Posted inଖେଳ

ଅଷ୍ଟ୍ରେଲିଆର ସଂଘର୍ଷପୂର୍ଣ୍ଣ ବିଜୟ

ଆଡିଲେଡ୍‌,୫ା୧୧(ପି.ଟି): ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି୨୦ ବିଶ୍ୱକପ୍‌ରେ ଘରୋଇ ଦଳ ଆଫଗାନିସ୍ତାନ ବିପକ୍ଷରେ ବିଜୟ ସହିତ ଏହାର ଅଭିଯାନ ଶେଷ କରିଛି। ରଶିଦ୍‌ ଖାନଙ୍କ ବିସ୍ଫୋରକ ବ୍ୟାଟିଂ ଝଡକୁ ସାମ୍ନା କରିଥିବା ଅଷ୍ଟ୍ରେଲିଆ ଶେଷ ଓଭରରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଥିଲେ ହେଁ ସେମିଫାଇନାଲ ପ୍ରବେଶ ପାଇଁ ଏହାକୁ ଇଂଲଣ୍ଡ ଓ ଶ୍ରୀଲଙ୍କା ମ୍ୟାଚର ଫଳାଫଳକୁ ଅପେକ୍ଷା କରିବାକୁ ପଡିବ। ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୨୦ ଓଭରରେ ୬ ଉଇକେଟରେ ୧୬୮ ରନ୍‌ କରିଥିଲା। ଆଫଗାନିସ୍ତାନକୁ ବିଜୟ ପାଇଁ ଶେଷ ୩ ଓଭରରେ ୪୬ ରନ୍‌ ଆବଶ୍ୟକ ଥିଲା। ରଶିଦ୍‌ ଖାନଙ୍କ ୨୩ ବଲ ୪୮ ରନ ସତ୍ତ୍ୱେ ଆଫଗାନିସ୍ତାନ ୪ ରନ୍‌ରେ ପରାସ୍ତ ହୋଇଥିଲା।
ଆଫଗାନିସ୍ତାନ ଟସ୍‌ ଜିତି ପ୍ରଥମେ ବୋଲିଂ କରିଥିଲା। ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ଅପରାଜିତ ୫୪ ରନ୍‌ କରିଥିବା ବେଳେ ମିଚେଲ ମାର୍ଶ ୪୫ ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡେଭିଡ୍‌ ଓ୍ବାର୍ନର ଓ ମାର୍କ୍ସ ଷ୍ଟୋଇନିସ୍‌ ୨୫ ରନ୍‌ ଲେଖାଏ ସଂଗ୍ରହ କରିଥିଲେ। ମ୍ୟାକ୍ସଓ୍ବେଲଙ୍କ ୩୨ ବଲ୍‌ ଇନିଂସରେ ୬ ଚୌକା ଓ ୨ ଛକା ସାମିଲ ଥିଲା। ଆଫଗାନିସ୍ତାନ ପକ୍ଷରୁ ନବୀନ ଉଲ୍‌ ହକ୍‌ ସର୍ବାଧିକ ୩ ଉଇକେଟ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫଜହଲକ୍‌ ଫାରୁକି ୨ ଉଇକେଟ ନେଇଥିଲେ। ଏକାଧିକ କ୍ୟାଚ୍‌ ଓ ରନ ଆଉଟ ସୁଯୋଗ ହାତଛଡା କାରଣରୁ ଆଫଗାନିସ୍ତାନ ଅନୂ୍ୟନ ୧୫-୨୦ ରନ୍‌ ବ୍ୟୟ କରିଥିଲା। ଆଫଗାନିସ୍ତାନ ୧୬୯ ରନ୍‌ ଲକ୍ଷ୍ୟର ପିଛା କରି ୯୯/୨ ରହିଥିଲା। ତେବେ ମାତ୍ର ୪ ରନରେ ୪ ଉଇକେଟ ହରାଇ ଦଳ ସଙ୍କଟରେ ପଡିଥିଲା। ୧୮ ବଲରୁ ୪୮ ରନ୍‌ ଆବଶ୍ୟକ ଥିବା ବେଳେ ଆଡିଲେଡ ଓଭାଲରେ ରଶିଦ୍‌ଙ୍କ କାରନାମା ଦେଖିବାକୁ ମିଳିଥିଲା। ସେ ୨୩ ବଲ୍‌ ଖେଳି ୩ ଚୌକା ଓ ୪ ଛକା ସହିତ କ୍ୟାରିୟର ଶ୍ରେଷ୍ଠ ଅପରାଜିତ ୪୮ ରନ୍‌ କରିଥିଲେ। ଅନ୍ତିମ ଓଭରରେ ୨୨ ରନ୍‌ ଆବଶ୍ୟକ ଥିବା ବେଳେ ଆଫଗାନିସ୍ତାନ ୪ରନ୍‌ ଦୂରରେ ରହି ଯାଇଥିଲା। ଗ୍ଲେନ ମ୍ୟାକ୍ସଓ୍ବେଲଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା।
ସଂକ୍ଷିପ୍ତ ସ୍କୋର
ଅଷ୍ଟ୍ରେଲିଆ ୨୦ ଓଭରରେ ୧୬୮/୬ (ଗ୍ଲେନ୍‌ ମ୍ୟାକ୍ସଓ୍ବେଲ୍‌-୫୪, ମିଚେଲ ମାର୍ଶ-୪୫, ମାର୍କ୍ସ ଷ୍ଟୋଇନିସ-୨୫, ନବୀନ ଉଲ ହକ୍‌-୩/୨୨, ଫଜହଲକ୍‌ ଫାରୁକି-୨/୨୯, ରଶିଦ୍‌ ଖାନ୍‌-୧/୨୯)। ଆଫଗାନିସ୍ତାନ ୨୦ ଓଭରରେ ୧୬୪/୭ (ରଶିଦ୍‌ ଖାନ- ୪୮*, ଗୁଲବାଦିନ ନାଏବ-୩୯, ରହମାନଉଲ୍ଲା ଗୁରବାଜ-୩୦, ଆଡାମ ଜାମ୍ପା-୨/୨୨, ଜୋଶ ହାଜେଲଉଡ୍‌-୨/୩୩, କେନ୍‌ ରିଚାର୍ଡସନ୍‌-୧/୪୮)।


Enter your email to get our daily news in your inbox.

All Right Reserved By Dharitri.Com

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ଚାଇନାକୁ ବଡ଼ ଝଟକା ଦେଲା ଭାରତ, ଏହି ଜିନିଷ ଉପରେ ଲାଗୁ କଲା ୩ ବର୍ଷର ଟାରିଫ୍‌, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ମଙ୍ଗଳବାର ଚାଇନା ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri