ସ୍କୁଲ ରୋଷେଇ ଘରେ ତାଲା ପକାଇଲେ ମହିଳା ଗୋଷ୍ଠୀ

ଗୋପ,୨।୧୧(ଡି.ଏନ୍‌.ଏ.): ଦୀର୍ଘବର୍ଷ ଧରି ଗୋପ ବ୍ଲକ ଅନ୍ତର୍ଗତ ପୟରା ପଞ୍ଚାୟତର ହେଲାରି ଜମରା ପ୍ରାଥମିକ ସ୍କୁଲର ଛାତ୍ରୀଛାତ୍ରଙ୍କ ଲାଗି ମଧ୍ୟାହ୍ନଭୋଜନ ରୋଷେଇ କରୁଥିବା ମହିଳା ଗୋଷ୍ଠୀଙ୍କଠାରୁ ଦାୟିତ୍ୱ ଛଡ଼ାଇ ନେବା ପରେ ମଙ୍ଗଳବାର ଗୋଷ୍ଠୀର ମହିଳାମାନେ ରୋଷେଇ ଘରେ ତାଲା ପକାଇ ସ୍କୁଲ ଆଗରେ ଧାରଣାରେ ବସିଥିଲେ। ଫଳରେ ମଧ୍ୟାହ୍ନଭୋଜନ ଖାଇବାରୁ ଛାତ୍ରୀଛାତ୍ର ବଞ୍ଚତ୍ତ ହୋଇଥିଲେ। ଅନ୍ୟପଟେ ମହିଳାମାନେ ଧାରଣାରେ ବସିଥିଲେ ମଧ୍ୟ କୌଣସି ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚତ୍ ନ ଥିଲେ। ପ୍ରକାଶ ଯେ, ପୟରା ପଞ୍ଚାୟତର ମହାବୀର ମହିଳା ଗୋଷ୍ଠୀ ଏହି ସ୍କୁଲରେ ଦୀର୍ଘ ବର୍ଷ ଧରି ମଧ୍ୟାହ୍ନଭୋଜନ ରୋଷେଇ ଦାୟିତ୍ୱ ନେଇ ଆସୁଥିଲା। କିନ୍ତୁ କିଛିଦିନ ତଳେ ଏହି ହେଲାରି ଜମରା ପ୍ରାଥମିକ ବିଦ୍ୟାଳୟର ପରିଚାଳନା କମିଟି ଗଠନ କରାଯିବା ପରେ ଉକ୍ତ ମହିଳା ଗୋଷ୍ଠୀକୁ ମଧ୍ୟାହ୍ନଭୋଜନ ରୋଷେଇ ଦାୟିତ୍ୱ ବନ୍ଦ କରାଯାଇ ଅନ୍ୟ ଏକ ସଂସ୍ଥାକୁ ଦିଆଯାଇଥିଲା। ହେଲେ ଏହାକୁ ମହାବୀର ମହିଳା ଗୋଷ୍ଠୀ ବିରୋଧ କରି ମଙ୍ଗଳବାର ଗୋଷ୍ଠୀ ସଭାପତି ମିନତି ବେହେରାଙ୍କ ନେତୃତ୍ୱରେ ମହିଳାମାନେ ସ୍କୁଲ ରୋଷେଇ ଘରେ ତାଲା ପକାଇ ଧାରଣା ଦେଇଥିଲେ। ଫଳରେ ସ୍କୁଲରେ ମଧ୍ୟାହ୍ନଭୋଜନ ଯୋଗାଣ କରୁଥିବା ସଂସ୍ଥା ଦେଇ ନ ଥିଲା। ଏଥିଯୋଗୁ ବିଦ୍ୟାଳୟରେ ଅଧ୍ୟୟନରତ ୬୧ଜଣ ଛାତ୍ରୀଛାତ୍ର ମଧ୍ୟାହ୍ନଭୋଜନ ଖାଇ ନ ପାରି ବିସ୍କୁଟ ଖାଇଥିଲେ। ତେବେ ଏହି ଘଟଣା ସତ୍ତ୍ୱେ କୌଣସି ଶିକ୍ଷା ବିଭାଗର ଅଧିକାରୀ ନ ପହଞ୍ଚତ୍ବା ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଥିଲା। ପରେ ସ୍କୁଲ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାରାଣୀ ସାହୁ ପହଞ୍ଚତ୍ ମହିଳା ଗୋଷ୍ଠୀଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ଏ ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀ ସୁଶୀଲ କୁମାର ବ୍ରହ୍ମାଙ୍କୁ ପଚାରିବାରେ ଘଟଣା ସମ୍ପର୍କରେ ନିଶ୍ଚିତ ଭାବରେ ଦୃଷ୍ଟି ଦେଇ ଖୁବ୍‌ଶୀଘ୍ର ସମାଧାନ କରିବି ବୋଲି କହିଥିଲେ।