ଦେଶୀ ନାଁରେ ବିକ୍ରି ହେଉଛି ଅପମିଶ୍ରିତ କ୍ଷୀର, ଦହି, ଘିଅ

ଅସ୍ତରଙ୍ଗ,୪।୭(ପ୍ରଦୀପ୍ତ କୁମାର ଦୀକ୍ଷିତ)ଘରେ ଗାଈ ନାହିଁ, କିନ୍ତୁ ଘରକୁ ଘର ବୁଲି ଯୋଗାଇ ଦେଉଛନ୍ତି କ୍ଷୀର, ଦହି, ଘିଅ, ପନିର। କେତେକ ଦୋକାନରେ ବି ଦେଶୀ ନଁାରେ ବେଧଡକ ବେପାର ଚାଲିଛି। ଏସବୁ ଅସଲି କି ନକଲି ଜାଣିବା ସାଧାରଣଲୋକଙ୍କ ପାଇଁ ସହଜ ନୁହେଁ। ତେଣୁ ଲୋକେ ଦେଶୀ ନଁାରେ ବିଷ ହିଁ ଖାଉଛନ୍ତି। ଅସ୍ତରଙ୍ଗ ବଜାରରେ ଅସାଧୁ ଉପାୟରେ କେମିକାଲ ଓ ପାଉଡର ବ୍ୟବହାର କରି ମାଳ ମାଳ ବେପାରୀ ଲୋକଙ୍କ ଜୀବନ ସହ ଖେଳ ଖେଳୁଛନ୍ତି। ବଡ଼ କଥା ହେଲା ଏହି ନକଲି ବେପାରରେ ସ୍ଥାନୀୟ ଲୋକଙ୍କ ଦବଦବା ବେଶି। ସେମାନେ ଏହାର କାଇଦା-କୌଶଳ ବ୍ୟବହାର କରି ବିନା ଗାଈରେ ଦୁଗ୍ଧଜାତ ଦ୍ରବ୍ୟ ପ୍ରସ୍ତୁତ କରି ବେପାରରେ ସକ୍ରିୟ ରହିଛନ୍ତି। ପ୍ରକୃତ ଦାମଠାରୁ ଏହି ନକଲି ସାମ୍ରଗୀର ଦାମ କମ୍‌ ରହିଥିବାବେଳେ ଲୋକଙ୍କ ପାଖରେ ଏସବୁ ସହଜରେ ଉପଲବ୍ଧ ହେଉଛି।
ମିଳିଥିବା ସୂଚନା ଅନୁସାରେ, ଅସ୍ତରଙ୍ଗ ବଜାରରେ ଏକାଧିକ ଅଞ୍ଚଳରେ ଏହି ଅସାଧୁ ବେପାରୀମାନେ ସକ୍ରିୟ ରହିଛନ୍ତି। କେବଳ ଖୋଲାରେ ନୁହେଁ, ପ୍ୟାକେଟ କରି ମଧ୍ୟ ଏହାକୁ ବିକ୍ରି କରୁଛନ୍ତି। ବିଶେଷକରି ଏହା ଅସ୍ତରଙ୍ଗ ବ୍ଲକର ବିଭିନ୍ନ ଗ୍ରାମ ପୋଟଳ ଛକ, ବନ୍ତିଲୋ ଛକ, ସରିପୁର ଛକ, କଣମଣ ଛକ, ନଗର, ଭିମା ଛକ, ଆଳ ସାହି, ଖଣ୍ଡାସାହି ଛକ, କେନ୍ଦ୍ରାପଟି, ଅସ୍ତରଙ୍ଗ ବଜାର ସମେତ ଅନେକ ଅଞ୍ଚଳରେ ସକ୍ରିୟ ବେପାରୀମାନେ କେମିକାଲ, ପାଉଡର ବ୍ୟବହାର କରି ନକଲି କ୍ଷୀର, ଦହି, ଘିଅ, ପନିର, ଛେନା ପ୍ରସ୍ତୁତ କରୁଛନ୍ତି। ଏପରିକି କେତେକ ନିର୍ଦ୍ଦିଷ୍ଟ ଦୋକାନକୁ ଦୁଗ୍ଧଜାତୀୟ ସାମଗ୍ରୀ ଯୋଗାଇ ଦେଉଛନ୍ତି। ବସାଦହି କେଜି ୫୦ ଟଙ୍କାରେ ମିଳୁଥିବାବେଳେ ଗୁଆ ଘିଅ ୨ ଶହରୁ ୩ ଶହ ଟଙ୍କାରେ ମିଳୁଛି, ଯାହାର ପ୍ରକୃତ ବଜାର ଦର ଢେର୍‌ ଅଧିକ ରହିଛି। ଏହାଛଡ଼ା ଭୁବନେଶ୍ୱରରୁ ବସ୍‌ ଯୋଗେ ପ୍ରତିଦିନ କୁଇଣ୍ଟାଲ କୁଇଣ୍ଟାଲ ସିନ୍ଥେଟିକ ପନିର ମଧ୍ୟ ଅସ୍ତରଙ୍ଗ ଆସୁଛି। ଯାହାର ଯଥେଷ୍ଟ ଚାହିଦା ରହୁଛି। ମାତ୍ର ଶହେ ଟଙ୍କା କେଜିରେ ବେପାରୀ ଏହି ପନିର କିଣି ଏହାକୁ ୨ ଶହରୁ ଅଢ଼େଇ ଶହ ଟଙ୍କା କିଲୋରେ ବିକ୍ରି କରୁଛନ୍ତି। ଅସ୍ତରଙ୍ଗରେ ଏଭଳି ନକଲି ଓ ବିଷାକ୍ତ ଖାଦ୍ୟ ସାମଗ୍ରୀ ଯୋଗାଇ ଏହି ବେପାରୀମାନେ ଲୋକଙ୍କ ଜୀବନ ସହ ଖେଳୁଥିବାବେଳେ ପୋଲିସ ଓ ସ୍ବାସ୍ଥ୍ୟ ବିଭାଗ ଏବଂ ଯୋଗାଣ ବିଭାଗ ନିଘୋଡ଼ ନିଦରେ ଶୋଇଛି। ନକଲି ସାମଗ୍ରୀ ଧରପଗଡ଼ କଥା ସତେ ଯେମିତି ଭୁଲିଯାଇଛନ୍ତି କର୍ତ୍ତୃପକ୍ଷ। ଚଢ଼ାଉ ନ ହେବାରୁ ଦିନକୁ ଦିନ ଅସ୍ତରଙ୍ଗରେ ଏଭଳି ନକଲି କାରବାର କାୟା ମେଲାଇବାରେ ଲାଗିଛି। ଖୁବ୍‌ଶୀଘ୍ର ଏହାର ଉଚ୍ଚସ୍ତରୀୟ ଚଢ଼ାଉ ସହ ଯାଞ୍ଚ ହେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ

ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?