ଡିସେମ୍ବର ପହିଲାରୁ ୪ ରାଶିଙ୍କ ଗୋଲଡେନ୍‌ ଟାଇମ ଆରମ୍ଭ: ବୁଧ କରିବେ ମାଲାମାଲ, ମିଳିବ ବଡ଼ ଫାଇଦା

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗ୍ରହମାନଙ୍କ ନକ୍ଷତ୍ର ପରିବର୍ତ୍ତନର ପ୍ରଭାବ ମଣିଷ ଜୀବନ ଉପରେ ପଡ଼ିଥାଏ। ବୁଧ ଗ୍ରହ ଡିସେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଅନୁରାଧା ନକ୍ଷତ୍ରରେ ଅବସ୍ଥାନ କରିବେ। ଜ୍ୟୋତିଷ ଗଣନା ଅନୁଯାୟୀ, ବୁଧଙ୍କ ଏହି ନକ୍ଷତ୍ର ଗୋଚର ୪ଟି ରାଶିର ଜାତକଙ୍କ ପାଇଁ ଶୁଭ ଫଳ ଆଣିପାରେ। ଏହି ସମୟରେ ସେମାନଙ୍କୁ ଭାଗ୍ୟର ସାଥ ମିଳିବା ସହ କ୍ୟାରିୟରରେ ଉନ୍ନତି ଏବଂ ଆର୍ଥିକ ଲାଭର ଯୋଗ ରହିଛି। ବୃଷ, କର୍କଟ, କନ୍ୟା ଓ ମକର ରାଶିର ଜାତକଙ୍କ ପାଇଁ ଏହି ଗୋଚର ବିଶେଷ ଶୁଭଫଳଦାୟୀ ହୋଇପାରେ।

ବୁଧଙ୍କ ଅନୁରାଧା ନକ୍ଷତ୍ରରେ ଅବସ୍ଥାନ ବୃଷ ରାଶିର ଜାତକଙ୍କ ପାଇଁ ଶୁଭ ରହିବ। ଏହି ସମୟରେ ଭାଗ୍ୟର ପୂର୍ଣ୍ଣ ସହଯୋଗ ମିଳିପାରେ। ବ୍ୟବସାୟ ଏବଂ ଚାକିରି କ୍ଷେତ୍ରରେ ଲାଭବାନ ହେବାର ସୁଯୋଗ ରହିଛି। ବିବାହିତ ଜାତକଙ୍କ ପାଇଁ ମଧ୍ୟ ସମୟ ଅନୁକୂଳ ରହିବ। ଏହା ସହ ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ।

କର୍କଟ ରାଶିର ଜାତକଙ୍କ ପାଇଁ ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ ଶୁଭ ଫଳ ଆଣିପାରେ। ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ମିଳିବାର ଯୋଗ ରହିଛି। ଚାକିରି କରୁଥିବା ବ୍ୟକ୍ତିଙ୍କ ପାଇଁ ସମୟ ଭଲ ରହିବ। ବ୍ୟବସାୟରେ ଲାଭ ମିଳିପାରେ। ନିବେଶ କରିବା ପାଇଁ ମଧ୍ୟ ଏହି ସମୟ ଅନୁକୂଳ ରହିବ ବୋଲି ଜ୍ୟୋତିଷ ଆକଳନ କରାଯାଉଛି।

ବୁଧଙ୍କ ଅନୁରାଧା ନକ୍ଷତ୍ରରେ ପ୍ରବେଶ କନ୍ୟା ରାଶିର ଜାତକଙ୍କୁ ଲାଭ ଦେଇପାରେ। ଏହି ସମୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ନୂଆ ଚାକିରି ପାଇବାର ସୁଯୋଗ ମିଳିପାରେ। କାର୍ଯ୍ୟ ସମ୍ବନ୍ଧୀୟ କୌଣସି ଯାତ୍ରାରେ ଯିବାକୁ ପଡ଼ିପାରେ। ଏହି ଯାତ୍ରା ଭବିଷ୍ୟତରେ ଲାଭଦାୟକ ହୋଇପାରେ।

ମକର ରାଶିର ଜାତକଙ୍କ ପାଇଁ ବୁଧଙ୍କ ଗୋଚର ଲାଭଦାୟକ ରହିବ। ଏହି ସମୟରେ ଆର୍ଥିକ ସ୍ଥିତି ମଜଭୁତ ହୋଇପାରେ। ବିଶେଷକରି ବ୍ୟବସାୟୀମାନଙ୍କ ପାଇଁ ବଡ଼ ଧରଣର ଡିଲ ହେବାର ଯୋଗ ରହିଛି। ଏହାଦ୍ୱାରା ଭଲ ଆର୍ଥିକ ଲାଭ ମିଳିପାରେ।

Dharitri – Odisha’s No.1 Odia Daily

Share
Tags: rashiphala