୍ଣିମାଠାରୁ ବିଜୟ ଅମାବାସ୍ୟା ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥଙ୍କ ରଙ୍ଗକାମରେ ବାବା ବ୍ୟସ୍ତ ରହୁଥିବା ଲକ୍ଷ୍ୟ କରିଛି। ପିଲାଦିନୁ ସେଥିରୁ ଅନେକ ପରିମାଣରେ ଆଗ୍ରହ ପାଇଛି। ଏହି ଚିତ୍ରକଳା ପାଇଁ କାହାଠାରୁ ତାଲିମ ଗ୍ରହଣ କରିନାହିଁ। ଯାହା ଶିଖିଛି ବାପାଙ୍କ କାମକୁ ଦେଖି ଶିଖିଛି। ଆଧୁନିକ ସମୟରେ ନେଟ୍‌ ମାଧ୍ୟମରୁ ମଧ୍ୟ କିଛି ଦେଖିକି କରୁଛି। ପ୍ରଥମେ ବାବାଙ୍କୁ ସାହାଯ୍ୟ କରିବାକୁ ଯାଇ ମନ୍ଦିରରେ ଠାକୁରଙ୍କ ରଙ୍ଗକାମ କରିଛି। କିନ୍ତୁ ପରବର୍ତ୍ତୀ କାଳରେ ଠାକୁରଙ୍କୁ ରଙ୍ଗ କଲାବେଳେ ନିଜ ମଧ୍ୟରେ ଏକପ୍ରକାର ଅଭୂତପୂର୍ବ ଶିହରଣ ଅନୁଭବ କରିଛି।
-ଶତାବ୍ଦୀ ତନୟା, ଚିତ୍ରକର ସାହି, ଦରଘାବଜାର


Enter your email to get our daily news in your inbox.

All Right Reserved By Dharitri.Com

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ମେ ୪ରୁ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା: ଶେଷ ସପ୍ତାହରେ ଜମିବ ‘ଛତ୍ରପୁର ମହୋତ୍ସବ’

ଛତ୍ରପୁର, ୨।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଅନ୍ୟତମ ପ୍ରସିଦ୍ଧ ଉତ୍ସବ, ଛତ୍ରପୁର ସହରର ଆରାଧ୍ୟା ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଚଳିତ ବର୍ଷ ଅନୁଷ୍ଠିତ ହେବାକୁ…

ଦିଗପହଣ୍ଡିରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ: ସେନସସ ୱେବସାଇଟ୍‌ରେ ତଥ୍ୟ ପ୍ରଦାନ କଲେ ନଗରପାଳ

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରାଞ୍ଚଳରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଗୁରୁବାରଠାରୁ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri