Categories: ଜାତୀୟ

ଗାଈ ସେବାରେ ମଗ୍ନ ମୁଖ୍ୟମନ୍ତ୍ରୀ

ଗୋରଖପୁର,୧୩।୭: ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋ’ ସେବା କରୁଥିବା ଏକ ଭିଡିଓ ଭାଇରାଲ ହେଉଛି। ବୁଧବାର ମୁଖ୍ୟମନ୍ତ୍ରୀ ଗୋରଖନାଥ ମନ୍ଦିରର ଗୋଶାଳାରେ ପହଞ୍ଚିଥିଲେ। ସେଠାରେ ଥିବା ଗାଈମାନଙ୍କୁ ଗୁଡ ଖୁଆଇଥିଲେ। ଏହାପରେ ଗୋଶାଳାର ଅନ୍ୟ ଭାଗରେ ଏକୁଟିଆ ଗାଈ ନନ୍ଦୀ ବନ୍ଧା ହୋଇଥିଲା। ନନ୍ଦୀକୁ ସେ ସ୍ନେହରେ ଡାକିଥିଲେ ଏବଂ ଏକୁଟିଆ ଅଛୁ ବୋଲି ମନ ଦୁଃଖ କରୁଛୁ କି ବୋଲି ପଚାରିଥିଲେ। ନନ୍ଦୀ ଶିଙ୍ଘରେ ତେଲ ଲଗାଇବାକୁ ସେ ସେଠାରେ ଥିବା କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ସୂଚନାଯୋଗ, ଗୁରୁ ପୂର୍ଣ୍ଣିମା ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଗୋରଖନାଥ ମନ୍ଦିରରେ ପହଞ୍ଚି ଦର୍ଶନ କରିଥିଲେ। ଏଠାରେ ଥିବା ନିଜ ଗୁରୁମାନଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ। ଏହାପୂର୍ବରୁ ମଙ୍ଗଳବାର ଗୋରଖପୁରକୁ ବିକାଶର ଉପହାର ଦେଇଥିଲେ। ସେ ଭିତ୍ତିପ୍ରସ୍ତର ସ୍ଥାପନ କରି ୪୬୩.୬୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଉଦଘାଟନ କରିଥିଲେ। ଏହି ଅବସରରେ ସେ କହିଥିଲେ, ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀରେ ଶିକ୍ଷା, ସ୍ବାସ୍ଥ୍ୟ, ସଡକ, ବନ୍ୟା ନିରାକରଣ ପାଇଁ ବିକାଶର ଉପହାର ମିଳୁଛି।

Share