ଭୁବନେଶ୍ୱର, ୪।୧୨ (ବ୍ୟୁରୋ): ରାଜ୍ୟ ସରକାର ନୂତନ ଅନୁଦାନପ୍ରାପ୍ତ ସ୍କୁଲ କଲେଜର ସମସ୍ୟାକୁ ଅଣଦେଖା କରିବା ପ୍ରତିବାଦରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ରାଜ୍ୟର ୩୧୪ଟି ବ୍ଲକ୍ ଶିକ୍ଷାଧିକାରୀଙ୍କ ମାଧ୍ୟମରେ ଶନିବାର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସମସ୍ୟାର ସମାଧାନ ନ କଲେ ସମିତି ରାଜରାସ୍ତାକୁ ଓହ୍ଲାଇବ ବୋଲି ପୂର୍ବରୁ ସରକାରଙ୍କୁ ଚରମ ଚେତାବନୀ ଦେଇଥିଲା। ତେବେ ପ୍ରାରମ୍ଭିକ ଭାବେ ରାଜ୍ୟର ସମସ୍ତ ବ୍ଲକରେ ଶତାଧିକ ସଂଖ୍ୟାରେ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷା କର୍ମଚାରୀ ପଟୁଆରରେ ଆସି ବ୍ଲକ୍ ଶିକ୍ଷାଧିକାରୀଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛିନ୍ତି। ରବିବାର ରାଜ୍ୟର ସମସ୍ତ ଜିଲାର ସଦର ମହକୁମାରେ ସମନ୍ବୟ ସମିତିର କନ୍ଭେନଶନ ଅନୁଷ୍ଠିତ ହେବାସହ ୭ ତାରିଖରେ ଜିଲା ଶିକ୍ଷାଧିକାରୀଙ୍କ ମାଧ୍ୟମରେ ସ୍ମାରକପତ୍ର ଉପରୋକ୍ତ ଅଧିକାରୀମାନଙ୍କୁ ପୁଣି ପ୍ରଦାନ କରାଯିବ। ଏହାସତ୍ତ୍ବେ ସରକାର ଦାବି ପୂରଣ ନ କଲେ ଡିସେମ୍ବର ୧୭ ତାରିଖରେ ଭୁବନେଶ୍ୱରଠାରେ ଏକ ରାଜ୍ୟସ୍ତରୀୟ ମହାସମାବେଶ କରିବାକୁ ବାଧ୍ୟହେବେ ବୋଲି ସମିତିର ଆବାହକ ପ୍ରକାଶ ଚନ୍ଦ୍ର ମହାନ୍ତି ଏବଂ ପବିତ୍ର ମହାଲା ଚେତାବନୀ ଦେଇଛନ୍ତି।
ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ
ଭୁବନେଶ୍ୱର, ୩୦।୩: ଏମ୍ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…
ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର
କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…
ତହସିଲଦାରଙ୍କୁ ବିଧାୟିକା ସ୍ବାମୀଙ୍କ ହତ୍ୟା ଧମକ ମାମଲା: ୱାରେଣ୍ଟ ପାଇଁ କୋର୍ଟରେ ଆବେଦନ କଲା ପୋଲିସ
ଭବାନୀପାଟଣା,୩୦।୩(ଉତ୍ତମ କୁମାର ଦାଶ): ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ତହସିଲଦାରଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ କଳାହାଣ୍ଡି ଜିଲା ନର୍ଲା ବିଜେଡି ବିଧାୟିକା ମନୋରମା…
କାଳବୈଶାଖୀ: ରାସ୍ତାରେ ପଡ଼ିଲା ଗଛ, ଭାଙ୍ଗିଲା ଘର
ନନ୍ଦପୁର,୩୦।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଓ ଲମତାପୁଟ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ଘୂର୍ଣ୍ଣିଝଡ଼ ଓ ପ୍ରବଳ ବର୍ଷା ଯୋଗୁ…
ଟୋକନ ଅବଧି ନେଇ ମୁହଁ ଖୋଲିଲେ ଶାରଦା: କହିଲେ ଦୁଇ ଦିନରେ…
ଭୁବନେଶ୍ୱର,୩୦।୩: ଟୋକନ ଅବଧି ନେଇ ମୁହଁ ଖୋଲିଲେ ବିଜେଡି ବିଧାୟକ ଶାରଦା ଜେନା। ସେ କହିଛନ୍ତି, ୭ ଦିନ ବୃଦ୍ଧି କରିବାକୁ ଦାବି କରିଥିଲୁ। ଧନ୍ୟବାଦ ସେ…
ପେନସନ୍ କରାଇ ଦେବାକୁ ୩ ହଜାର ଲାଞ୍ଚ ନେଉଥିଲେ ବରିଷ୍ଠ କିରାଣୀ, ବାନ୍ଧିଲା ଭିଜିଲାନ୍ସ
ନୟାଗଡ/ଖଣ୍ଡପଡା,(ଲୋକନାଥ ମିଶ୍ର/ଅଜୟ କୁମାର ମହାରଣା)୩୦ା୩: ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲା ଖଣ୍ଡପଡ଼ା ସବ-ଟ୍ରେଜେରୀ କର୍ମଚାରୀ ସରୋଜ କୁମାର ସାହୁ । ପେନସନ୍ କରାଇ ଦେବାକୁ ଲାଞ୍ଚ ନେଉଥିବା…
ଧାନ କିଣା ନେଇ କାଲି ଥିଲା ଶେଷ ତାରିଖ, ଏପଟେ ଯୋଗାଣ ମନ୍ତ୍ରୀ କହିଦେଲେ…
ଭୁବନେଶ୍ୱର,୩୦।୩:ଚାଷୀଙ୍କ ପାଇଁ ବଡ଼ ଅପ୍ଡେଟ୍। ଧାନ ସଂଗ୍ରହ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବଡ଼ ସୂଚନା। କାଲି ସୁଦ୍ଧା ଧାନ କିଣା ନେଇ…
ବଢ଼ୁଛି ନର୍ଲା ବିଧାୟିକା ସ୍ବାମୀଙ୍କ ଅଡ଼ୁଆ: ଏପଟେ ମନୋରମାଙ୍କୁ ଡାକି ନବୀନ କହିଲେ…
ଭୁବନେଶ୍ୱର, କଳାହାଣ୍ଡି ଜିଲା ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ସ୍ବାମୀ ତଥା ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତିଙ୍କ ନାମରେ ଆସିଛି ସଙ୍ଗୀନ ଅଭିଯୋଗ। ନର୍ଲା…
Archives

