Posted inଫୁରସତ

ଲୁଣ ଦାନାଠୁ କ୍ଷୁଦ୍ର ଡିଜାଇନର୍‌ ବ୍ୟାଗ ୫୧ ଲକ୍ଷରେ ନିଲାମ

ଓ୍ବାଶିଂଟନ୍‌: ସବୁଠୁ ଦାମୀ ଲୁଇସ୍‌ ଭୁଇଟୋନ୍‌ କମ୍ପାନୀର ଡିଜାଇନର ବ୍ୟାଗ ୬୩,୦୦୦ ଡଲାର (୫୧.୬ ଲକ୍ଷ ଟଙ୍କା)ରେ ନିଲାମ ହୋଇଛି। ମୂଳ କଥା ଏହି ଡିଜାଇନର ବ୍ୟାଗ୍‌ଟି ଲୁଣା ଦାନାଠାରୁ ମଧ୍ୟ ଆହୁରି ଛୋଟ, ଯାହାକୁ ଖାଲି ଆଖିରେ ଦେଖିବା କଷ୍ଟକର। ନ୍ୟୁୟର୍କ ଅକ୍ଟ କଲେକ୍ଟିଭ୍‌ ଏମ୍‌ଏସ୍‌ସିଏଚ୍‌ଏଫ୍‌ ବ୍ୟାଗ୍‌କୁ ତିଆରି କରିଛି। ଦାମୀ ଡିଜାଇନର ବ୍ୟାଗ୍‌ଟି ଆୟତନ ୦.୦୩ ଇଞ୍ଚରୁ କମ୍‌। ବ୍ୟାଗରେ ଏକ ବଡ଼ ହ୍ୟାଣ୍ଡେଲ ଏବଂ ଛୋଟ ହ୍ୟାଣ୍ଡେଲ ରହିଛି। ଦୁଇଟି ଫଟୋ ପଲିମରାଇଜେଶନ୍‌ ବ୍ୟବହାର କରି ଏହାକୁ ତିଆରି କରାଯାଇଛି। ବ୍ୟାଗ୍‌ଟିକୁ ନିଲାମ ଡାକିଥିବା ବ୍ୟକ୍ତିଙ୍କୁ ଏହା ସହିତ ଏକ ଡିଜିଟାଲ ଡିସ୍‌ପ୍ଲେ ମାଇକ୍ରୋସ୍କୋପ ପ୍ରଦାନ କରାଯାଇଛି, ଯାହାଦ୍ୱାରା ଏହି କ୍ଷୁଦ୍ର ବ୍ୟାଗ୍‌ଟିକୁ ସହଜରେ ଦେଖିହେବ। ୨୦୧୬ରେ ଏମ୍‌ଏସ୍‌ସିଏଚ୍‌ଏଫ୍‌ କମ୍ପାନୀ ନୂଆ କରି ତିଆରି ହୋଇଥିଲା। ଅନେକ ସମୟରେ ନିଜର ଅଦ୍ଭୁତ ଢଙ୍ଗର ଜିନିଷ ନିର୍ମାଣ କରିବାକୁ ନେଇ କମ୍ପାନୀ ସବୁବେଳେ ଚର୍ଚ୍ଚାରେ ରହିଆସୁଛି। ୨୦୨୧ରେ ଏହି କମ୍ପାନୀ ବିରକିନ୍‌ ବ୍ୟାଗ୍‌ରେ ସାଣ୍ଡେଲ ତିଆରି କରିଥିଲା, ଯାହାର ମୂଲ୍ୟ ୭୬୦,୦୦୦ଡଲାର ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri