କରୋନା ଆକ୍ରାନ୍ତଙ୍କ ସହ ଡାକ୍ତରଖାନାରେ ଶାରୀରିକ ସମ୍ପର୍କ ରଖିଲେ ସ୍ବାସ୍ଥ୍ୟକର୍ମୀ, ଫଟୋ ଭାଇରାଲ ପରେ…

ଜାକର୍ତ୍ତା,୧।୧: ଇଣ୍ଡୋନେସିଆରେ ଜଣେ ସ୍ବାସ୍ଥ୍ୟକର୍ମୀ କରୋନା ଆକ୍ରାନ୍ତଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଘଟଣା ସାମ୍ନାକୁ ଆସିବା ପରେ ଏହି ପୁରୁଷ ସ୍ବାସ୍ଥ୍ୟକର୍ମୀଙ୍କୁ ନିଲମ୍ବନ କରାଯିବା ସହ ଗିରଫ କରାଯାଇଛି।

ଖବର ଅନୁଯାୟୀ, ଡାକ୍ତରଖାନା ଶୌଚାଳୟରେ ଦୁଇଜଣ ସମ୍ପର୍କ ସ୍ଥାପନ କରିଥିଲେ। ଯେତେବେଳେ ଏହି କରୋନା ରୋଗୀ ତାଙ୍କ ଟୁଇଟର ଆକାଉଣ୍ଟରେ କିଛି ସ୍କ୍ରିନଶଟ୍‌ ଶେୟାର କରିଥିଲେ। ସେତେବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା।

ଏହି ରୋଗୀ କିଛି ହ୍ବାଟ୍ସଆପ୍‌ ମେସେଜର ସ୍କ୍ରିନଶଟ୍‌ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଏହି ସ୍ବାସ୍ଥ୍ୟକର୍ମୀଙ୍କ ସହ ଫ୍ଲଟିଂ କରୁଥିବା ଦେଖିବାକୁ ମିଳଥିଲା। ଏହା ବ୍ୟତୀତ, ଏହି ବ୍ୟକ୍ତି ଏକ ପିପିଇ କିଟ ୍‌ର ଫଟୋ ମଧ୍ୟ ପୋଷ୍ଟ କରିଥିଲେ। ସ୍ବାସ୍ଥ୍ୟକର୍ମୀ ସମ୍ପର୍କ ସ୍ଥାପନ କରିବା ପୂର୍ବରୁ ତାଙ୍କ ପିପିଇ କିଟ୍‌ ଫିଙ୍ଗିଥିଲେ। ଇଣ୍ଡୋନେସିଆ ନ୍ୟାଶନାଲ ନର୍ସ ଆସୋସିଏଶନର ମୁଖପାତ୍ର କହିଛନ୍ତି ଯେ, ଏହା ସତ୍ୟ ଯେ ଓ୍ବିସ୍‌ମା ଆଟଲେଟ ଜରୁରୀକାଳିନ ହସ୍ପିଟାଲରେ ଜଣେ ସ୍ବାସ୍ଥ୍ୟକର୍ମୀ ଏବଂ କରୋନା ପିଜିଟିଭ୍‌ଙ୍କ ମଧ୍ୟରେ ସମଲିଙ୍ଗୀ ସମ୍ପର୍କ ପ୍ରକାଶ ପାଇଛି। ଉଭୟ ଏହି କଥାକୁ ସ୍ବୀକାର କରିଛନ୍ତି।

ଏହି ସ୍ବାସ୍ଥ୍ୟକର୍ମୀଙ୍କୁ ପୋଲିସ ଗିରଫ କରିଛି। ନ୍ୟୁୟର୍କ ପୋଷ୍ଟର ରିପୋର୍ଟ ଅନୁଯାୟୀ, ଏହି ମାମଲା କେନ୍ଦ୍ରୀୟ ଜାକର୍ତ୍ତା ପୋଲିସକୁ ହସ୍ତାନ୍ତର କରାଯାଇଛି। କୁହାଯାଉଛି, ଏହି ମାମଲାରେ ଟୁଇଟରରେ ଫଟୋ ଲଗାଇଥିବାରୁ ଉଭୟଙ୍କୁ ଅଶ୍ଳୀଳ ନିୟମ ଅନୁଯାୟୀ ଦଣ୍ଡିତ କରାଯାଇପାରେ।

ଇଣ୍ଡୋନେସିଆର ଅଶ୍ଳୀଳ ନିୟମ ଅନୁଯାୟୀ ଯଦି ଏହି ମାମଲାରେ ଉଭୟ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ସେମାନଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିପାରେ।

Share