ଗଞ୍ଜାମ,୨୧।୧୧(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀଙ୍କ ନେତୃତ୍ୱରେ ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ପୁରୁଣା ପୋଡ଼ମ ପେଟା କଣ୍ଟିଆଗଡ଼ ନିକଟସ୍ଥ ମତ୍ସ୍ୟଜୀବୀ ପରିବାରକୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି। ବାତ୍ୟା, ବନ୍ୟାରେ କୌଣସି ପ୍ରଶାସନ ଅଧିକାରୀ କିମ୍ବା ଜନପ୍ରତିନିଧି ସମ୍ପୃକ୍ତ ମତ୍ସ୍ୟଜୀବୀଙ୍କ ପାଖରେ ପହଞ୍ଚି ପାରି ନ ଥିବା ବେଳେ ଶୁଖିଲା ଖାଦ୍ୟ ମିଳିବା ପରେ ଖୁସି ବ୍ୟକ୍ତ କରିଛନ୍ତି ମତ୍ସ୍ୟଜୀବୀ।
ସମୁଦ୍ରଠାରୁ ମାତ୍ର ପାଞ୍ଚ ଶହ ମିଟର ରହୁଥିବା ଏହି ମତ୍ସ୍ୟଜୀବୀଙ୍କୁ ପ୍ରଶାସନ କିଭଳି ମନେ ପକାଇଲେ ନାହିଁ ତାହା ଏବେ ବଡ଼ ପ୍ରଶ୍ନ। ସମୁଦ୍ରରେ ମାଛ ମାରି ଜୀବିକା ନିର୍ବାହ କରୁଥିବା ବେଳେ ବାତ୍ୟା ପାଇଁ ସମୁଦ୍ରକୁ ମାଛ ମାରିବାକୁ ପ୍ରଶାସନ ବାରଣ କରିଛି l ଅନ୍ୟ କୌଣସି ରୋଜଗାର ବିକଳ୍ପ ନାହିଁ l ଶୁଖିଲା ଖାଦ୍ୟ ବଣ୍ଟନ ବେଳେ ଉମା ଶଙ୍କର ମହାନ୍ତି, ଅପୂର୍ବା ଫାଉଣ୍ଡେସନ ମୁଖ୍ୟ ପ୍ରଭାତ ସାହୁ, ବିଭୁ ପଲାଇ, ମନୋଜ ପ୍ରଧାନ, ପପୁ ପଣ୍ଡା, ବିଭୁତି ଚରଣ ପଲାଇ ପ୍ରମୁଖ ଉପସ୍ଥିତ ଥିଲେ l