Posted inଖେଳ

ଅଷ୍ଟ୍ରେଲିଆର ସଂଘର୍ଷପୂର୍ଣ୍ଣ ବିଜୟ

ଆଡିଲେଡ୍‌,୫ା୧୧(ପି.ଟି): ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି୨୦ ବିଶ୍ୱକପ୍‌ରେ ଘରୋଇ ଦଳ ଆଫଗାନିସ୍ତାନ ବିପକ୍ଷରେ ବିଜୟ ସହିତ ଏହାର ଅଭିଯାନ ଶେଷ କରିଛି। ରଶିଦ୍‌ ଖାନଙ୍କ ବିସ୍ଫୋରକ ବ୍ୟାଟିଂ ଝଡକୁ ସାମ୍ନା କରିଥିବା ଅଷ୍ଟ୍ରେଲିଆ ଶେଷ ଓଭରରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଥିଲେ ହେଁ ସେମିଫାଇନାଲ ପ୍ରବେଶ ପାଇଁ ଏହାକୁ ଇଂଲଣ୍ଡ ଓ ଶ୍ରୀଲଙ୍କା ମ୍ୟାଚର ଫଳାଫଳକୁ ଅପେକ୍ଷା କରିବାକୁ ପଡିବ। ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୨୦ ଓଭରରେ ୬ ଉଇକେଟରେ ୧୬୮ ରନ୍‌ କରିଥିଲା। ଆଫଗାନିସ୍ତାନକୁ ବିଜୟ ପାଇଁ ଶେଷ ୩ ଓଭରରେ ୪୬ ରନ୍‌ ଆବଶ୍ୟକ ଥିଲା। ରଶିଦ୍‌ ଖାନଙ୍କ ୨୩ ବଲ ୪୮ ରନ ସତ୍ତ୍ୱେ ଆଫଗାନିସ୍ତାନ ୪ ରନ୍‌ରେ ପରାସ୍ତ ହୋଇଥିଲା।
ଆଫଗାନିସ୍ତାନ ଟସ୍‌ ଜିତି ପ୍ରଥମେ ବୋଲିଂ କରିଥିଲା। ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ଅପରାଜିତ ୫୪ ରନ୍‌ କରିଥିବା ବେଳେ ମିଚେଲ ମାର୍ଶ ୪୫ ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡେଭିଡ୍‌ ଓ୍ବାର୍ନର ଓ ମାର୍କ୍ସ ଷ୍ଟୋଇନିସ୍‌ ୨୫ ରନ୍‌ ଲେଖାଏ ସଂଗ୍ରହ କରିଥିଲେ। ମ୍ୟାକ୍ସଓ୍ବେଲଙ୍କ ୩୨ ବଲ୍‌ ଇନିଂସରେ ୬ ଚୌକା ଓ ୨ ଛକା ସାମିଲ ଥିଲା। ଆଫଗାନିସ୍ତାନ ପକ୍ଷରୁ ନବୀନ ଉଲ୍‌ ହକ୍‌ ସର୍ବାଧିକ ୩ ଉଇକେଟ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫଜହଲକ୍‌ ଫାରୁକି ୨ ଉଇକେଟ ନେଇଥିଲେ। ଏକାଧିକ କ୍ୟାଚ୍‌ ଓ ରନ ଆଉଟ ସୁଯୋଗ ହାତଛଡା କାରଣରୁ ଆଫଗାନିସ୍ତାନ ଅନୂ୍ୟନ ୧୫-୨୦ ରନ୍‌ ବ୍ୟୟ କରିଥିଲା। ଆଫଗାନିସ୍ତାନ ୧୬୯ ରନ୍‌ ଲକ୍ଷ୍ୟର ପିଛା କରି ୯୯/୨ ରହିଥିଲା। ତେବେ ମାତ୍ର ୪ ରନରେ ୪ ଉଇକେଟ ହରାଇ ଦଳ ସଙ୍କଟରେ ପଡିଥିଲା। ୧୮ ବଲରୁ ୪୮ ରନ୍‌ ଆବଶ୍ୟକ ଥିବା ବେଳେ ଆଡିଲେଡ ଓଭାଲରେ ରଶିଦ୍‌ଙ୍କ କାରନାମା ଦେଖିବାକୁ ମିଳିଥିଲା। ସେ ୨୩ ବଲ୍‌ ଖେଳି ୩ ଚୌକା ଓ ୪ ଛକା ସହିତ କ୍ୟାରିୟର ଶ୍ରେଷ୍ଠ ଅପରାଜିତ ୪୮ ରନ୍‌ କରିଥିଲେ। ଅନ୍ତିମ ଓଭରରେ ୨୨ ରନ୍‌ ଆବଶ୍ୟକ ଥିବା ବେଳେ ଆଫଗାନିସ୍ତାନ ୪ରନ୍‌ ଦୂରରେ ରହି ଯାଇଥିଲା। ଗ୍ଲେନ ମ୍ୟାକ୍ସଓ୍ବେଲଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା।
ସଂକ୍ଷିପ୍ତ ସ୍କୋର
ଅଷ୍ଟ୍ରେଲିଆ ୨୦ ଓଭରରେ ୧୬୮/୬ (ଗ୍ଲେନ୍‌ ମ୍ୟାକ୍ସଓ୍ବେଲ୍‌-୫୪, ମିଚେଲ ମାର୍ଶ-୪୫, ମାର୍କ୍ସ ଷ୍ଟୋଇନିସ-୨୫, ନବୀନ ଉଲ ହକ୍‌-୩/୨୨, ଫଜହଲକ୍‌ ଫାରୁକି-୨/୨୯, ରଶିଦ୍‌ ଖାନ୍‌-୧/୨୯)। ଆଫଗାନିସ୍ତାନ ୨୦ ଓଭରରେ ୧୬୪/୭ (ରଶିଦ୍‌ ଖାନ- ୪୮*, ଗୁଲବାଦିନ ନାଏବ-୩୯, ରହମାନଉଲ୍ଲା ଗୁରବାଜ-୩୦, ଆଡାମ ଜାମ୍ପା-୨/୨୨, ଜୋଶ ହାଜେଲଉଡ୍‌-୨/୩୩, କେନ୍‌ ରିଚାର୍ଡସନ୍‌-୧/୪୮)।


Enter your email to get our daily news in your inbox.

All Right Reserved By Dharitri.Com

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri