Posted inଖେଳ

ପାରାଲିମ୍ପିକ୍ସ ଚାମ୍ପିୟନଙ୍କୁ ଭବ୍ୟ ସ୍ବାଗତ

ନୂଆଦିଲ୍ଲୀ,୧୧ା୯(ପି.ଟି.): ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଅପାର ସଫଳତା ପରେ ଭାରତୀୟ ଆଥଲେଟ୍‌ମାନେ ମଙ୍ଗଳବାର ଦେଶକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଖେଳାଳିମାନେ ପହଞ୍ଚିବା ପରେ ସେମାନଙ୍କୁ ହିରୋର ସ୍ବାଗତ ମିଳିଥିଲା। ଭାରତ ୮୪ ଆଥ୍‌ଲେଟ ପ୍ରେରଣ କରିଥିବା ବେଳେ ଏହାର ସର୍ବଶ୍ରେଷ୍ଠ ପ୍ରଦର୍ଶନ ସହ ଖେଳାଳିମାନେ ୨୯ ପଦକ ଜିତିବାରେ ସକ୍ଷମ ହୋଇଥିଲେ। ଏହା ମଧ୍ୟରେ ୭ଟି ସ୍ବର୍ଣ୍ଣ ପଦକ ସାମିଲ ଥିଲା। ଭାରତୀୟ ଆଥ୍‌ଲେଟଙ୍କ ପ୍ରତ୍ୟାବର୍ତ୍ତନରେ ଶତାଧିକ ସମର୍ଥକ ବାଜା ବାଣ ଓ ମିଠା ସହ ସ୍ବାଗତ କରିଥିଲେ। ଏହି ଅଦ୍ଭୂତପୂର୍ବ ସ୍ବାଗତ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜାଭେଲିନ୍‌ ଥ୍ରୋୟର ସୁମିତ ଆଣ୍ଟିଲ୍‌। ଏଫ୍‌ ୬୪ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସୁମିତ ପାରାଲିମ୍ପିକ୍ସ ରେକର୍ଡ ୭୦.୫୯ ମିଟରର ଥ୍ରୋ ସହିତ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲେ। ପାରାଲିମ୍ପିକ୍ସରେ ଏହା ସୁମିତଙ୍କ ଦ୍ୱିତୀୟ ସ୍ବର୍ଣ୍ଣ ପଦକ ରହିଥିଲା। ଅନ୍ୟତମ ଭାରତୀୟ ଅଭନି ଲେଖରା ନିଜର ଟାଇଟଲ ଡିଫେଣ୍ଡ କରିବାରେ ସମର୍ଥ ହୋଇଥିଲେ। ୧୦ ମିଟର ଏୟାର ରାଇଫଲର ଏସ୍‌ଏଚ୍‌-୧ ବର୍ଗରେ ଅଭନି ସ୍ବର୍ଣ୍ଣ ଜିତିଥିଲେ। ଟୋକିଓ ପାରାଲିମ୍ପିକ୍ସର ସମାନ ଇଭେଣ୍ଟରେ ମଧ୍ୟ ଅଭନି ସ୍ବର୍ଣ୍ଣ ଜିତିଥିଲେ। ଅଭନି ଗତ ସପ୍ତାହରେ ଭାରତ ପ୍ରତ୍ୟାବର୍ତ୍ତନ କରିଥିଲେ।
୨୦୧୫ରେ ପୂର୍ବରୁ ରେସ୍‌ଲିଂ କରୁଥିବା ସୁମିତ ଏକ ବାଇକ୍‌ ଦୁର୍ଘଟଣାରେ ନିଜର ବାମ ଗୋଡ଼ ହରାଇଥିଲେ। ତାଙ୍କ ଗୋଡର ଆଣ୍ଠୁ ତଳକୁ କଟା ଯାଇଥିଲା। ତେବେ ନିଜ ପ୍ରସ୍ତୁତିକୁ ସଫଳତାର ରହସ୍ୟ ଭାବରେ ବର୍ଣ୍ଣନା କରିଛନ୍ତି ସୁମିତ। ଆଗାମୀ ଦିନରେ ୭୫ ମିଟର ଦୂରତା ଅତିକ୍ରମ କରିବା ତାଙ୍କର ଲକ୍ଷ୍ୟ ରହିବ ବୋଲି କହିଛନ୍ତି ସୁମିତ। ପାରାଲିମ୍ପିକ୍ସ କାରଣରୁ ସେ ଚା’ ପିଇ ନ ଥିବା ବେଳେ ପ୍ରଥମେ ପରିବାର ସହ ଚା’ ପିଇବେ ବୋଲି କହିଛନ୍ତି ଏହି ତାରକା ଜାଭେଲିନ୍‌ ଥ୍ରୋୟର।
ପାରା ଆର୍ଚେରୀରେ ଭାରତ ପାଇଁ ପ୍ରଥମ ସ୍ବର୍ଣ୍ଣ ଜିତିଥିବା ହରବିନ୍ଦର ସିଂ ମଧ୍ୟ ଖୁସି ଜାହିର କରିଛନ୍ତି। ସେ ବର୍ତ୍ତମାନ ପଞ୍ଜାବ ୟୁନିଭର୍ସିଟିରେ ଇକୋନୋମୀରେ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ କରୁଛନ୍ତି। ପିଲାବେଳେ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ବେଳେ ଡାକ୍ତରଙ୍କ ଭୁଲ୍‌ ମେଡିସିନ୍‌ କାରଣରୁ ବାମ ଗୋଡ ପୋଲିଓ ହୋଇଯାଇଥିଲା। ଟୋକିଓରେ ଏକମାତ୍ର ତୀରନ୍ଦାଜ ଭାବେ ବ୍ରୋଞ୍ଜ ଜିତିଥିବା ବେଳେ ୩ ବର୍ଷ ବ୍ୟବଧାନରେ ଏହାକୁ ସ୍ବର୍ଣ୍ଣରେ ପରିଣତ କରିଛନ୍ତି ହରବିନ୍ଦର। ଭାରତୀୟ ଦଳରେ ସର୍ବକନିଷ୍ଠ ଖେଳାଳି ରହିଥିବା ପାରା ଆର୍ଚର ଶୀତଲ ଦେବୀଙ୍କ ଉପରକୁ ଫୁଲ ପକାଇଥିଲେ ଉପସ୍ଥିତ ପ୍ରଶଂସକ। ଶୀତଲ ପ୍ରଥମ ଥର ଅଲିମ୍ପିକ୍ସରେ ଅଂଶଗ୍ରହଣ କରି ଏକ ବ୍ରୋଞ୍ଜ ପଦକ ବିଜୟୀ ହୋଇଥିଲେ। ପ୍ରଥମ ଥର ଅଂଶଗ୍ରହଣ କରିଥିବା ବେଳେ ଏହା ତାଙ୍କ ପାଇଁ ଅତ୍ୟନ୍ତ ଚମତ୍କାର ଅଭିଜ୍ଞତା ରହିଥିଲା ବୋଲି କହିଛନ୍ତି ଶୀତଲ।
ଏଫ୍‌ ୪୧ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିବା ଜାଭେଲିନ୍‌ ଥ୍ରୋୟର ନବଦୀପଙ୍କୁ ପ୍ରଶଂସକ କାନ୍ଧରେ ବସାଇ ଥିଲେ। କମ୍‌ ଉଚ୍ଚତା କାରଣରୁ ଏଫ୍‌ ୪୧ରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ନବଦୀପ ୪୭.୩୨ ମିଟରର ଥ୍ରୋ ସହ ସ୍ବର୍ଣ୍ଣ ଜିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri