ସୁସ୍ଥ ରହିବେ ବୟସ୍କ ବ୍ୟକ୍ତି

ଦଶ ବର୍ଷ ପୂର୍ବେ ମନୁଷ୍ୟର ହାରାହାରି ଜୀବନକାଳ ପ୍ରାୟ ୬୩ ବର୍ଷ ଥିଲା। ଡାକ୍ତରୀ ବ୍ୟବସ୍ଥାର ସୁବ୍ୟବସ୍ଥା ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗୁଁ ଆମର ହାରାହାରି ବୟସ ବଢ଼ି ୭୦ ବର୍ଷରେ ପହଞ୍ଚତ୍ଲାଣି। ଏହି ବୟସରେ କ’ଣ ସବୁ ଘଟିବ, କେହି କିଛି କହିପାରିବେ ନାହିଁ। ତେଣୁ ବାର୍ଦ୍ଧକ୍ୟ ବୟସରେ ନିମ୍ନଲିଖିତ ୧୦ ଗୋଟି ସୂତ୍ର ପ୍ରତି ଧ୍ୟାନ ଦେଲେ ଆମେ ସୁସ୍ଥ ରହିବା ସହ ଖୁସିରେ ଜୀବନଯାପନ କରିପାରିବା।
ପୁଷ୍ଟିକର ଖାଦ୍ୟ : ଆମେ ବଞ୍ଚତ୍ବା ପାଇଁ ଖାଦ୍ୟ ଖାଉ, ସ୍ବାଦ ପାଇଁ ନୁହେଁ। ଖାଦ୍ୟ ଆମକ ଶକ୍ତି ଯୋଗାଏ। ସ୍ବାସ୍ଥ୍ୟ ପାଇଁ ଭିଟାମିନ୍‌ଯୁକ୍ତ ଖାଦ୍ୟ ଖାଇବାର ଅଛି। ଆମର ଦୈନନ୍ଦିନ ଖାଦ୍ୟରେ ପୁଷ୍ଟିସାର, ଶ୍ୱେତସାର, ଜୀବସାର ଏବଂ ସ୍ନେହସାର ରହିବା ଉଚିତ। ଉକ୍ତ ଚାରିଗୋଟି ଉପାଦାନ ମୁଖ୍ୟତଃ ସବୁଜ ପନିପରିବା, ବିଭିନ୍ନ ଶସ୍ୟ, ମାଛ, ମାଂସ ଏବଂ ଅଣ୍ଡା ଆଦିରେ ଭରପୂର ଥାଏ। ନିରାମିଷ ଖାଦ୍ୟକୁ ଅଧିକ ବ୍ୟବହାର କରି ଆମିଷ ଖାଦ୍ୟକୁ ସୀମିତ ରଖିଲେ ସ୍ବାସ୍ଥ୍ୟ ଖୁବ୍‌ ଭଲ ରହିବ। ଖାଦ୍ୟ ଖାଇବା ସମୟରେ ପେଟପୂରା ନ ଖାଇ କିଛି ଅଂଶ ଖାଲି ରଖିଲେ ସ୍ବାସ୍ଥ୍ୟ ଭଲ ରହେ।
ବିଶୁଦ୍ଧ ପାନୀୟ : ସୁଷମ ଖାଦ୍ୟ ସହିତ ନିର୍ମଳ ପାନୀୟର ଆବଶ୍ୟକତା ରହିଛି। ଦୂଷିତ ଜଳ ବହୁ ସଂକ୍ରାମକ ରୋଗର କାରଣ। ତେଣୁ ଫୁଟା ଏବଂ ଉଷୁମ ପାଣି ପିଇବା ଉଚିତ। ଖାଦ୍ୟ ଖାଇବା ସମୟରେ ପାଣି ପିଇବା ଅନୁଚିତ। କାରଣ ପାକସ୍ଥଳୀରୁ ନିର୍ଗତ ହାଇଡ୍ରୋକ୍ଲୋରିକ ଅମ୍ଳ ଲଘୁ ହୋଇ ଖାଦ୍ୟକୁ ହଜମ କରିପାରେ ନାହିଁ। ତେଣୁ ଖାଦ୍ୟ ଖାଇବାର ୩୦ରୁ ୩୫ ମିନିଟ୍‌ ପରେ ପାଣି ପିଇବା ଉଚିତ। ଦିନକୁ ଅତିକମ୍‌ରେ ଅଢ଼େଇ ଲିଟରରୁ ତିନି ଲିଟର ପାଣି ପିଇଲେ ଖାଦ୍ୟ ଭଲ ହଜମ ହୁଏ ଏବଂ ଆମର ବୃକ୍‌କ ବା କିଡ୍‌ନୀ ଠିକ୍‌ ଭାବରେ କାମ କରିଥାଏ। ବଜାରରେ ବିକ୍ରି ହେଉଥିବା ଥଣ୍ଡା ପାନୀୟଠାରୁ ଯେତେ ଦୂରରେ ରହିବେ, ତାହା ସ୍ବାସ୍ଥ୍ୟ ପ୍ରତି ସେତେ ଭଲ।
ଶାରୀରିକ ଶ୍ରମ: ସୁସ୍ଥ ରହିବାକୁ ହେଲେ ଶାରୀରିକ ପରିଶ୍ରମ ଜରୁରୀ। ଶ୍ରମ ବିମୁଖ ହେବା ବହୁ ରୋଗର କାରଣ। ବୟୋଜ୍ୟେଷ୍ଠ ବ୍ୟକ୍ତି କଠିନ ପରିଶ୍ରମ ନ କରି ଅଙ୍ଗପ୍ରତ୍ୟଙ୍ଗ ଚଳନ ପାଇଁ ହାଲୁକା ବ୍ୟାୟାମ କରିବା ଉଚିତ। ସେଥିମଧ୍ୟରୁ ଦିନକୁ ସକାଳୁ ୩୦ରୁ ୩୫ ମିନିଟ୍‌ ଚାଲିବା ଉଚିତ। ଚାଲିବା ସହ ଏକ ଘଣ୍ଟା ପର୍ଯ୍ୟନ୍ତ ଖାଲିପେଟରେ ଯୋଗ କରାଯାଇପାରେ। ଯୋଗ ଦୁଇ ପ୍ରକାର; ଯଥା ପ୍ରାଣାୟମ ଏବଂ ଆସନ। ପ୍ରାଣାୟମ ହେଉଛି ଶ୍ୱାସପ୍ରଶ୍ୱାସ ପ୍ରକ୍ରିୟା ବ୍ୟାୟାମ। ଏହା ଦ୍ୱାରା ଯଥେଷ୍ଟ ଅମ୍ଳଜାନ ଶରୀରରେ ପ୍ରବେଶ କରେ। ଆସନ ହେଉଛି ଅଙ୍ଗପ୍ରତ୍ୟଙ୍ଗ ଚଳନ। ପ୍ରାଣାୟମ ୩୦ରୁ ୪୦ ମିନିଟ୍‌ ଏବଂ ଆସନ ୨୫ରୁ ୩୦ ମିନିଟ୍‌ ମଧ୍ୟରେ ସୀମିତ ରଖିଲେ ଶରୀର ନୀରୋଗ ରହିଥାଏ। ତା’ସହ ମଧୁମେହ ଏବଂ ଉଚ୍ଚ ରକ୍ତଚାପ ମଧ୍ୟ ନିୟନ୍ତ୍ରଣରେ ରହେ।
କ୍ରୋଧ ନିୟନ୍ତ୍ରଣ: କ୍ରୋଧ ମନକୁ ଅସ୍ଥିର କରେ ଏବଂ ରକ୍ତଚାପ ବଢ଼ାଏ। କ୍ରୋଧ ମନରେ ଅଶାନ୍ତି ସୃଷ୍ଟି କରି ଜୀବନକୁ ଧ୍ୱଂସମୁଖକୁ ଟାଣିନିଏ। ଛୋଟଛୋଟ କଥାରେ ନ ରାଗି ଶାନ୍ତ ରହିବା ଉଚିତ। କ୍ରୋଧଠାରୁ ସର୍ବଦା ଦୂରେଇ ରହିଲେ ଶରୀର ଅନେକାଂଶରେ ସୁସ୍ଥ ରହେ।
ମନ ଖୋଲି ହସିବା: ହସିବାକୁ ଏକ ବ୍ୟାୟାମ ସହ ତୁଳନା କରାଯାଇପାରେ। ମନଖୋଲା ହସ ମନରୁ ଦୁଃଖ ଦୂର କରେ। ହସ ଦ୍ୱାରା ଶରୀରର ଅଙ୍ଗପ୍ରତ୍ୟଙ୍ଗ ସୁଚାରୁ ରୂପେ ଚଳନ ହୁଏ। ହୃତ୍‌ପିଣ୍ଡକୁ ରକ୍ତ ସଞ୍ଚାଳନ ଠିକ୍‌ ରହେ ଏବଂ ରକ୍ତଚାପ ସ୍ଥିର ରହେ। ହସ ଦ୍ୱାରା ଶରୀରର ସ୍ନାୟୁ ଚଳଚଞ୍ଚଳ ରହିବା ସହ ମନ ଉତ୍‌ଫୁଲିତ ରହିଥାଏ। କାମ କରିବା ପାଇଁ ଆଗ୍ରହ ସୃଷ୍ଟି ହୁଏ। ହସ ଦ୍ୱାରା ମସ୍ତିଷ୍କ ସୁସ୍ଥ ରହେ ଏବଂ ବୁଦ୍ଧି ପ୍ରଖର ହୁଏ।
ସୁନିଦ୍ରା: ନିଦ୍ରା ଶରୀରରୁ ଅବଶ ଦୂର କରେ। ଶୋଇଲେ ମନରୁ ସବୁ ଦୁଶ୍ଚିନ୍ତା ଦୂର ହୁଏ। ନିଦ ଶରୀରକୁ ସତେଜ ରଖେ। କୌଣସି କାର୍ଯ୍ୟ କରିବାକୁ ଆଗ୍ରହ ସୃଷ୍ଟି ହୁଏ। ରକ୍ତଚାପ ସ୍ଥିର ରହେ। ତେଣୁ ପ୍ରତ୍ୟେକ ବୟୋଜ୍ୟେଷ୍ଠ ବ୍ୟକ୍ତି ଦିନକୁ ଅତିକମ୍‌ରେ ୭-୮ ଘଣ୍ଟା ଶୋଇବା ଉଚିତ। ଶୟନକକ୍ଷର ବାତାବରଣ ଶାନ୍ତ ରହିଲେ ଭଲ ନିଦ ହୁଏ।
ନୀରୋଗ ଜୀବନଯାପନ : ରୋଗ ମଣିଷର ବଡ଼ ଶତ୍ରୁ। ରୋଗ ହେଲେ ମଣିଷ ମନରୁ ସବୁ ସୁଖ ଦୂରେଇଯାଏ। କୌଣସି କାର୍ଯ୍ୟ କରିବାରେ ସ୍ପୃହା କମିଯାଏ। ଶୋଇ ରହିବାକୁ ଇଚ୍ଛା ହୁଏ, କିନ୍ତୁ ନିଦ ହୁଏ ନାହିଁ। ଶୋଇ ନ ପାରିଲେ ଶରୀର ପୀଡ଼ା ହୁଏ, ଶରୀର ଦୁର୍ବଳ ହୁଏ। ଏଥିପାଇଁ ଅଭିଜ୍ଞ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଠିକ୍‌ ଔଷଧ, ଠିକ୍‌ ଅନୁପାତରେ ଏବଂ ସଠିକ୍‌ ସମୟରେ ନେବା ଉଚିତ। ରୋଗଠାରୁ ଦୂରେଇ ରହିବା ପାଇଁ ସର୍ବଦା ସ୍ବାସ୍ଥ୍ୟକର ପରିବେଶକୁ ଆପଣେଇବା ଭଲ।
ଧନ ଲୋଭ ତ୍ୟାଗ : ଦୈନନ୍ଦିନ ଜୀବନରେ ଧନର ଆବଶ୍ୟକତା ଯଥେଷ୍ଟ ଅଛି। ପାଖରେ ଧନ ଥିଲେ ସମସ୍ତ ଅଭାବ ଦୂର ହୁଏ ଏବଂ ମନ ପ୍ରଫୁଲ୍ଲ ରହେ। କିନ୍ତୁ ଆବଶ୍ୟକତାଠାରୁ ଅଧିକ ଧନ ମନରେ ଭୟ ସୃଷ୍ଟି କରେ। ଧନ ରୋଜଗାର ପାଇଁ ଅସତ୍‌ ପଥ ଅବଲମ୍ବନ ନ କରି ସାଧୁତା ରକ୍ଷା କରିବା ଉଚିତ୍‌। ମାତ୍ରାଧିକ ଧନଲୋଭ ବିଭିନ୍ନ ରୋଗର କାରଣ। ଅଧିକ ଧନ ରୋଜଗାର ପାଇଁ ବ୍ୟସ୍ତ ରହିଲେ ଶରୀର କ୍ଷୀଣ ଏବଂ ଦୁର୍ବଳ ହୁଏ। ଆବଶ୍ୟକତାଠାରୁ ଅଧିକ ଧନ ଥିଲେ ଏହାକୁ ଦୁଃଖୀ ଦରିଦ୍ରଙ୍କୁ ଦାନ ଏବଂ ବିଭିନ୍ନ ଜନମଙ୍ଗଳ କାର୍ଯ୍ୟରେ ଲଗାଇଲେ ଈଶ୍ୱର ଆଶୀର୍ବାଦ କରିବେ ବୋଲି ଭାବିବା ଉଚିତ।
ପ୍ରକୃତି ସହ ରହିବା : ପ୍ରକୃତିକୁ ଭରପୂର ଉପଭୋଗ କରିବା ପାଇଁ ଭଗବାନ ସୃଷ୍ଟି କରିଛନ୍ତି। ପାହାଡ଼ ପର୍ବତଘେରା ସବୁଜିମା ସ୍ଥାନ ପରିଭ୍ରମଣରେ ଗଲେ ମନରୁ ସବୁ ପ୍ରକାର ଦୁଃଖ କ୍ଷଣିକ ପାଇଁ ଦୂର ହୋଇଯାଏ। ତେଣୁ ନିଜ ପରିବାର କିମ୍ବା ସମବୟସ୍କ ବନ୍ଧୁଙ୍କ ସହ ବିଭିନ୍ନ ଦର୍ଶନୀୟ ସ୍ଥାନ ପରିଭ୍ରମଣରେ ଯାଇ ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ଉଚିତ। ପ୍ରାକୃତିକ ସୌନ୍ଦର୍ଯ୍ୟ ବ୍ୟତୀତ ନିଜ ରାଜ୍ୟ ତଥା ଦେଶର ଧର୍ମସ୍ଥଳୀଗୁଡ଼ିକ ଭ୍ରମଣରେ ଗଲେ ମନରେ ଧାର୍ମିକ ଭାବନା ସୃଷ୍ଟି ହେବା ସହ ସ୍ବାସ୍ଥ୍ୟ ଭଲ ରହେ।
ବର୍ତ୍ତମାନ ସହ ରହିବା : ମଣିଷ ତା’ର ଜୀବନକାଳରେ ବାଲ୍ୟ ଅବସ୍ଥାଠାରୁ ପ୍ରୌଢ଼ ପର୍ଯ୍ୟନ୍ତ ଅନେକ କିଛି ସୁକର୍ମ ଏବଂ କୁକର୍ମ କରିଥାଏ। ବାର୍ଦ୍ଧକ୍ୟ ସମୟରେ ସେହି ସମସ୍ତ ଘଟଣାବଳୀ ମନେପଡ଼େ। ଏହିସବୁ ଘଟଣା ମନକୁ ବ୍ୟସ୍ତ ଏବଂ ଆନ୍ଦୋଳିତ କରିଥାଏ। ବିଶେଷକରି କୁକର୍ମ ମନରେ ଦୁଃଖ ଦିଏ। ଏହିସବୁ ଘଟଣା ଭାବି ଶରୀର ରୋଗଗ୍ରସ୍ତ ହୁଏ। ଏହାଛଡ଼ା ଅଧିକ ବାର୍ଦ୍ଧକ୍ୟ ବୟସରେ ଭବିଷ୍ୟତରେ କ’ଣ ଘଟିବ କହିହେବ ନାହିଁ। ହୁଏତ ପୁଅ ଝିଅ ଆମ କଥା ବୁଝିବେ କି ନାହିଁ ଭାବନା ଆସେ। ଏହା ଦ୍ୱାରା ଆମେ ରୋଗଗ୍ରସ୍ତ ହେଉ। ତେଣୁ ବୟୋଜ୍ୟେଷ୍ଠ ବ୍ୟକ୍ତି ଅତୀତ ଏବଂ ଭବିଷ୍ୟତକୁ ସମ୍ପୂର୍ଣ୍ଣ ଭୁଲି ସର୍ବଦା ବର୍ତ୍ତମାନ ସହ ରହିବା ଉଚିତ। ଏହା ଦ୍ୱାରା ସ୍ବାସ୍ଥ୍ୟ ଭଲ ରହିବ ଏବଂ ଆମେ ନୀରୋଗ ହୋଇ ଦୀର୍ଘଜୀବୀ ହେବା।

ପ୍ର. ସୁବୋଧ କୁମାର ସାହୁ
– ଶୈଳଶ୍ରୀ ବିହାର, ଭୁବନେଶ୍ୱର
ମୋ : ୯୫୫୬୨୬୬୦୮୫


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରେ ଖାଇବା ପରେ ବିଗିଡ଼ିଲା ଛାତ୍ରୀଙ୍କ ସ୍ବାସ୍ଥ୍ୟ, ହସ୍ପିଟାଲରେ ଭର୍ତ୍ତି ହେଲେ ୧୫

ମୋରଡ଼ା,୩୦।୩(ସ୍ମାରକ ମାଜୀ): କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ୧୫ ଜଣ ଛାତ୍ରୀ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା…

ଫଳପ୍ରଦ ଆଣ୍ଟିବାୟୋଟିକ୍‌ ପଦାର୍ଥର ବିକାଶ

ବ୍ୟାକ୍ଟେରିଓଫେଜ୍‌ ଭାଇରସ୍‌ ବ୍ୟାକ୍ଟେରିଆର ପ୍ରତିରକ୍ଷା ବ୍ୟବସ୍ଥା ଭେଦ କରେ କିପରି। ବ୍ୟାକ୍ଟେରିଓଫେଜ୍‌ ହେଉଛି ବ୍ୟାକ୍ଟେରିଆକୁ ସଂକ୍ରମିତ କରୁଥିବା ଏକ ଭାଇରସ୍‌। ବଞ୍ଚତ୍ବା ପାଇଁ ସେମାନଙ୍କୁ ଏକ ବ୍ୟାକ୍ଟେରିଆ…

ଲହଡ଼ିରେ ଭାସି ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ

ପୁରୀ,୩୦।୩(ଅଜିତ୍‌ କୁମାର ମହାନ୍ତି): ପୁରୀ ସମୁଦ୍ରରେ ସୋମବାର ପୁଣି ଏକ ଅଘଟଣ ଘଟିଛି। ଡିପ୍‌ କରେଣ୍ଟ ଯୋଗୁ ସମୁଦ୍ରରେ ଗାଧୋଇବା ବେଳେ ୨ଜଣ ପର୍ଯ୍ୟଟକ ଭାସିଯାଇ ମୃତ୍ୟୁବରଣ…

ଆସ ଷ୍ଟେଶନରେ ଛାଡିଦେବୁ କହି ମହିଳାଙ୍କୁ ଗଣବଳାତ୍କାର

ଭୁବନେଶ୍ୱର,୩୦।୩: ରାଜଧାନୀରେ ଚାଞ୍ଚଲ୍ୟ। ମହିଳାଙ୍କୁ ଷ୍ଟେଶନରେ ଛାଡିଦେବାକୁ କହି ଗଣବଳାତ୍କାର କଲେ ୨ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ତମାଣ୍ଡୋ ଥାନା ଅଞ୍ଚଳରେ। ପୀଡ଼ିତା ଜଣଙ୍କ ପଶ୍ଚିମବଙ୍ଗର…

ରୋହିତ ଶର୍ମାଙ୍କ ବିସ୍ଫୋରକ ଇନିଂସ ଦେଖି ଏମିତି ବୟାନ ଦେଲେ ଯୁବରାଜ ସିଂହ, ହେଉଛି ଖୁବ ଭାଇରାଲ

ନୂଆଦିଲ୍ଲୀ,୩୦।୩: IPL 2026 ର ଦ୍ୱିତୀୟ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏକ ଧମାକାଦାର ଇନିଂସ ଖେଳି ରୋହିତ ଶର୍ମା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ରୋହିତଙ୍କ…

ଯୁଦ୍ଧ ନୁହେଁ ମହାଯୁଦ୍ଧର ପ୍ରସ୍ତୁତି, ଆମେରିକା କରୁଛି ଏହି ବଡ଼ ଯୋଜନା

ଓ୍ବାଶିଂଟନ,୩୦।୩:ପଶ୍ଚିମ ଏସିଆରେ ସଂଘର୍ଷ ଆରମ୍ଭ ହେବାର ୩୧ଦିନ ବିତିଗଲାଣି, ତଥାପି ଏହାର ଗତିପଥ ଅନିର୍ଦ୍ଦିଷ୍ଟ ରହିଛି । ଏହି ସମୟରେ, ଇରାନ ଉପରେ ଆମେରିକାର ସମ୍ଭାବ୍ୟ ସ୍ଥଳ…

ଏ କେଉଁ ପ୍ରକାର ସଙ୍କେତ? ଶ୍ରୀମନ୍ଦିର ନୀଳଚକ୍ର ଉପରେ ପୁଣି ବସିଲା ଚିଲ

ପୁରୀ,୩୦।୩( ଅଜିତ୍ କୁମାର ମହାନ୍ତି)ଶ୍ରୀମନ୍ଦିର ନୀଳଚକ୍ର ଉପରେ ଲଗାତାର ଚିଲ ବସୁଥିବା ଦେଖିବାକୁ ମିଳୁଛି ।  ସୋମବାର ସକାଳୁ ଚିଲ ବସିଥିବା ଦେଖିବାକୁ ମିଳିଛି । ଏକ…

ଶୁଣୁନି ପ୍ରଶାସନ: ରାଶନ କାର୍ଡ, ଭତ୍ତାରୁ ବଞ୍ଚିତ ମହିଳା

ନନ୍ଦପୁର/ପାଡୁଆ, ୩୦।୩(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ)-କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ପାଡୁଆ ପଞ୍ଚାୟତ ସଦର ମହକୁମା ଉପରସାହିର ଲକ୍ଷ୍ମୀ ଖରା(୬୬) ସରକାରଙ୍କ ରାଶନ କାର୍ଡ, ଭତ୍ତା ଆଦି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri