ଆକାଶରୁ ନୋଟ ବର୍ଷା କଲା ହେଲିକପ୍ଟର, ଲୋକ ହେଲେ ଦଳଚକଟା, ଭାଇରାଲ ଭିଡିଓ ଦେଖନ୍ତୁ…

ପ୍ରାଗ,୨୬।୧୦ : ଚେକ ରିପବ୍ଲିକର ଜଣାଶୁଣା ବ୍ୟକ୍ତିତ୍ୱ ତଥା ଟେଲିଭିଜନ ହୋଷ୍ଟ କାମିଲ ବାର୍ଟୋଶେକ ହେଲିକପ୍ଟରରୁ କୋଟି ନୋଟ ବର୍ଷା କରିଛନ୍ତି। କାମିଲ ଲିସା ନାଡ ଲାବେମ ଅଞ୍ଚଳ ନିକଟରେ ସେ ଏହା କରିଥିଲେ। ବାର୍ଟୋଶେକ, କାଜମା ନାମରେ ଜଣାଶୁଣା, ଏକ ପ୍ରତିଯୋଗିତା ମାଧ୍ୟମରେ ଜଣେ ଭାଗ୍ୟଶାଳୀ ବିଜେତାଙ୍କୁ ଏତେ ପରିମାଣର ଅର୍ଥ ଦେବାକୁ ଯୋଜନା କରିଥିଲେ। ଅଂଶଗ୍ରହଣକାରୀଙ୍କ ପାଇଁ ଆହ୍ବାନ ଥିଲା ଟଙ୍କା ପାଇବା ପାଇଁ କାଜମାଙ୍କ ଫିଲ୍ମ ’ଓନେମାନଶୋ: ଚଳଚ୍ଚିତ୍ର’ରେ ଲୁଚି ରହିଥିବା ଏକ କୋଡକୁ ଡିକୋଡ କରିବା। ତଥାପି, ପଜଲ ସମାଧାନ କରିବା ବହୁତ କଷ୍ଟସାଧ୍ୟ ପ୍ରମାଣିତ ହୋଇଥିଲା।

କାଜମା ଏକ ବିକଳ୍ପ ରଣନୀତି ପ୍ରସ୍ତୁତ କରିଥିଲେ। ଏହି ପ୍ରତିଯୋଗିତା ପାଇଁ ପଞ୍ଜୀକୃତ ହୋଇଥିବା ସମସ୍ତ ପ୍ରତିଯୋଗୀଙ୍କ ମଧ୍ୟରେ ଟଙ୍କା ବାଣ୍ଟିବାକୁ ନିଷ୍ପତ୍ତି ନେଇଥିଲେ। ରବିବାର ସକାଳେ, ସେ କେଉଁଠି ଟଙ୍କା ମିଳିବ ସେ ସମ୍ବନ୍ଧରେ ଏନକ୍ରିପ୍ଟ ହୋଇଥିବା ବିବରଣୀ ଧାରଣ କରିଥିବା ଏକ ଇମେଲ ପଠାଇଥିଲେ। କାଜମା ଏହି ଭିଡିଓକୁ ଏହାର ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରି ଏହାକୁ ବିଶ୍ୱର ପ୍ରଥମ ପ୍ରକୃତ ନୋଟର ବର୍ଷା ବୋଲି କହିଛନ୍ତି। ସେ ଗର୍ବର ସହିତ ଘୋଷଣା କରିଥିଲେ ଚେକ ରିପବ୍ଲିକର ହେଲିକପ୍ଟରରୁ ଏକ ମିଲିୟନ ଡଲାର (୮କୋଟି, ୩୨ ଲକ୍ଷ ଟଙ୍କା) ବର୍ଷା କରାଯାଇଛି।

https://www.instagram.com/reel/Cy09tWktXe7/?utm_source=ig_embed&ig_rid=0f225a89-9576-49a5-92fe-ef36c4782a15

 

ଆକାଶରୁ ଟଙ୍କା ବର୍ଷା ହେଉଥିବାରୁ ହଜାର ହଜାର ଲୋକ ଏକ ଘଣ୍ଟାରୁ କମ ସମୟ ମଧ୍ୟରେ ପ୍ଲାଷ୍ଟିକ ବ୍ୟାଗ ବ୍ୟବହାର କରି ସମସ୍ତ ନୋଟ ସଂଗ୍ରହ କରିଥିଲେ। ଲୋକଙ୍କ ମଧ୍ୟରେ ଦଳାଚକଟା ଆରମ୍ଭ ହୋଇଥିଲା। ଅନଲାଇନ ଭିଡିଓ ଦେଖାଯାଇଥିଲା ଲୋକମାନେ ବ୍ୟାଗ ଧରି ପଡ଼ିଆରେ ଦୌଡୁଛନ୍ତି, ଯଥାସମ୍ଭବ ନୋଟ ସଂଗ୍ରହ କରିବାକୁ ଚେଷ୍ଟା କରୁଛନ୍ତି। କେତେକ ଲୋକ ସହଜ ଉପାୟରେ ଯଥାସମ୍ଭବ ନୋଟ ସଂଗ୍ରହ କରିବା ପାଇଁ ଛତା ବ୍ୟବହାର କରୁଥିବାର ଦେଖାଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

ପୁରୀ ବେଳାଭୂମି ହେବ ଆଧ୍ୟାତ୍ମିକ ବେଳାଭୂମି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୨ା୮: ପୁରୀ ଗୋବର୍ଦ୍ଧନ ପୀଠର ସର୍ବାଙ୍ଗୀନ ବିକାଶ, ସୁରକ୍ଷା ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଲୋକ ସେବା…

ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ଘର ଜଳିଗଲା, ଅଳ୍ପକେ ବର୍ତ୍ତିଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ନୂଆଗୁଡା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ହୀରା ବିଶି ନାମକ ଜଣେ ବିଧବା ମହିଳା…

ରାହୁଲ ଗାନ୍ଧୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ କଙ୍ଗନା, ଇଟାଲୀୟ ମା’ ହିଁ…..

ନୂଆଦିଲ୍ଲୀ,୧୨ା୮: ଛାତ୍ରମାନଙ୍କୁ ଲାଠିଚାର୍ଜ ଏବଂ କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ବିବୃତ୍ତି ଦାବି ପ୍ରସଙ୍ଗରେ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କ୍ରମାଗତ ଭାବରେ ସରକାରଙ୍କୁ…

୧୦ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର, ପେପରଲେସ୍‌ ହେବ ଅଫିସ କାର୍ଯ୍ୟ

ଭୁବନେଶ୍ବର,୧୨ା୮: ରାଜ୍ୟ କ୍ୟାବିନେଟ୍‌ରେ ବୁଧବାର ୬ ବିଭାଗର ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ବୈଠକ ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁ…

ଟେବୁଲ୍‌ ଟେନିସ୍‌ ଫେଡେରେଶନ ସ୍ବୀକୃତି ରଦ୍ଦ, କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୮: ବୁଧବାର ଦିନ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘ (TTFI) ର ସ୍ୱୀକୃତି ରଦ୍ଦ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ସଂଘକୁ…

ଉଦଘାଟନର ବର୍ଷେ ପରେବି ଅଚଳ ନୂଆ ମେଡିକାଲ, ଅବ୍ୟବସ୍ଥା ନେଇ ବର୍ଷିଲେ ବିଧାୟକ

କୋରାପୁଟ,୧୨ା୮(ଅମିତାଭ ବେହେରା ): କୋରାପୁଟ ମେଡିକାଲ ଉଦ୍‌ଘାଟନକୁ ବର୍ଷେ ପୂରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନି ନୂଆ ମେଡିକାଲ କୋଠା। ଫଳରେ ପୁରୁଣା ମେଡିକାଲ କଲେଜ ଓ ହସ୍ପିଟାଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri