ମେଳା ମିଳନର ମହାପର୍ବ

ଭୁବନେଶ୍ୱର,୨୬।୨: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ସ୍ଥାନୀୟ ଜନତା ମଇଦାନଠାରେ କ୍ରେଡାଇ ଭୁବନେଶ୍ୱର ପକ୍ଷରୁ ୧୮ ତମ ହୋମ୍‌ ଆଣ୍ଡ ଡେକୋର-୨୦୨୩ ରିୟଲ ଇଷ୍ଟେଟ ପ୍ରଦର୍ଶନୀର ଆୟୋଜନ କରାଯାଇଛି। ସେହିଭଳି ବେଙ୍ଗଲ ଚ୍ୟାମ୍ବର ଅଫ୍‌ କର୍ମସ ଆଣ୍ଡ ଇଣ୍ଡଷ୍ଟ୍ରି ସହ ଜିଏସ୍‌ ମାର୍କେଟିଂ ଆସୋସିଏଟ୍‌ ମିଳିତ ଭାବେ ଇଣ୍ଡିଆ ଇଣ୍ଟରନ୍ୟାଶନାଲ ମେଗା ଟ୍ରେଡ୍‌ ଫେୟାର ଆୟୋଜିତ ହୋଇଛି। ଏହି ଅବସରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଏହି ୧୦ ଦିନିଆ ସର୍ବବୃହତ୍‌ ଫେୟାର ଏବଂ ପ୍ରଦର୍ଶନୀ ଶନିବାରଠାରୁ ଆରମ୍ଭ ହୋଇଯାଇଛି। ଉକ୍ତ ମେଳା ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିିବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ଏହି ପରିପ୍ରେକ୍ଷୀରେ କ୍ରେଡାଇ ଭୁବନେଶ୍ୱରର ସଭାପତି ପି.କେ. ବିଶ୍ୱାସରାଏ ଅତିଥି ପରିଚୟ ସାଙ୍ଗକୁ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଏପରିକି ସେ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ମେଳା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ସେହିଭଳି ବର୍ତ୍ତମାନ ସମୟରେ ବଢୁଥିବା ସହରାଞ୍ଚଳର ଆକାରରେ ରିୟଲ ଇଷ୍ଟେଟ ସଂସ୍ଥାର ଭୂମିକା ଅତୁଳନୀୟ। ଏପରିକି ଭିତ୍ତିଭୂମି ବିକାଶ ଓ ରିୟଲ ଇଷ୍ଟେଟ କ୍ଷେତ୍ର ପ୍ରତି ରହିଥିବା ସମସ୍ୟାର ସମାଧାନ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ଉଷା ଦେବୀ ଓ ଅନ୍ୟ ଅତିଥିମାନେ ମଧ୍ୟ ଏ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିବା ସହ ପ୍ରତିଶ୍ରୁତି ଦେଇଥିଲେ। ସେହିପରି ଗୋଟିଏ ସ୍ଥାନରେ ୨ଟି ମେଳା ଗୋଟିଏ ଛାତ ତଳେ ଆୟୋଜିତ ହେଉଥିବାରୁ ମେଳାକୁ ପ୍ରତିଦିନ ଶହ ଶହ ଲୋକ ସେମାନଙ୍କର ଆବଶ୍ୟକତା ଓ ମନୋରଞ୍ଜନ ପାଇଁ ଆସିବେ। ବର୍ତ୍ତମାନ ସମୟରେ ମେଳା ଏକ ମିଳନର ମହାପର୍ବ ପାଲଟିଛି ବୋଲି ମୁଖ୍ୟ ଅତିଥି ଓ ଅନ୍ୟ ସମ୍ମାନିତ ଅତିଥିମାନେ ମଧ୍ୟ କହିଛନ୍ତି। କାରଣ ମେଳାରେ ଖାଲି ମନୋରଞ୍ଚନ ହୋଇ ନ ଥାଏ। ମେଳା ସବୁ ବର୍ଗଙ୍କ ପାଇଁ ହୋଇଥିଲେ ମଧ୍ୟ ଆବଶ୍ୟକତା ଅନୁଯାୟୀ ଏହା ଉଭୟ ଗ୍ରାହକ ଓ ବ୍ୟବସାୟଙ୍କ ମଧ୍ୟରେ ଏକ ସମ୍ପର୍କ ସୃଷ୍ଟି କରିଥାଏ। ମେଳାରୁ ଗ୍ରାହକମାନେ ସେମାନଙ୍କର ଆବଶ୍ୟକତା ପୂରଣ କରିଥାନ୍ତି। ଅପରପକ୍ଷରେ ଉଭୟ ମେଳାରେ ମୋଟ ୧୦ ପାଭିଲିୟନ ଥିଲାବେଳେ ୧୬ଟି ରାଜ୍ୟ ଓ ୯ଟି ରାଷ୍ଟ୍ରର ଭିନ୍ନ ଭିନ୍ନ ବର୍ଗର ବ୍ୟବସାୟୀମାନେ ଅଂଶ ଗ୍ରହଣ କରିଛନ୍ତି। ମେଳାରେ ମୋଟ ୪୬୫ ଷ୍ଟଲ୍‌ ରହିଛି ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

DSP-୧.୨ କୋଟି, BDO-୯୦ ଲକ୍ଷ… ବିକ୍ରି ହେଉଛି ଚାକିରି, ବିଧାୟକ ଆଣିଲେ ସାଂଘାତିକ ଅଭିଯୋଗ

ରାଞ୍ଚି,୬।୮: ଝାଡ଼ଖଣ୍ଡର ରାଞ୍ଚିରେ ଛାତ୍ର ପ୍ରତିବାଦ କ୍ରମାଗତ ଭାବରେ ତୀବ୍ର ହେବାରେ ଲାଗିଛି। JPSC ଏବଂ JSSC ପରୀକ୍ଷାରେ ଅନିୟମିତତା ବିରୋଧରେ ପ୍ରତିବାଦ କରିବା ପାଇଁ ଅନେକ…

ପଶ୍ଚିମବଙ୍ଗ ରାଜନୀତିରେ ବଡ଼ ଟ୍ୱିଷ୍ଟ! ଅମିତ ଶାହାଙ୍କ ସହ ଏହି ଏମପିଙ୍କ ବୈଠକଙ୍କୁ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୬।୮: ପଶ୍ଚିମବଙ୍ଗ ରାଜନୀତିରେ ପୁଣି ଥରେ ନୂଆ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି । ତୃଣମୂଳ କଂଗ୍ରେସ (TMC) ଛାଡ଼ିଥିବା ତିନିଜଣ ମୁସଲିମ ଏମପି ଆଜି ସଂସଦ…

କେଜରିୱାଲଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ବ୍ଲକ! ଏଏପି ମୁଖ୍ୟ କହିଛନ୍ତି – ‘ମେଟା ମୋଦି ସରକାରଙ୍କ ଆଗରେ ମୁଣ୍ଡ ନୁଆଁଇବା ଉଚିତ ନୁହେଁ’

ନୂଆଦିଲ୍ଲୀ,୬।୮: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟି (ଏଏପି)ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଏକ ଭିଡିଓ ଶେୟାର କରି ପ୍ରକାଶ କରିଛନ୍ତି ଯେ…

ହଷ୍ଟେଲ ଛାଡ଼ିଲେ ଶତାଧିକ ଛାତ୍ର, ହାତରେ ବ୍ୟାଗ୍‌ ଧରି ୧୦ କିଲୋମିଟର ଚାଲିଲେ

ଝରିଗାଁ,୬ା୮(କିଶୋର ଚନ୍ଦ୍ର ମଣ୍ଡଳ): ସରକାର କେଜିରୁ ପିଜି ପର୍ଯ୍ୟନ୍ତ ପିଲାଙ୍କୁ ମାଗଣା ଶିକ୍ଷା ପ୍ରଦାନ ପାଇଁ ଗୁରୁତ୍ୱ ଦେଉଥିବା ବେଳେ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନଟେମରା…

ଭାରତର ଏହି ସ୍ଥାନରେ ଏଯାଏଁ ପହଞ୍ଚିନି କଳିଯୁଗ? ରହସ୍ୟ ଜାଣିଲେ କାବା ହୋଇଯିବେ…

ନୂଆଦିଲ୍ଲୀ,୬।୮: ହିନ୍ଦୁ ଧର୍ମଶାସ୍ତ୍ରଗୁଡ଼ିକରେ ଚାରୋଟି ଯୁଗ— ତ୍ରେତାୟୁଗ, ସତ୍ୟଯୁଗ, ଦ୍ୱାପର ଯୁଗ ଏବଂ କଳିଯୁଗର ବର୍ଣ୍ଣନା କରାଯାଇଛି। ତିନୋଟି ଯୁଗ ଶେଷ ହୋଇସାରିଛି ଏବଂ ଏବେ ଶେଷ…

ବଳାତ୍କାର ମାମଲାରେ ତରୁଣ ତେଜପାଲଙ୍କୁ ୧୦ ବର୍ଷ ଜେଲଦଣ୍ଡ

ମୁମ୍ବାଇ,୬।୮: ବମ୍ବେ ହାଇକୋର୍ଟ ତେହେଲକା ପତ୍ରିକାର ପୂର୍ବତନ ସମ୍ପାଦକ ତରୁଣ ତେଜପାଲଙ୍କୁ ଏକ ବଳାତ୍କାର ମାମଲାରେ ୧୦ ବର୍ଷ ଜେଲଦଣ୍ଡ ଦେଇଛନ୍ତି। ନିମ୍ନ ଅଦାଲତର ରାୟକୁ ପ୍ରତ୍ୟାଖ୍ୟାନ…

ଏହି ମନ୍ଦିରରେ ୩୦୦ ବର୍ଷ ଧରି ଜଳୁଛି ଅଖଣ୍ଡ ଦୀପ, ଦିନକୁ ୩ ଥର ହୋଇଥାଏ ଶିବଲିଙ୍ଗର ରଙ୍ଗ ପରିବର୍ତ୍ତନ

ଶ୍ରାବଣ ମାସରେ ଭଗବାନ ଶିବଙ୍କ ପୂଜା କରିବାର ବହୁତ ମହତ୍ତ୍ୱ ରହିଛି। ସାରା ଦେଶରେ ଅନେକ ଶିବ ମନ୍ଦିର ଅଛି। ଏହି ମନ୍ଦିରଗୁଡ଼ିକ ମଧ୍ୟରୁ ଅନେକକୁ ଚମତ୍କାର…

ବୁମ୍‌ରାଙ୍କୁ ବର୍ଷେ ଯାଏ ବିଦା କରିଦିଅ….ପୂର୍ବତନ କ୍ରିକେଟର୍‌ଙ୍କ ଆଶ୍ଚର୍ଯ୍ୟଜନକ ମନ୍ତବ୍ୟ

ନୂଆଦିଲ୍ଲୀ,୬।୮: ଭାରତୀୟ ପେସ୍‌ ବୋଲର୍‌ ଜସପ୍ରିତ ବୁମରା ନିଜ ବୋଲିଂ ଆକ୍ସନକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ବୁମରା ଆଣ୍ଠୁ ଆଘାତ ସହିତ ସଂଘର୍ଷ କରୁଛନ୍ତି। ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri