୧୭ରେ ସ୍କୁଲ କଲେଜ ଶିକ୍ଷକ କର୍ମଚାରୀଙ୍କ ମହାସମାବେଶ

ଭୁବନେଶ୍ୱର, ୪।୧୨ (ବ୍ୟୁରୋ): ରାଜ୍ୟ ସରକାର ନୂତନ ଅନୁଦାନପ୍ରାପ୍ତ ସ୍କୁଲ କଲେଜର ସମସ୍ୟାକୁ ଅଣଦେଖା କରିବା ପ୍ରତିବାଦରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ରାଜ୍ୟର ୩୧୪ଟି ବ୍ଲକ୍‌ ଶିକ୍ଷାଧିକାରୀଙ୍କ ମାଧ୍ୟମରେ ଶନିବାର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସମସ୍ୟାର ସମାଧାନ ନ କଲେ ସମିତି ରାଜରାସ୍ତାକୁ ଓହ୍ଲାଇବ ବୋଲି ପୂର୍ବରୁ ସରକାରଙ୍କୁ ଚରମ ଚେତାବନୀ ଦେଇଥିଲା। ତେବେ ପ୍ରାରମ୍ଭିକ ଭାବେ ରାଜ୍ୟର ସମସ୍ତ ବ୍ଲକରେ ଶତାଧିକ ସଂଖ୍ୟାରେ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷା କର୍ମଚାରୀ ପଟୁଆରରେ ଆସି ବ୍ଲକ୍‌ ଶିକ୍ଷାଧିକାରୀଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛିନ୍ତି। ରବିବାର ରାଜ୍ୟର ସମସ୍ତ ଜିଲାର ସଦର ମହକୁମାରେ ସମନ୍ବୟ ସମିତିର କନ୍‌ଭେନଶନ ଅନୁଷ୍ଠିତ ହେବାସହ ୭ ତାରିଖରେ ଜିଲା ଶିକ୍ଷାଧିକାରୀଙ୍କ ମାଧ୍ୟମରେ ସ୍ମାରକପତ୍ର ଉପରୋକ୍ତ ଅଧିକାରୀମାନଙ୍କୁ ପୁଣି ପ୍ରଦାନ କରାଯିବ। ଏହାସତ୍ତ୍ବେ ସରକାର ଦାବି ପୂରଣ ନ କଲେ ଡିସେମ୍ବର ୧୭ ତାରିଖରେ ଭୁବନେଶ୍ୱରଠାରେ ଏକ ରାଜ୍ୟସ୍ତରୀୟ ମହାସମାବେଶ କରିବାକୁ ବାଧ୍ୟହେବେ ବୋଲି ସମିତିର ଆବାହକ ପ୍ରକାଶ ଚନ୍ଦ୍ର ମହାନ୍ତି ଏବଂ ପବିତ୍ର ମହାଲା ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଦ ଦୋକାନୀଠାରୁ ଲାଞ୍ଚ ନେବାବେଳେ ମାଡ଼ିବସିଥିଲା ଭିଜିଲାନ୍ସ: ନିଲମ୍ବିତ ହେଲେ…

ଭୁବନେଶ୍ୱର,୫।୧: ନିଲମ୍ବିତ ହେଲେ କଟକ CRRI ଥାନା ଅଧିକାରୀ ବିଜୟ କୁମାର ବାରିକ। ତାଙ୍କୁ ପୋଲିସ ଡିଜି ୱାଇ.ବି ଖୁରାନିଆ ନିଲମ୍ବନ କରିଛନ୍ତି। ୪୦ ହଜାର...

ପ୍ରେମ ସମ୍ପର୍କକୁ ନେଇ ଗାଁରେ ଗୁଳିମାଡ଼ କଲେ ପ୍ରେମିକ, ଫେରାର ହୋଇଯିବା ବେଳେ ଗୋଡ଼ାଇ ଗୋଡ଼ାଇ…

ମୋହନା୫ା୧( ମନ୍ମଥ ମିଶ୍ର ): ପ୍ରେମ ସମ୍ପର୍କକୁ ନେଇ ଯୁବକକୁ ଗୁଳିମାଡ଼ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ଥାନା...

ଉନ୍ନୟନମୂଳକ ଯୋଜନାର ଶୁଭ ଉଦ୍‌ଘାଟନ କଲେ ବିଧାୟକ

କୁନ୍ଦୁରା,୫ା୧(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଅଧୀନରେ ରହିଥିବା ବିଭିନ୍ନ ପଞ୍ଚାୟତରେ ନୂତନ ଭାବେ ନିର୍ମିତ ଉନ୍ନୟନମୂଳକ ଯୋଜନାର ଶୁଭ ଉଦ୍‌ଘାଟନ କରିଛନ୍ତି କୋଟପାଡ଼...

ଭଡ଼ାରେ ପିକନିକ୍ ଗଲା ଆମ ବସ୍, ଭାଇରାଲ ହେଉଛି ଭିଡିଓ

ଭୁବନେଶ୍ବର,୪।୧: ରାଜଧାନୀ ଛାତି ଉପରେ ଆମ ବସ୍ ଦୁଇ ଦୁଇ ଥର ଦୁର୍ଘଟଣା ଘଟାଇବା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ଏହାକୁ...

ଲାଞ୍ଚ ନେଇ ଧରାପଡ଼ିଲେ ୨ ଯନ୍ତ୍ରୀ, ବିଲ୍‌ ପାସ୍‌ କରାଇବା ପାଇଁ ଠିକାଦାରଙ୍କଠାରୁ …

ବାରିପଦା,୫ା୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଲାଞ୍ଚ ନେଇ ଧରାପଡ଼ିଛନ୍ତି ଦୁଇ ଯନ୍ତ୍ରୀ। ମୟୂରଭଞ୍ଜ ଜିଲା ଉଦଳାସ୍ଥିତ ଓଡ଼ିଶା ଲିଫ୍ଟ ଇରିଗେସନ କର୍ପୋରେଶନ (ଓଏଲଆଇସି) ଉପ-ବିଭାଗରେ କାର୍ଯ୍ୟରତ ଦୁଇ...

ଭାଜପା ନେତା ଲଳିତ ବେହେରାଙ୍କ ଗିରଫ ଦାବିରେ ବ୍ଲକ ଅଫିସରେ ପଡ଼ିଲା ତାଲା

ରାଜନଗର,୫ା୧(ଭାସ୍କର ରାଉତରାୟ): ୪ ତଳେ କେନ୍ଦ୍ରାପଡ଼ା ଜିଲା ରାଜନଗର ନିର୍ବାଚନ ମଣ୍ଡଳୀ ଭାଜପା ନେତା ଲଳିତ ବେହେରା ରାଜନଗର ବ୍ଲକ ବିଡିଓ ତିଳୋତ୍ତମା ପୃଷ୍ଟିଙ୍କୁ କମ୍ପ୍ୟୁଟର...

ଭାଜପାର ଜିଲା ସାଙ୍ଗଠନିକ ବୈଠକ, ତୃଣମୂଳ ସ୍ତରରୁ ସଂଗଠନ ମଜବୁତ କରିବାକୁ ଆହ୍ୱାନ

ଦାରିଙ୍ଗବାଡି, ୫/୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ରାଣୀଦୁର୍ଗା କଲ୍ୟାଣମଣ୍ଡପ ପରିସର ମଧ୍ୟରେ ସୋମବାର ଭାଜପାର ଜିଲ୍ଲା ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି ।...

ବବି ଦାସଙ୍କୁ କଡ଼ା କାଉଣ୍ଟର କଲେ ପ୍ରୀତିରଞ୍ଜନ ଘଡ଼ାଇ, କହିଲେ କୋରେଇରେ ଯେଉଁମାନେ ଥିଲେ ସମସ୍ତେ…

ଯାଜପୁର,୫ା୧: ବିଜେଡି ନେତା ବବି ଦାସଙ୍କ ମନ୍ତବ୍ୟକୁ କଡ଼ା କାଉଣ୍ଟର କରିଛନ୍ତି ପୂର୍ବତନ ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ। ବବି କୋରେଇର ପୂର୍ବତନ ବିଧାୟକମାନଙ୍କୁ ପରୋକ୍ଷରେ ଟାର୍ଗେଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri